ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

୭୫ ବର୍ଷ ପରେ ଚୀନ୍‌ରେ ଭୟଙ୍କର ବାତ୍ୟା ‘ବେବିନକା’ର ଆତଙ୍କ, ସାଙ୍ଘାଇରେ ବିମାନ ଓ ରେଳସେବା ବନ୍ଦ

ବେଜିଂ,୧୬।୯: ଚୀନ୍‌ରେ ୭୫ ବର୍ଷ ପରେ ଆସୁଛି ବଡ଼ ଧରଣର ବାତ୍ୟା। ଏପର୍ଯ୍ୟନ୍ତର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ବେବିନକା’ ସୋମବାର ସଙ୍ଘାଇରେ ପାଦ ଦେଇଛି। ସକାଳୁ ସକାଳୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରଦାର ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ବର୍ଷା ଭିତରେ ଜିନପିଙ୍ଗ ସରକାର ସୁରକ୍ଷା ଦୃଷଟିରେ ବିମାନ ଚଳାଚଳା, ରାସ୍ତାରେ ବାହାନ ଯିବା ଆସିବା ଓ ରେଳ ସେବାକୁ ବନ୍ଦ କରିଦେଇଛନ୍ତି।

ଏହା ପୂର୍ବରୁ ୧୯୪୯ ରେ ବାତ୍ୟା କାରଣରୁ ବଡ଼ ଧରଣର କ୍ଷୟକ୍ଷତି ହୋଇଥିଲା। ଚୀନ୍ ପାଣିପାଗ ବିଭାଗର ସୂଚନା ଅନୁସାରେ, ’ବେବିନକା’ ର କ୍ଷୟକ୍ଷତି ପୂର୍ବ ତୁଳନାରେ ଅଧିକ ହୋଇପାରେ। ଆଜି ସହରର ବହୁ ଭାଗରେ ପ୍ରବଳ ଝଡ-ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ନିର୍ଦେଶ ପରେ ଜରୁରୀକାଳୀ ଟିମ୍‌କୁ ସତର୍କ ରଖାଯାଇଛି। 

ଚୀନ୍ ସରକାରୀ ମିଡିଆର ସୂଚନା ଅନୁସାରେ, ସଙ୍ଘାଇରେ ୭୫ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ବେବିନକା’ ସୋମବାର ପାଦ ଦେଇଛି। ସହରରେ ରେଡ୍ ଆର୍ଲଟ ଜାରି କରି ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଚୀନ୍ ପାଣିପାଗ ବିଭାଗ ପ୍ରଶାସନକୁ କହିଛି ଯେ, ବାତ୍ୟା ସୋମବାର ସକାଳେ ସହରର ପୂର୍ବରେ ପୁଡୋଙ୍ଗର ଲିଙ୍ଗାଙ୍ଗ ନ୍ୟୁ ସିଟିର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଁଞ୍ଚିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ସହରରେ ଥିବା ଗଛ ଏବଂ ବିଲ୍‌ ବୋର୍ଡ ସବୁ ଭାଙ୍ଗିଯାଛି। ସମୁଦ୍ରରେ ବଡ ବଡ ଜୁଆର ଆସୁଥିବାର ସୂଚନା ମଧ୍ୟ ମିଳିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.