ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଆସୁଛି ‘ମ୍ୟାଡାମ୍‌ ସପ୍‌ନା’, ୧ମିନିଟି ୪୯ ସେକେଣ୍ଡର ଟିଜର୍‌ ରିଲିଜ୍‌

ମୁମ୍ବାଇ୦୫/୦୯: ହରିଆଣାର ଷ୍ଟାର୍‌ ଡ୍ୟାନ୍ସର୍‌ ସପ୍‌ନା ଚୌଧରୀଙ୍କ ବାୟୋପିକ୍‌ ପରଦାରେ ଦେଖିବାକୁ ପାଇବେ ସିନେପ୍ରେମୀ । ଫିଲ୍ମର ନାଁ ‘ମ୍ୟାଡାମ୍‌ ସପ୍‌ନା’ । ବାୟୋପିକ୍‌ ଘୋଷଣା କରିବା ପାଇଁ ସପ୍‌ନା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରୁ ସବୁ ଫଟୋ ଡିଲିଟ୍‌ କରିଥିଲେ । ତାଙ୍କ ଜୀବନର ଉତ୍ଥାନ-ପତନ ଫିଲ୍ମରେ ପ୍ରଦର୍ଶିତ ହେବ । ହରିଆଣାର କଠୋର ଓ ଆହ୍ୱାନଭରା ପୃଷ୍ଠଭୂମିରୁ କାନ୍‌ର ଗ୍ଲାମରସ୍‌  ରେଡ୍‌ କାର୍ପେଟ୍‌ ପର୍ଯ୍ୟନ୍ତ ଅର୍କ୍ରେଷ୍ଟ୍ରା ଡ୍ୟାନ୍ସର୍‌ ସପ୍‌ନାଙ୍କ ଯାତ୍ରା ଫିଲ୍ମରେ ଦେଖିବାକୁ  ମିଳିବ । ଏହାର ଟିଜର୍‌ ରିଲିଜ୍‌  ହୋଇଛି । ଏଥିରେ ସପ୍‌ନା ନିଜର ପରିଚୟ ଦେଇଛନ୍ତି ଏବଂ ତାଙ୍କ ଯାତ୍ରା  ପ୍ରାୟ ୧୬ ବର୍ଷର ବୋଲି କହିଛନ୍ତି ।  

ଘରର ଆର୍ଥିକ ପରିସ୍ଥିତିକୁ ଦେଖି ସେ ମଞ୍ଚରେ ପାଦ ରଖିଥିଲେ ।  ଏଥିପାଇଁ ତାଙ୍କୁ ଲୋକଙ୍କ  ଲାଞ୍ଝନା, ସମାଲୋଚନାର  ସମ୍ମୁଖୀନ ହେବାକୁ ପଡ଼ିଥିଲା ।  ଏହାକୁ ସହି ନ ପାରି ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା  କରିଥିଲେ । ଜୀବନରେ  ଅନେକ ବାଧାବିଘ୍ନର  ସମ୍ମୁଖୀନ ହୋଇ ସପ୍‌ନା  ଆଜି ଶୀର୍ଷରେ ପହଞ୍ଚିଛନ୍ତି । ଶାଇନିଂ ସନ୍‌ ଷ୍ଟୁଡିଓଜ୍‌  ବ୍ୟାନର୍‌ ଅଧୀନରେ  ଫିଲ୍ମ ନିର୍ମାଣ ହେବ ।  ମହେଶ ଭଟ୍ଟ ଏବଂ ବିନୟ  ଭରଦ୍ୱାଜ ଓ ରବିନା  ଠାକୁର ଏହାର ନିର୍ମାଣ  ଦାୟିତ୍ୱ ବହନ କରିବେ ।  

ମହେଶ ଭଟ୍ଟ କହିଛନ୍ତି,  ସପ୍‌ନାଙ୍କ କାହାଣୀ କେବଳ  ଜଣେ ମହିଳାଙ୍କ ବ୍ୟକ୍ତିଗତ  ବିଜୟ ନୁହେଁ³ ବରଂ ଆମ  ସମାଜର ପରିବର୍ତ୍ତିତ ଚିନ୍ତାଧାରା  ଓ ମାନସିକତାର ପ୍ରତୀକ । ନିଜର  ଭିନ୍ନ ପରିଚୟ ସୃଷ୍ଟି କରିବାକୁ  ସାହସ ରଖୁଥିବା ପ୍ରତ୍ୟେକ  ମହିଳାଙ୍କୁ ଏହି ଫିଲ୍ମ ସମର୍ପିତ । ଫିଲ୍ମରେ ହରିଆଣା ସଙ୍ଗୀତ ଓ  ନୃତ୍ୟର ଦମ୍‌ଦାର ଦୁନିଆ  ପ୍ରଦର୍ଶିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.