ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ରିଲିଜ ହେଲା ଫିଲ୍ମ ‘ପାନୀ’ର ଟ୍ରେଲର ; ପ୍ରିୟଙ୍କା ଚୋପଡ଼ା ନିଭାଇଲେ ଗୁରୁତ୍ବପୂର୍ଣ୍ଣ ଭୂମିକା, ଅମିର ବି ଆସିଲେ ନଜର

ନୂଆଦିଲ୍ଲୀ, ୧୪/୯ :  ଫିଲ୍ମ ‘ପାନୀ’ର ଟ୍ରେଲର ମେକର୍ସ ରିଲିଜ କରି ଦେଇଛନ୍ତି । ଏହା ଏକ ମରାଠୀ ଫିଲ୍ମ ଅଟେ । ଖୁବଶୀଘ୍ର ଏହା ରିଲିଜ ହେବାକୁ ଯାଉଛି । ଏହା ମାଧ୍ୟମରେ ପ୍ରିୟଙ୍କା ଚୋପଡ଼ା ବି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଟ୍ରେଲରରେ ବଲିଉଡ଼ ସୁପରଷ୍ଟାର ଅମିର ଖାନଙ୍କ ଝଲକ ବି ଦେଖିବାକୁ ମିଳିଛି । ମରାଠୀ ଫିଲ୍ମ ‘ପାନୀ’ ସାମାଜିକ ମୁଦ୍ଦା ଉପରେ ବେଷ୍ଡ ଫିଲ୍ମ ଅଟେ । ଏହି ଫିଲ୍ମ ସମାଜକୁ ପାଣିର ଭୂମିକାକୁ ବୁଝାଇବାକୁ ଯାଇ ବଡ଼ ଏବଂ ଏକ ବାର୍ତ୍ତା ଦେଉଥିବା ନଜର ଆସିବ । ଏହାର ଟ୍ରେଲରକୁ ପ୍ରିୟଙ୍କା ଚୋପଡ଼ା ବି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଅଭିନେତ୍ରୀ କ୍ୟାପଶନରେ ଲେଖିଛନ୍ତି କି , ‘ଏହା ଏକ କାହାଣୀରୁ ବହୁ ଅଧିକ ଅଟେ । ଏହା ଅସ୍ତିତ୍ବର ଲଢେଇ ଅଟେ ’। 

ଏହି ଫିଲ୍ମରେ ପ୍ରିୟଙ୍କା ଚୋପଡ଼ା ଏକ ଅଭିନେତ୍ରୀ ଭାବେ ନୁହେଁ ବରଂ ସେ ପରଦା ପଛରେ ରହି କାମ କରିଛନ୍ତି । ପ୍ରକାଶ ଯେ, ପ୍ରିୟଙ୍କା ଚୋପଡ଼ା ଏବଂ ତାଙ୍କ ମା’ ମଧୁ ଚୋପଡ଼ା ଫିଲ୍ମର ନିର୍ମାଣ କରିଛନ୍ତି । ଏହାକୁ ପ୍ରିୟଙ୍କା ଚୋପଡ଼ାଙ୍କ ପ୍ରଡକ୍ସନ କମ୍ପାନୀ ‘ପର୍ପଲ ପେବଲ ପିକ୍ଚର୍ସ’ ବ୍ୟାନରରେ ପ୍ରଡ୍ୟୁସ କରାଯାଇଛି । ଫିଲ୍ମ ମହାରାଷ୍ଟ୍ର ନାନ୍ଦେଡ଼ର ଶୁଖିଲା ଗାଁ ନାଗଦେରବାଡ଼ି ଉପରେ ଆଧାରିତ ଅଟେ । ଫିଲ୍ମ ‘ପାନୀ’ ମାଧ୍ୟମରେ ପ୍ରିୟଙ୍କାଙ୍କ କାନ୍ଧରେ ଏକ ବଡ଼ ଭୂମିକା ରହିଛି । ସେ ଏହା ପୂର୍ବରୁ ବି ସାମାଜିକ ବାର୍ତ୍ତା ଦେଉଥିବା ଫିଲ୍ମ ପ୍ରଡ୍ୟୁସ କରିଛନ୍ତି। ସେଗୁଡ଼ିକ ହେଲା ‘ଦ ସ୍କାଇ ଇଜ ପିଙ୍କ’, ‘ଭେଣ୍ଟିଲେଟର’, ‘ପହୁନା : ଦ ଲିଟିଲ ଭିଜିଟର୍ସ’ ସାମିଲ ଅଛି । ସାମାଜିକ ମୁଦ୍ଦା ଉପରେ ବେଷ୍ଟ ଏହି ଫିଲ୍ମର କାହାଣୀ ଦର୍ଶକ ପସନ୍ଦ କରିଥିଲେ । ଏବେ ପାନି ମାଧ୍ୟମରେ ପ୍ରିୟଙ୍କାଙ୍କ କାନ୍ଧରେ ପୁଣି ଥରେ ଏକ ବଡ଼ ଭୂମିକା ଦେଖିବାକୁ ମିଳିଛି ।

ପ୍ରିୟଙ୍କା ଚୋପଡ଼ାଙ୍କ ଦ୍ବାରା ପ୍ରଡ୍ୟୁସ କରାଯାଇଥିବା ଫିଲ୍ମ ‘ପାନୀ’ରେ ଅମିର ଖାନ ସ୍ପେଶାଲ ଆପିୟରେନ୍ସରେ ନଜର ଆସିବେ । ତାଙ୍କର ବହୁ ବର୍ଷ ପୂର୍ବରୁ ଆସିଥିବା ଶୋ ‘ସତ୍ୟମେବ ଜୟତେ’ର ଏକ କ୍ଲିପ ବି ଦେଖାଯାଇଛି । ଏଥିରେ ଅମିର ଖାନ ଶୋରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତିଙ୍କ ସହ କଥା ହେଉଥିବା ନଜର ଆସୁଛନ୍ତି ଏବଂ ତାଙ୍କର ତାରିଫ କରୁଛନ୍ତି । ପାନୀର ନିର୍ଦେଶନା ଆଦିନାଥ କୋଠାରେ କରିଛନ୍ତି । ସେହିଭଳି ଫିଲ୍ମରେ ସୁବୋଧ ଭାବେ, କିଶୋର କଦମ ଏବଂ ଋଚା ବୈଦ୍ଧା ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ଆଗାମୀ ଅକ୍ଟୋବର ୧୮ରେ ହଲରେ ରିଲିଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.