ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ହୋଟେଲ୍‌ ବାଲକୋନିରୁ ତଳକୁ ଖସିପଡ଼ିଲେ ଲୋକପ୍ରିୟ ହଲିଉଡ୍‌ ଗାୟକ ଲିଆମ ପାଇନ୍‌

ନୂଆଦିଲ୍ଲୀ: ୱାନ ଡିରେକ୍ସନର ପୂର୍ବତନ ଗାୟକ ଲିଆମ ପାଇନ ହୋଟେଲ୍‌ର ବାଲକୋନିରୁ ପଡ଼ି ପ୍ରାଣ ହରାଇଛନ୍ତି । ମାତ୍ର ୩୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ଆର୍ଜେଣ୍ଟିନାର ଏକ ହୋଟେଲର ବାଲକୋନିରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି  । ଗତକାଲି ଲିଆମ ଆର୍ଜେଣ୍ଟିନାର ରାଜଧାନୀ ବଏନସ୍ ଏରିସର ଏକ ହୋଟେଲରେ ଥିଲେ । ସେ ନିୟମିତ ଭାବେ ଏହି ହୋଟେଲକୁ ଆସୁଥିବା ନେଇ ଜଣାପଡ଼ିଛି । ବୁଧବାର ହୋଟେଲରେ ଥିବାବେଳେ ବାଲକୋନିରେ ବୁଲାବୁଲି କରୁଥିଲେ ଲିଆମ । 

ଏହି ସମୟରେ ସେ ହଠାତ୍ ବାଲକୋନିରୁ ପଡ଼ି ଯାଇଥିଲେ। ହୋଟେଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଅନୁସାରେ, ହୋଟେଲର ପାଖ ବିଲ୍ଡିଂରେ ରହୁଥିବା ସ୍ଥାନୀୟ ଲୋକେ ବାଲକୋନିରେ ଜଣ ବ୍ୟକ୍ତିଙ୍କୁ ଅତ୍ୟଧିକ ମଦ୍ୟପାନ ଏବଂ ଡ୍ରଗ୍ସ ସେବନ ପରେ ଉତ୍ତେଜିତ ଅବସ୍ଥାରେ ଦେଖିଥିଲେ । ଏହାର କିଛି ସମୟ ମଧ୍ୟରେ ହୋଟେଲ କର୍ମଚାରୀ ଜୋରରେ ଚିତ୍କାର ଶୁଣିଥିଲେ । 

ଏହା ପରେ ହୋଟେଲ କର୍ମଚାରୀ ହୋଟେଲ ବାହାରେ ଯାଇ ଦେଖିଲେ ଯେ, ଜଣେ ବ୍ୟକ୍ତି ତଳେ ପଡ଼ିଛନ୍ତି ।  ପରବର୍ତ୍ତୀ ସମୟରେ ସେ ଲିଆମ ପାଇନ ବୋଲି ଜଣାପଡିଥିଲା । ପ୍ରବଳ ନିଶା କାରଣରୁ ସେ ଭାରସାମ୍ୟ ହରାଇ ତିନି ମହଲା କୋଠାର ବାଲକୋନିରୁ ପଡ଼ି ଯାଇଥିବା ପୋଲିସ ସନ୍ଦେହ କରୁଛି । ସୂଚନାଯୋଗ୍ୟ, ୱାନ୍ ଡିରେକ୍ସନ ହେଉଛି ଲଣ୍ଡନର ଏକ ପପ୍ ବ୍ୟାଣ୍ଡ । ଲିଆମ ପାଇନ ମଧ୍ୟ ଜଣେ ବ୍ରିଟିଶ ନାଗରିକ । ସେ ପୂର୍ବରୁ ଏହି ବ୍ୟାଣ୍ଡର ଗାୟକ ଥିଲେ । ଏହି ବ୍ୟାଣ୍ଡ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସକ୍ରିୟ ଥିଲା । କିନ୍ତୁ ଏବେ ଏହା ବନ୍ଦ ରହିଛି ।

ଲିଆମ ପାଇନ ୨୦୦୮ରେ ପ୍ରଥମେ ଟେଲିଭିଜନ୍‌ ସିରିଜ୍ ‘ଦି ଏକ୍ସ ଫ୍ୟାକ୍ଟର’ରେ ଅଡିସନ୍‌ ଦେଇଥିଲେ । ପରେ ପୁଣି ଥରେ ୨୦୧୦ରେ ସେ ଅଡିସନ୍‌ ଦେଇଥିଲେ । ଏହି ସମୟରେ ଅନ୍ୟ ୪ ଜଣ ଗାୟକଙ୍କ ସହ ତାଙ୍କୁ ଓ୍ବାନ ଡିରେକ୍ସନରେ ସାମିଲ ହେବାକୁ ସୁଯୋଗ ମିଳିଥିଲା । ଆଉ ଓ୍ବାନ ଡିରେକ୍ସନ ଖୁବଶୀଘ୍ର ସବୁଠୁ ଲୋକପ୍ରିୟ ବୟ ବ୍ୟାଣ୍ଡ ହୋଇପାରିଥିଲା ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.