ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର : ସରକାର ଆଣୁଛନ୍ତି ‘ସୁପର୍ ଆପ୍’, ଅନ୍‌ଲାଇନ୍ ଟିକେଟ୍ ବୁକିଂ ସହ ଅନେକ ସୁବିଧା ମିଳିବ

ନୂଆଦିଲ୍ଲୀ : ଟ୍ରେନ ଯାତ୍ରାକୁ ସହଜ ଓ ସୁଗମ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏଥିପାଇଁ ସରକାର ଏକ ନୂଆ ରେଲୱେ ସୁପର ଆପ୍‌ ଆଣୁଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି କି , ରେଲୱେ ପକ୍ଷରୁ ଏକ ନୂଆ ସୁପର ଆପ୍‌ ଉପରେ କାମ କରାଯାଉଛି। ଏହି ଆପ୍‌ରେ ରେଲୱେର ସବୁ ସର୍ଭିସ୍‌ ଉପଲବ୍ଧ ରହିବ। 

ବର୍ତ୍ତମାନ ସମୟରେ ଟ୍ରେନ୍‌ ଟିକେଟ୍ ବୁକିଂ ପାଇଁ ଆଇଆରସିଟିସି ଆପ୍‌ ଓ ୱେବସାଇଟ୍‌ର ବ୍ୟବହାର କରାଯାଉଛି , ଟ୍ରେନ୍‌ର ଷ୍ଟାଟସକୁ ଟ୍ରାକ୍‌ କରିବା ଠାରୁ ନେଇ ପିଏନଆର ଚେକ୍‌ କରିବାକୁ ଅଲଗା ଆପ୍‌ର ବ୍ୟବବାର କରାଯାଏ। ଏଥିରେ ଟ୍ରେନ୍‌ ଯାତ୍ରୀଙ୍କୁ ଖୁବ୍‌ ସମସ୍ୟା ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ନୂଆ ସୁପର ଆପ୍‌ ନେଇ ଆସୁଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପକ୍ଷରୁ ବର୍ତ୍ତମାନ ରେଲୱେର ନୂଆ ଆପ୍‌କୁ ନେଇ ଅଧିକ ସୂଚନା ଦିଆଯାଇ ନାହିଁ। କିନ୍ତୁ ଏମିତି କୁହାଯାଉଛି କି, ଏହି ଆପ୍‌ରେ ମୋବାଇଲ ୟୁଜର୍ସ ଅନଲାଇନ୍‌ ଟିକେଟ୍‌ ବୁକିଂ କରି ପାରିବେ। ଏହାସହ ଟ୍ରେନ୍‌ର ପିଏନଆର ଷ୍ଟାଟସକୁ ଚେକ୍ କରି ପାରିବେ। ଏହା ବ୍ୟତୀତ ଟ୍ରେନ୍‌ର ଅନଲାଇନ୍‌ ରନିଂ ଷ୍ଟାଟସ୍‌କୁ ଚେକ୍‌ କରିବାରେ ସହଜ ହେବ। 

ମନ୍ତ୍ରୀ କହିଛନ୍ତି , ତାଙ୍କ ପକ୍ଷରୁ ଟ୍ରେନ୍‌ର ଇନଫ୍ରାଷ୍ଟକଚରକୁ ଉତ୍ତମ କରିବା ଦିଗରେ କାମ କରାଯାଉଛି। ସେ କହିଛନ୍ତି କି, ସରକାର ଗତ ଏକ ଦଶକରୁ ଇଣ୍ଡିଆନ ରେଲୱେର ଅତ୍ୟାଧୁନିକ କରିବା ଉପରେ ଜୋର ଦେଉଛନ୍ତି। ଏହାସହ ଏହାକୁ ଡିଜିଟାଲୀ ମୁତାବକ ଅଧିକ ଭଲ କରୁଛନ୍ତି।

କହି ରଖୁଛୁ କି, ଆଜିକା ସମୟରେ ପ୍ଲାଟଫର୍ମରୁ ନେଇ ଜେନେରାଲ ଟିକେଟ୍‌କୁ ଅନଲାଇନ୍‌ ମୋଡରେ କିଣା ଯାଇପାରେ, ଯେଉଁଥି ପାଇଁ ପୂର୍ବରୁ ଲମ୍ୱା ଲାଇନ୍‌ ଲଗେଇବାରୁ ପଡ଼ୁଥିଲା। ହେଲେ ରେଲୱେର ସବୁ ଅନଲାଇନ୍‌ ସର୍ଭିସ୍‌ ଅଲଗା ଅଲଗା ପ୍ଲାଟଫର୍ମରେ ରହିଛି , ଯାହାକୁ  ଗୋଟିଏ ସ୍ଥାନକୁ ଆଣିବା ପାଇଁ ସରକାର ସୁପର ଆପ୍‌ ନେଇ ଆସୁଛନ୍ତି। 

ସରକାର ରେଲୱେ ସୁରକ୍ଷା ଉପରେ ପୂରା ଧ୍ୟାନ ଦେଉଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ଏଥିରେ ଟ୍ରେନ୍ ଦୁର୍ଘଟଣାର ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ସ୍ୱଦେଶୀ ଅଟୋମେଟିକ ଟ୍ରେନ୍‌ ପ୍ରୋଟେକ୍ସନ ( ଏଟିପି) ସିଷ୍ଟମ ଲାଗୁ କରାଯାଇଛି, ଯାହାକି ‘କବଚ’ ନାମରେ ଜଣାଯାଏ। ବର୍ତ୍ତମାନ ସମୟରେ ୧୦ ହଜାର କବଚ ଲଗାଯାଇଛି, ଯାହା ଟ୍ରେନର ପରସ୍ପର ଭିତରେ ହେଉଥିବା ଧକ୍କାକୁ ରୋକିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.