ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଥଲାପତି ବିଜୟ ହେଲେ ହାଇଏଷ୍ଟ ପେଡ଼ ଭାରତୀୟ ଅଭିନେତା, ଶାହରୁଖ- ରଜନୀକାନ୍ତଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ, ୧୪/୯ :  ସାଉଥ ଅଭିନେତା ଥଲାପତି ବିଜୟ ପୁଣି ଥରେ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି।  ତାଙ୍କ ଆଗାମୀ ଫିଲ୍ମ ‘ଥଲାପତି ୬୯’ ଲାଗି ସେ ବହୁ ଟଙ୍କା ଫି’ ନେଇଛନ୍ତି । ଏହି ଫିଲ୍ମ ଲାଗି ତାଙ୍କୁ ଯେତିକି ଟଙ୍କା ଦିଆଯାଇଛି ପୂର୍ବରୁ କୌଣସି ଭାରତୀୟ ଅଭିନେତା ଏତେମାତ୍ରାରେ ଫିସ୍ ନେଇ ନାହାନ୍ତି । 

ଫିଲ୍ମିବିଟ ଅନୁସାରେ ଥଲାପତି ବିଜୟ ‘ଥଲାପତି ୬୯’ ଲାଗି ୨୭୫କୋଟିର ଫିସ୍ ନେଇଛନ୍ତି । ଥଲାପତି ବିଜୟଙ୍କ ପୂର୍ବ ଫିଲ୍ମ ବକ୍ସ ଅଫିସରେ କମାଲ କରିଛି । ସୂଚନା ଅନୁସାରେ ୨୦୨୩ରେ ଆସିଥିବା ଫିଲ୍ମ ‘ଲିଓ’ ଓ୍ବାର୍ଲ୍ଡଓ୍ବାଇଡ ୬୦୫କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିଲା । ଏହା ବ୍ୟତୀତ ତାଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘GOAT’ ଥିଏଟର୍ସରେ ଚାଲୁ ରହିଛି । 

ପ୍ରକାଶ ଯେ, ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘GOAT’ ଲାଗି ୨୦୦କୋଟି ଟଙ୍କା ନେଇଥିଲେ । ଏହାପରେ ସେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ଲିଷ୍ଟରେ ସାମିଲ ହୋଇଯାଇଥିଲେ । ଏବେ ତାଙ୍କର ଆଗାମୀ ଫିଲ୍ମରେ ଏହାଠାରୁ ଅଧିକ ୭୫କୋଟି ଟଙ୍କା ଅଧିକ ଫି’ ଚାର୍ଜ କରି ସେ ନିଜ ରେକର୍ଡ଼ ହିଁ ଭାଙ୍ଗି ଦେଇଛନ୍ତି । ଏଭଳି କରି ଥଲାପତି ଶାହରୁଖ ଖାନ ଏବଂ ରଜନୀକାନ୍ତଙ୍କ ଭଳି ଅଭିନେତାଙ୍କୁ ବି ଟକ୍କର ଦେଇଛନ୍ତି । ପ୍ରକାଶ ଯେ, ଶାହରୁଖ ଖାନ ଏକ ଫିଲ୍ମ ଲାଗି ୧୫୦ରୁ ୨୫୦କୋଟି ତ ରଜନୀକାନ୍ତ ୧୫୦ରୁ ୨୦୦କୋଟି ଚାର୍ଜ କରିଥାନ୍ତି ।

ନିକଟରେ ବିଜୟ ଘୋଷଣା କରିଛନ୍ତି କି ଏହି ଫିଲ୍ମ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସନ୍ନ୍ୟାସ ନେବେ । ତାଙ୍କ ପ୍ରଡ଼କ୍ସନ ହାଉସ ତରଫରୁ ଏକ ଭିଡ଼ିଓ ଜାରି କରି ତାଙ୍କ ସନ୍ନ୍ୟାସର ଘୋଷଣା କରାଯାଇଛି । ଏହି ଭିଡ଼ିଓରେ ବିଜୟଙ୍କ ଜର୍ଣ୍ଣି ଦେଖାଯାଇଛି।  ପ୍ରକାଶ ଯେ ‘ଥଲାପତି ୬୯’ ରେ ବିଜୟ ନିର୍ଦେଶକ ଏଚ ବିନୋଦଙ୍କ ସହ ପ୍ରଥମ ଥର କାମ କରିବାକୁ ଯାଉଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.