ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କୀର୍ତ୍ତି ସୁରେଶ-ମୃଣାଲଙ୍କୁ ମିଳିଲା SIIMA ୨୦୨୪ ଆୱାର୍ଡ

ମୁମ୍ବାଇ,୧୫/୦୯:  SIIMA ସାଉଥ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭାବରେ ମଧ୍ୟ ଜଣାଶୁଣା । ଏହି ପୁରସ୍କାର କାର୍ଯ୍ୟ ଗତକାଲି ଅର୍ଥାତ ଗତ ୧୪ ସେପ୍ଟେମ୍ବରରେ ଦୁବାଇରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ଅଂଶଗ୍ରହଣ କରିଥିଲେ ।  SIIMA ୨୦୨୪ ତେଲୁଗୁ ଏବଂ କନ୍ନଡ ଇଣ୍ଡଷ୍ଟ୍ରିର ବିଜେତା ତାରକାଙ୍କୁ ପ୍ରଥମ ଦିନରେ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । ଏହି ପୁରସ୍କାର ତାରକା ଏବଂ ଚଳଚ୍ଚିତ୍ର ଟିମମାନଙ୍କୁ ଦିଆଯାଇଥିଲା ଯେଉଁମାନେ ୨୦୨୩ ମସିହାରେ ଉଲ୍ଲେଖନୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ତେବେ ଏହି ଆୱାର୍ଡ ଶୋ'ରେ ନାନୀ ଶ୍ରେଷ୍ଠ ତେଲୁଗୁ ଅଭିନେତା ପୁରସ୍କାର ପାଇଥିବାବେଳେ ରକ୍ଷୀତ ଶେଟ୍ଟୀ ଶ୍ରେଷ୍ଠ କନ୍ନଡ ଅଭିନେତା ପୁରସ୍କାର ପାଇଥିଲେ । ସେହିପରି କିର୍ତ୍ତୀ ସୁରେଶ ଏବଂ ମୃଣାଲ ଠାକୁର ଶ୍ରେଷ୍ଠ ତେଲୁଗୁ ଅଭିନେତ୍ରୀ ପାଇଁ SIIMA ୨୦୨୪  ପୁରସ୍କାର ପାଇଥିଲେ । ଏଥିସହ ନାନୀଙ୍କ ଫିଲ୍ମ 'ଦଶେରା ଓ ହାଏ ନାନା' ବିଭିନ୍ନ ବର୍ଗରେ ଆୱାର୍ଡ ହାତେଇଥିବା ବେଳେ ରକ୍ଷୀତ ଶେଟ୍ଟୀଙ୍କ ଫିଲ୍ମ 'ସପ୍ତ ସାଗରଦେଚ ଏଲୋ' ୬ଟି ବର୍ଗରେ ଆୱାର୍ଡ ନିଜ ନାଁରେ କରିଛି । ଜେଲରେ ଥିବା ଦର୍ଶନଙ୍କ 'କାଟେରା' କନ୍ନଡ଼ରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଏବଂ ନନ୍ଦାମୁରୀ ବାଲକୃଷ୍ଣ ଅଭିନୀତ 'ଭଗବତ କେଶରୀ' ତେଲୁଗୁ ଭାଷାରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ବିଜୟ ଦେବରକୋଣ୍ଡାଙ୍କ ଭାଇ ଆନନ୍ଦ ଦେବରାକୋଣ୍ଡା ମୁଖ୍ୟ ଭୂମିକାରେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ପୁରସ୍କାର ପାଇଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.