ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଇସ୍ରାଏଲର ହମଲାରେ ହମାସ ଚିଫ୍‌ ସିନୱାର ମୃତ, ଘୋଷଣା କଲେ ନେତାନ୍ୟାହୁ

ନୂଆଦିଲ୍ଲୀ – ନସରଲ୍ଲାହ ପରେ ଇସ୍ରାଏଲ ନିଜର ଆଉ ଜଣେ ଶତ୍ରୁକୁ କରିଛି ହତ୍ୟା। ଇସ୍ରାଏଲର ପିଏମ୍‌ ନେତାନ୍ୟାହୁ ହମାସ ଚିଫ୍‌ ୟାହ୍ୱା ସିନୱାରର ମୃତ୍ୟୁ ସ୍ପଷ୍ଟ କରିଛନ୍ତି। ଟାଇମ୍ସ ଅଫ୍‌ ଇସ୍ରାଏଲ ପିଏମ୍‌ ନେତାନ୍ୟାହୁଙ୍କ ଅନୁସାରେ କହିଛି ଯେ, ଇସ୍ରାଏଲର ହମଲାରେ ନିପାତ ହୋଇ ଥିବା ତିନି ଜଣ ଲୋକଙ୍କ ମଧ୍ୟରୁ ଜଣେ ହମାସ ଚିଫ୍‌ ମଧ୍ୟ ଥିଲା। 

ସୈନିକମାନେ ତାର ମୃତଦେହକୁ କବଜା କରି ଯାଞ୍ଚ ପାଇଁ ପଠାଇ ଦେଇ ଥିଲେ। ହାନିୟେହ ଓ ହିଜବୁଲ୍ଲାହ ପ୍ରମୁଖ ନସରୁଲ୍ଲାହକୁ ମୃତ୍ୟୁର ସ୍ୱାଦ ଚଖେଇବା ପରେ, ଇସ୍ରାଏଲର ଏହି ପ୍ରହାର ହମାସର ଅଣ୍ଡା ଭାଙ୍ଗି ଦେଇଛି। ସିନୱାରକୁ ୭ ଅକ୍ଟୋବର ହମଲା ପାଇଁ ସବୁଠୁ ବଡ଼ ମାଷ୍ଟର ମାଇଣ୍ଡ ଭାବେ କୁହାଯାଉ ଥିଲା। ଇସ୍ରାଏଲୀୟ ସେନା ପକ୍ଷରୁ  ଲାଗାତାର ଦାବି କରାଯାଉ ଥିଲା କି ସିନୱାର ନିଜକୁ ଏକ ଛୋଟ ସୁଡ଼ଙ୍ଗରେ ଛୋଟ ଛୋଟ ପିଲା ଓ ବନ୍ଧକଙ୍କ ମଧ୍ୟରେ ସୁରକ୍ଷିତ ରଖୁଥିଲା। ଏହି କାରଣକୁ ଏବେସୁଦ୍ଧା ବଞ୍ଚି ରହି ଥିଲା।

ଇସ୍ରାଏଲର ବିଦେଶ ମନ୍ତ୍ରୀ ଇସ୍ରାଏଲ କାର୍ଟ୍ସ ମଧ୍ୟ ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ ଘୋଷଣା କରିଛନ୍ତି କି, ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲରେ ହୋଇଥିବା ନରସଂହାର ପାଇଁ ଦାୟୀ ୟାହ୍ୱା ସିନୱାରଙ୍କୁ ଆମର ସେନା ମାରି ଦେଇଛନ୍ତି। ଇସ୍ରାଏଲର ସେନାର ପ୍ରବକ୍ତା ମଧ୍ୟ ସିନୱାରର ହତ୍ୟାକୁ ସ୍ପଷ୍ଟ କରି କହିଛନ୍ତି କି ବର୍ଷେ ଧରି ଜାରି ରହିଥିବା ଆମର ମିଶନ ଶେଷ ହେଲା, କାଲି ଇସ୍ରାଏଲ ସେନାର ଦକ୍ଷିଣ କମାଣ୍ଡର ଏକ ଅପରେସନରେ ହମାସ ଚିଫ୍‌ ଓ ୭ ଅକ୍ଟୋବରରେ ହୋଇଥିବା ନରସଂହାରର ମାଷ୍ଟରମାଇଣ୍ଡ ୟାହ୍ୱା ସିନୱାରକୁ ମାରି ଦେଇଛନ୍ତି।

ଇସ୍ରାଏଲର ସେନା ହମଲାର ସୂଚନା ଦେଇ କହିଛି କି , ସେମାନେ ନିଜର ରୁଟିନ ଅପରେସନ ବେଳେ ଏକ ବିଲ୍ଡିଂରେ ହମାସର ୩ ଯୋଦ୍ଧା ଥିବାର ସୂଚନା ମିଳି ଥିଲା, ଏହାପରେ ଆମ ପକ୍ଷରୁ ହମଲା କରାଯାଇ ଥିଲା। ସୈନିକମାନେ ଯେବେ ଭଗ୍ନାବଶେଷ ପାଖକୁ ଯାଇ ଦେଖିଲେ ତ ଗୋଟିଏ ମୃତଦେହ ସିନୱାରର ଥିଲା। ସ୍ପଷ୍ଟ କରିବା ପାଇଁ ତାର ମୃତଦେହର ଡିଏନଏ ଯାଞ୍ଚ ପାଇଁ ପଠାଯାଇ ଥିଲା, ସେଠାରେ ଏହା ସ୍ପଷ୍ଟ ହୋଇଥିଲା କି ସେହି ଶବଟି ସିନୱାରର ହିଁ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.