ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଥଲାପତି ବିଜୟଙ୍କ ‘ଗୋଟ’ ଏହି ଓଟିଟିରେ ହେବ ରିଲିଜ , ଜାଣନ୍ତୁ କେଉଁଠି ଦେଖିପାରିବେ

ନୂଆଦିଲ୍ଲୀ, ୫/୯ : ଥଲାପତି ବିଜୟଙ୍କ ଆକ୍ସନ- ଥ୍ରୀଲର ଫିଲ୍ମ ‘ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ’ ରିଲଜ ହାଇସାରିଛି । ପ୍ରକାଶ ଯେ, କୁହାଯାଉଛି ଫିଲ୍ମ ୧୦୦କୋଟିର ଆଖପାଖରେ ଓପନିଂ କରିପାରେ ବୋଲି । ‘ ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ’ ଥିଏଟର୍ସରେ ଆସିବା ପରେ ଏବେ ଓଟିଟିରେ ବି ରିଲିଜ ହେବ । ଥଲାପତି ବିଜୟଙ୍କ ଫିଲ୍ମକୁ ନେଇ ବହୁ ଚର୍ଚ୍ଚାରେ ହେଉଛି ଏବଂ ଆଗକୁ କେତେ କଲେକ୍ସନ କରିବ ଏହାକୁ ନେଇ ଅପେକ୍ଷା କରିବାକୁ ପଡ଼ିବ । 

ଫିଲ୍ମ ‘ଦ ଗ୍ରେଟେଷ୍ଟ ଅଫ ଅଲ ଟାଇମ’ ଅରିଜନାଲ ତେଲୁଗୁ ଭାଷାରେ ନିର୍ମିତ ହୋଇଛି । ଏହା ବ୍ୟତୀତ ଏହାକୁ ହିନ୍ଦୀ ଭାଷାରେ ବି ରିଲିଜ କରାଯାଇଛି । ଥଲାପତି ବିଜୟଙ୍କ ଫ୍ୟାନ୍ସ ବହୁ ଦିନରୁ ଏହି ଫିଲ୍ମର ଅପେକ୍ଷା କରିଥିଲେ । ଥିଏଟର୍ସ ପରେ ଏହି ଫିଲ୍ମ ଓଟିଟିରେ ଆସିବ । ଏହାର ସୂଚନା ଏବେ ସାମ୍ନାକୁ ଆସିଯାଇଛି । ଫିଲ୍ମ ‘ ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ‘ ଆଜି ରିଲିଜ ହୋଇଛି ଏବଂ ଲମ୍ବା ସମୟ ଚାଲିବାର ଆଶା ରହିଛି । ରିପୋର୍ଟ୍ସ ଅନୁସାରେ ଏହି ଫିଲ୍ମକୁ ନେଟଫ୍ଲିକ୍ସରେ ରିଲିଜ କରାଯିବ ଯେଉଁଥିରେ ଏବେ ପ୍ରାୟ ଦୁଇ ମାସ ଲାଗିପାରେ । ସୋସିଆଲ ମିଡ଼ିଆରେ ଏହି ଚର୍ଚ୍ଚା ଜାରି ରହିଛି କି ଏହି ଫିଲ୍ମକୁ ଓଟିଟିରେ ଏକ୍ସଣ୍ଟେଡେଟ କଟ୍ ସହ ରିଲିଜ କରାଯିବ । 

ପ୍ରକାଶ ଯେ, ଏହି ଫିଲ୍ମର ଓଟିଟି ଷ୍ଟ୍ରିମିଂରେ ଟାଇମ୍ ଅଛି । ଯଦି ଆପଣଙ୍କୁ ଏହି ଫିଲ୍ମ ଦେଖିବାରେ ଅଛି ତ ଆପଣ ନିକଟସ୍ଥ ସିନେମା ହଲରେ ଦେଖିପାରନ୍ତି । ଏହି ଫିଲ୍ମ ନିଜ ଅରିଜିନାଲ ଭାଷା ବ୍ୟତୀତ ହିନ୍ଦୀରେ ବି ରିଲିଜ କରାଯାଇଛି କାରଣ ଥଲାପତି ବିଜୟଙ୍କ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି ।

ବେକାନ୍ତ ପ୍ରଭୁଙ୍କ ନିର୍ଦେଶନା‌ରେ ନିର୍ମିତ ହୋଇଥିବା ଫିଲ୍ମ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ୍(ଗୋଟ)ରେ ଥଲାପତି ବିଜୟ ଲିଡ ରୋଲରେ ନଜର ଆସିଛନ୍ତି । ତାଙ୍କ ବ୍ୟତୀତ ମୀନାକ୍ଷ ଚୌଧୁରୀ, ମାଳବିକା ଶର୍ମା, ପ୍ରଶାନ୍ତ, ରାଘବ ଲରେନ୍ସ ଏବଂ ପ୍ରଭୁ ଦେବାଙ୍କ ଭଳି କଳାକାର ନଜର ଆସିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.