ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କ୍ୟାନ୍ସର ଟ୍ରିଟମେଣ୍ଟ ମଧ୍ୟରେ ହିନା ଖାନ ସେୟାର କଲେ ଡ୍ୟାନ୍ସ ଭିଡ଼ିଓ, ସ୍କର୍ଟ- ଟପରେ ଆସିଲେ ନଜର

ମୁମ୍ବାଇ, ୧୪/୯ :  ଟିଭିର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ବ୍ରେଷ୍ଟ କ୍ୟାନ୍ସରରେ ଲଢୁଛନ୍ତି । ଅଭିନେତ୍ରୀ ୨୮ଜୁନରେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଥିଲେ କି ଷ୍ଟେଜ ୩ ବ୍ରେଷ୍ଟ କ୍ୟାନ୍ସରରେ ଲଢୁଛନ୍ତି । ଏଭଳି ସ୍ଥଳେ ଏବେ ଅଭିନେତ୍ରୀ କ୍ୟାମିଓଥେରାପି ମାଧ୍ୟମରେ ନିଜର ଚିକିତ୍ସା କରୁଛନ୍ତି । ଏହା ମଧ୍ୟରେ ହୀନା ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛନ୍ତି ଏବଂ ବାରମ୍ବାର ଫ୍ୟାନ୍ସଙ୍କୁ ନିଜ ହେଲ୍ଥ ଅପଡେଟ ଦେଉଛନ୍ତି । ସେହିଭଳି ଏବେ ଅଭିନେତ୍ରୀ ନିଜର ଏକ ଡ୍ୟାନ୍ସ ଭିଡ଼ିଓ ସେୟାର କରିଛନ୍ତି ।

ହିନା ଖାନ ସୋନୁ ଠୁକରାଲଙ୍କ ନିକଟରେ ରିଲିଜ ହୋଇଥିବା ଗୀତ ସେୟା କି ବନ୍ଧୁକ ଉପରେ ଡ୍ୟାନ୍ସ କରି ନିଜର ଏକ ଡ୍ୟାନ୍ସ ରିଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଅଭିନେତ୍ରୀଙ୍କ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବ୍ଲାକ ଟପ୍, ଗ୍ରୀନ ସ୍କର୍ଟ, ବ୍ଲାକ୍ ସନଗ୍ଲାସ ଏବଂ ହିଲ୍ସ ପିନ୍ଧି ହିନା ଖାନ ବହୁତ ଭଲ ଦେଖାଯାଉଛନ୍ତି । ସେହିଭଳି ଭିଡ଼ିଓରେ ତାଙ୍କର ଏନର୍ଜି ଲେବୁଲ ବି ଦେଖିବାର ଯୋଗ୍ୟ । 

ଏହି ଭିଡ଼ିଓକୁ ସେୟାର କରି ହିନା ଖାନ କ୍ୟାପଶନରେ ଲେଖିଛନ୍ତି କି, ‘ମୋର ସବୁଠାରୁ ପ୍ରିୟ ସୋନୁ ଠୁକରାଲଙ୍କ ଲାଗି, ଯାଆନ୍ତୁ ଶୀଘ୍ର ରିଲ କରନ୍ତୁ ସବୁ ଲୋକ’। ହିନା ଖାନଙ୍କ ଏହି ଡ୍ୟାନ୍ସ ଭିଡ଼ିଓକୁ ଫ୍ୟାନ୍ସଙ୍କ ସହ ସେଲିବ୍ରେଟି ବି ତାରିଫ କରିବାରେ ଲାଗିଛନ୍ତି । ଅଭିନେତ୍ରୀ ଦଲଜୀତ କୌର ଲେଖିଛନ୍ତି କି, ଷ୍ଟନିଂ ଦେଖାଯାଉଛ । ସେହିଭଳି ଅର୍ଜୁନ ବିଜଲାନୀ ରେଡ ହାର୍ଟ କମେଣ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.