ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

"ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ୍, ବିଜେଡି ବିରୋଧୀଙ୍କ ସହ ଆଲୋଚନା କରି ଲେଖିଛନ୍ତି ବହି" : ଅରୁଣ ସାହୁ

Published By : Prameya | December 23, 2024 2:10 PM

ଭୁବନେଶ୍ୱର, ୨୩/୧୨ : ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ବିଜେଡ଼ିରେ କମ୍ପନ। ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡି। ଦଳ ତରଫରୁ ପ୍ରତିକ୍ରିୟା ରଖିଲେ ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ, ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ରୁବେନ ବାନାର୍ଜୀ ଭେଟି ନାହାଁନ୍ତି। ଚା' ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା କଥା ଗୁଡିକ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି। ନିର୍ବାଚନ ବେଳେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା। ସେ ବିଜେଡି ବିରୋଧୀ ଓ ନବୀନ ବିରୋଧୀଙ୍କ ସହ ଆଲୋଚନା କରି ବହି ଲେଖିଛନ୍ତି। 

ଅରୁଣ କହିଛନ୍ତି ଯେ, ଯଦି ରୁବେନ ବାନାର୍ଜୀ ଅଣ୍ଡିରି ପୁଅ ଉଦ୍ଧବ ତାହେଲେ ସେ ବିଜେପି ବିରୁଦ୍ଧରେ ୪୦୦ ପାର ପ୍ରସଙ୍ଗରେ ଗୋଟିଏ ବାକ୍ୟ ଲେଖନ୍ତୁ। ତେବେ ବିଜେଡି ଆଇନର ଆଶ୍ରୟ ନେବ କି ପ୍ରଶ୍ନର ଉତ୍ତରରେ ଅରୁଣ ସାହୁ କହିଛନ୍ତି ଯେ, ଏହା ଭିନ୍ନ ପ୍ରସଙ୍ଗ, କିନ୍ତୁ ଆମେ ଏହି ବହିକୁ ପ୍ରତ୍ୟାଖ୍ୟାନ କରୁଛୁ। 

ଚର୍ଚ୍ଚାରେ ରୁବେନ ବାନାର୍ଜୀଙ୍କ ପୁସ୍ତକ, 'ନବୀନ ପଟ୍ଟନାୟକ- The authoritative biography revised after 2024 electionକୁ ନେଇ ସବୁଠି ହଲ୍‌ଚଲ୍। ପୁସ୍ତକର ସବୁଠାରୁ ଚର୍ଚ୍ଚିତ chapter ହେଲା ପାଣ୍ଡିଆନ୍ ପଜଲ୍। ନବୀନ ଓ ବିଜେଡି ଉପରେ କିପରି ପାଣ୍ଡିଆନ୍‌ଙ୍କର ପ୍ରଭାବ ପଡିଛି ତା ଉପରେ ଏହି ପୁସ୍ତକରେ ଆଲୋକପାତ କରାଯାଇଛି। କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ଏହି ବହିରେ ଉଲ୍ଲେଖ ଅଛି। କୋଟେରୀ ଗ୍ରୁପ୍‌ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ରାଜନେତାଙ୍କୁ ଅଣଦେଖା ଯାଏ ସବୁ କିଛି ଏହି ବହିରେ ରହିଛି। 

ସେ ଆହୁରି ଲେଖିଛନ୍ତି ଯେ, ନବୀନଙ୍କ ବିଶ୍ବାସଭାଜନ ହେବା ପାଇଁ ପାଣ୍ଡିଆନ କେମିତି ବୈଜୟନ୍ତ ଓ ଅନ୍ୟ ନେତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ତାହା ଗୋଟି ଗୋଟି କରି ବର୍ଣ୍ଣନା କରିଛନ୍ତି। ପାଣ୍ଡିଆନ କେମିତି ସରକାରକୁ ଅକ୍ତିଆର କରିଥିଲେ ତାହା ଉଲ୍ଲେଖ କରିଛନ୍ତି । ଏଥିସହ ୨୦୨୪ ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.