ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ପୁଷ୍ପା-୨ ଏପର୍ଯ୍ୟନ୍ତ ୨୦୦୦ କୋଟି କଲେକ୍ସନ କରିସାରିଲାଣି, ପୀଡିତ ପରିବାକୁ ୨୦ କୋଟି…ଅଲ୍ଲୁ ଅର୍ଜୁନଙ୍କୁ ଡିମାଣ୍ଡ

Published By : Prameya | December 23, 2024 8:23 PM

ନୂଆଦିଲ୍ଲୀ,୨୩।୧୨:  ସୁପରଷ୍ଟାର ଅଲ୍ଲୁ ଅର୍ଜୁନ  ‘ପୁଷ୍ପା-୨ ଦ ରୁଲ୍’  ପାଇଁ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ତେବେ ପ୍ରିମିୟର ବେଳେ ଘଟିଥିବା ଦଳାଚକଟା ଘଟଣା ପାଇଁ ବିବାଦ ତାଙ୍କ ପିଛା ଛାଡୁନି। ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗୋଟିଏ ରାତି ମଧ୍ୟ ଜେଲ୍‌ରେ ରହିବାକୁ ପଡିଥିଲା। ଏହି ପ୍ରକରଣକୁ ନେଇ ତେଲେଙ୍ଗାନା ସିଏମ୍‌ ରେଭନ୍ତ ରେଡ୍ଡୀ ଅଭିନେତାଙ୍କୁ କଡା ସମାଲୋଚନା କରିଥିଲେ। ଏବେ ତେଲେଙ୍ଗାନାର ମନ୍ତ୍ରୀ ମୋଟିରେଡ୍ଡୀ ଭେଙ୍କଟ ରେଡ୍ଡୀ ଦାବି କରିଛନ୍ତି ଯେ, ଅଲ୍ଲୁ ଅର୍ଜୁନ ଫିଲ୍ମ ୨୦୦୦ କୋଟି କଲେକ୍ସନ କରିସାରିଲାଣି। ତେଣୁ ଅଲ୍ଲୁ ମହିଳାଙ୍କ ପରିବାରକୁ ୨୦ କୋଟି ଟଙ୍କାର କ୍ଷତିପୂରଣ ଦିଅନ୍ତୁ। ସେ ଏହା ମଧ୍ୟ କହିଛନ୍ତି ଯେ, ଅଭିନେତା ନିଜର କାମ  ପାଇଁ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗନ୍ତୁ।

ଏହି ଦୁଃଖଦ ଘଟଣା ୪ ଡିସେମ୍ବରରେ ଘଟିଥିଲା, ଯେତେବେଳେ ଅଲ୍ଲୁ ଅର୍ଜୁନ ନିଜ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍‌’ ର  ପ୍ରିମିୟରେ ସାମିଲ ହେବାପରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପହଁଞ୍ଚିଥିଲେ। ସେ ନିଜର ଫ୍ୟାନ୍‌ଙ୍କ ସହ ହାତ ମିଳାଇବାକୁ ଆଗକୁ ଆସିବା ମାତ୍ରେ, ଆରମ୍ଭ ହୋଇଯାଇଥିଲା ଦଳାଚକଟା। ଏହି ଘଟଣା‌ରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ କିଛି ଲୋକ ରବିବାର ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ଭଙ୍ଗାରୁଜା କରିଥିଲେ। ୮ ଅଭିଯୁକ୍ତଙ୍କ ଭିତରୁ ୬ ଜଣଙ୍କୁ ସୋମବାର ଜାମିନ୍ ମିଳିଯାଇଛି।

ପ୍ରେସ୍ ମିଟ୍‌ରେ କେମାଟିରେଡ୍ଡୀ ଅଭିନେତାଙ୍କ କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପୂର୍ବ ଚେତାବନୀ ପରେ ମଧ୍ୟ ପ୍ରିମିୟରରେ ଅଲ୍ଲୁ ଅର୍ଜୁନଙ୍କ ଉପସ୍ଥିତି ଯୋଗୁଁ ଅଧିକ ଭିଡ ହୋଇଥିଲା। ଅଭିନେତାଙ୍କ ଆଚରଣ ବେପୁରୁଆ ଥିଲା। ପୋଲିସର ଚେତାବନୀ ପରେ ମଧ୍ୟ ସେ ଥିଏଟର ଭିତରେ ଥିଲେ। ଏହି ଘଟଣାରେ ରେବତୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କର ନାବାଳକ ପୁଅ ଶ୍ରୀଜିତ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.