ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବିକ୍ରି ହେଲା ଦିଲିପ କୁମାରଙ୍କ ପାଲି ହିଲ୍‌ ବଙ୍ଗଳା, ୧୭୨ କୋଟି ଟଙ୍କାରେ କିଣିଲା ଆପ୍‌କୋ ଇନ୍‌ଫ୍ରାଟେକ୍‌ ପ୍ରା.ଲିଃ.

ମୁମ୍ବାଇ ୨୭/୦୭: ଏକ ବିଳାସପୂର୍ଣ୍ଣ ହାଉସିଂ ପ୍ରୋଜେକ୍ଟ ଲାଗି ୨୦୨୩ ମସିହାରେ ଦିବଂଗତ ଅଭିନେତା ଦିଲିପ କୁମାରଙ୍କ ପାଲି ହିଲ୍‌ ବଙ୍ଗଳାର ଉଚ୍ଛେଦ ହେବ ବୋଲି ସ୍ଥିର ହୋଇଥିଲା । ଏବେ ଏଥିରେ ବଡ଼ ନିବେଶ ହୋଇଛି । ଆପ୍‌କୋ ଇନ୍‌ଫ୍ରାଟେକ୍‌ ପ୍ରା.ଲିଃ. ଏହି ଟ୍ରିପ୍‌ଲେକ୍ସ ଆପାର୍ଟମେଣ୍ଟ୍‌କୁ ୧୭୨ କୋଟି ଟଙ୍କାରେ କିଣିଛି । ୯ମ, ୧୦ମ ଓ ୧୧ତମ ମହଲାରେ ବିସ୍ତୃତ ଏହି ଆପାର୍ଟମେଣ୍ଟ୍‌ ୯,୫୨୭ ବର୍ଗଫୁଟର, ଯାହାର ମୂଲ୍ୟ ୧୫୫ କୋଟି । ଉକ୍ତ ଅଞ୍ଚଳରେ ପ୍ରତି ବର୍ଗଫୁଟର ମୂଲ୍ୟ ୧.୬୨ ଲକ୍ଷ ଟଙ୍କା । ଏଥିରେ ୯.୩ କୋଟିର ଷ୍ଟାମ୍ପ୍‌ ଡ୍ୟୁଟି ଓ ପଞ୍ଜିକରଣ ୩୦ ହଜାର ଟଙ୍କା ଯୋଡ଼ାଯାଇଛି । 

‘ଦ ଲିଜେଣ୍ଡ୍‌’ ନାମକ ଏହି ପ୍ରୋଜେକ୍ଟ ପରିଚାଳନା ଦାୟିତ୍ୱରେ ଅଛି ଆଶର ଗ୍ରୁପ୍‌ । ଏଥିରେ ୪ ଓ ୫ ବିଏଚ୍‌କେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ ରହିଛି । ଏଥିସହିତ ଦିଲିପ କୁମାରଙ୍କୁ ସମର୍ପିତ ୨ ହଜାର ବର୍ଗଫୁଟର ଏକ ସଂଗ୍ରହାଳୟ ବି ରହିଛି । ୨୦୧୬ ମସିହାରେ ଦିଲିପ ଓ ଆଶର ଗ୍ରୁପ୍‌ ମଧ୍ୟରେ ହୋଇଥିବା ଚୁକ୍ତିକୁ ଏହି ପ୍ରୋଜେକ୍ଟ ଅନୁସରଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.