ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସଂସଦରେ ନିଜର ବହୁ ପ୍ରତୀକ୍ଷିତ ‘ବିଜୟ ଯୋଜନା’ ଘୋଷଣା କଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ‘ବିଜୟ ଯୋଜନା’ ଘୋଷଣା କଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ସହ ଅଢ଼େଇ ବର୍ଷ ଧରି ଯୁଦ୍ଧ ଲଢୁଥିବା ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସଂସଦରେ ନିଜର ବିଜୟ ଯୋଜନା ଘୋଷଣା କରିଛନ୍ତି । ସଂସଦରେ ବିଜୟ ଯୋଜନା ଘୋଷଣା କରି ସେ କହିଛନ୍ତି ଯେ, ଆମର ପ୍ରମୁଖ ସହଯୋଗୀ ଆମେରିକାରେ ନଭେମ୍ବର ୫ ରେ ହେବାକୁ ଥିବା ନିର୍ବାଚନ ପାଇଁ ଆମକୁ ଏକଜୁଟ ରହିବାକୁ ପଡ଼ିବ । ସେପଟେ ୟୁକ୍ରେନ୍‌ର ବିଜୟ ଯୋଜନାକୁ ନେଇ ଋଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏବେ ଆମେରିକା ଓ ନାଟୋ ମଧ୍ୟରେ ସିଧାସଳଖ ମୁହାଁମୁହିଁ ହେବାର ସମ୍ଭାବନା ରହିଛି ବୋଲି ଋଷ କହିଛି।

ସଂସଦରେ ବିଜୟ ଯୋଜନା ଘୋଷଣା କରିବା ସମୟରେ ଜେଲେନସ୍କି କହିଛନ୍ତି, ୨୨ ଫେବୃଆରୀ ୨୦୨୨ରେ ୟୁକ୍ରେନ୍‌ ସହ ଋଷ ଆରମ୍ଭ କରିଥିବା ଯୁଦ୍ଧର ପରିସମାପ୍ତି ହୋଇପାରିବ । ନାଟୋରେ ସାମିଲ ହେବାକୁ ପ୍ରୟାସ, ଦୂରଗାମୀ ମିସାଇଲ୍‌ ଉପରୁ କଟକଣା ହଟାଇବା ସହ ଋଷର କୁର୍ସକ କ୍ଷେତ୍ରରେ ଆକ୍ରମଣ ଜାରି ରଖିବା ଆଦି ନିଜର ବିଜୟ ଯୋଜନାରେ ସାମିଲ କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି   ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତିଙ୍କ ବିଜୟ ଯୋଜନାକୁ ନେଇ କ୍ରେମଲିନ୍‌ କଡ଼ା ଟିପ୍ପଣୀ ଦେଇଛି । କିଭ୍‌ ନିଶା କମ୍‌ କରିବା ଦରକାର ବୋଲି କହିଛନ୍ତି କ୍ରେମଲିନ୍‌ ମୁଖପାତ୍ର । ସେପଟେ ସାଂସଦଙ୍କୁ ସମ୍ବୋଧନ ବେଳେ ଜେଲେନସ୍କି ଚୀନ୍, ଉତ୍ତର କୋରିଆ ଏବଂ ଇରାନକୁ ସମାଲୋଚନା କରିଛନ୍ତି । ଏହି ସବୁ ଦେଶ ‘ଅପରାଧୀଙ୍କ ମେଣ୍ଟ’ ବୋଲି ଅଭିଯୋଗ କରିଛନ୍ତି ଜେଲେନସ୍କି ।

 ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଜେଲେନସ୍କି ଗୁରୁବାର ନାଟୋ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ । ଏହାରି ମଧ୍ୟରେ ଆମେରିକା ୟୁକ୍ରେନ ପାଇଁ ୪୨୫ ମିଲିୟନ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଜେଲେନସ୍କି ସାଂସଦମାନଙ୍କୁ କହିଛନ୍ତି ଯେ ତାଙ୍କ ଯୋଜନାରେ ପାଞ୍ଚଟି ମୁଖ୍ୟ ପଏଣ୍ଟ ଅନ୍ତର୍ଭୁକ୍ତ । ଅନ୍ୟତମ କଥା ହେଉଛି ନାଟୋରେ ନିଃସର୍ତ୍ତ ଯୋଗ ଦେବା ଏବଂ ନିର୍ଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ର ହାସଲ କରିବା । ଏହାର ଦାୟିତ୍ୱ ଆମ ସହଯୋଗୀଙ୍କ ଉପରେ ରହିଛି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ୪୨୫ ମିଲିୟନ ଡଲାରର ନୂତନ ସାମରିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । 

  • Russia
  • Ukraine
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.