ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ଅଭିନେତ୍ରୀ ଜୟା ପ୍ରଦାଙ୍କ ଅଡ଼ୁଆ ବଢ଼ିଲା, ଜାମିନ ବିହୀନ ପରଓ୍ବାନା ଜାରି କଲେ କୋର୍ଟ

Published By : Tapas Panda | December 23, 2024 10:07 PM

ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜୟା ପ୍ରଦାଙ୍କ ବିରୋଧରେ ମୁରାଦାବାଦର ଏମପି-ଏମଏଲଏ କୋର୍ଟ ଜାମିନ ବିହୀନ ପରଓ୍ବାନା (ଏନବିଡବ୍ଲୁ) ଜାରି କରିଛନ୍ତି । ବାରମ୍ବାର ସମନ ସତ୍ତ୍ବେ କୋର୍ଟରେ ହାଜର ନହେବାରୁ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହୋଇଛି । ସୋମବାର ଅଭଦ୍ର ଟିପ୍ପଣୀ ମାମଲାରେ ଜୟା ପ୍ରଦା କୋର୍ଟରେ ହାଜର ହେବାର ଥିଲା । କିନ୍ତୁ ସେ କୋର୍ଟ ନଆସିବାରୁ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରିଛନ୍ତି କୋର୍ଟ । 

ଏହି ମାମଲାରେ ଜାନୁଆରୀ ୯ରେ ପରବର୍ତ୍ତୀ ଶୁଣାଣି ହେବ । ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମୁରାଦାବାଦର କଟଘର ଥାନା ଅଞ୍ଚଳରେ ଥିବା ମୁସଲିମ୍‌ ଡିଗ୍ରି କଲେଜରେ ପୂର୍ବତନ ସାଂସଦ ଆଜମ ଖାନଙ୍କ ସ୍ବାଗତ ଲାଗି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁରାଦାବାଦର ପୂର୍ବତନ ସାଂସଦ ଏସଟି ହସନ ଅଭିନେତ୍ରୀ ଜୟା ପ୍ରଦାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା ।  କାର୍ଯ୍ୟକ୍ରମରେ ଅନ୍ୟ ସମାଜବାଦୀ ପାର୍ଟି ନେତା ସାମିଲ ଥିଲେ । ପୂର୍ବ ଯୋଜନା ଅନୁସାରେ ସପା ନେତାମାନେ ଜୟାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିଲେ ।  

ଏହାକୁ ନେଇ ରାମପୁରର ବାସିନ୍ଦା ମୁସ୍ତାଫା ହୁସୈନ ସପା ନେତା ଏସଟି ହସନ, ଆଜମ ଖାନ, ଅବଦୁଲ ଆଜମ, ସମ୍ଭଲର ସପା ନେତା ଫିରୋଜ ଖାନ ଏବଂ କାର୍ଯ୍ୟକ୍ରମର ଆୟୋଜକ ମହମ୍ମଦ ଆରିଫ ଏବଂ ରାମପୁରର ପୂର୍ବତନ ନଗରପାଳିକା ଅଧ୍ୟକ୍ଷ ଅଜହର ଖାନଙ୍କ ବିରୋଧରେ କଟଘର ଥାନାରେ ଏତଲା ଦେଇଥିଲେ । ଏହି ମାମଲାର ଶୁଣାଣି ମୁରାଦାବାଦର ସ୍ବତନ୍ତ୍ର ଏମପି ଏମଏଲଏ କୋର୍ଟରେ ହେଉଛି । ଜୟା ପ୍ରଦା କୋର୍ଟରେ ହାଜର ହେଉ ନାହାନ୍ତି । ଏହାକୁ ନେଇ ଅଦାଲତ ପୁଣି ଥରେ ଜୟା ପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରିଛନ୍ତି । ପୂର୍ବରୁ ଜୟା ପ୍ରଦା କୋର୍ଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଥିଲା କିନ୍ତୁ ଏବେ ଆଉ ଆସୁନାହାନ୍ତି । ଏହା ପରେ ଜାନୁଆରୀ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.