ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

NHRCର ନୂଆ ଅଧ୍ୟକ୍ଷ ହେବେ ବି.ରାମାସୁବ୍ରମଣ୍ୟନ୍‌; ପୂର୍ବରୁ ତୁଲାଇଥିଲେ ସୁପ୍ରିମକୋର୍ଟର ବିଚାରପତି ଦାୟିତ୍ବ

Published By : Prameya | December 23, 2024 7:56 PM

ନୂଆଦିଲ୍ଲୀ,୨୩/୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ରାମାସୁବ୍ରମଣ୍ୟନଙ୍କୁ ଏନ୍‌ଏଚ୍‌ଆର୍‌ସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେଇଛନ୍ତି। ମାନବିକ ଅଧିକାର ସୁରକ୍ଷା ଆଇନ, ୧୯୯୩ ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଛି। ଜଷ୍ଟିସ୍ ରାମସୁବ୍ରମଣ୍ୟନ୍ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ NHRC ର ଅଧ୍ୟକ୍ଷ ପଦ ସମ୍ଭାଳିବେ। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ଗ୍ୟାଜେଟ୍‌ରେ ଏହି ସୂଚନା ଦିଆଯାଇଛି।

ନିଯୁକ୍ତ କଲେ ରାଷ୍ଟ୍ରପତି:

ବିଜ୍ଞପ୍ତିରେ ଲେଖାଅଛି ଯେ, ' ମୁଁ ଭାରତର ରାଷ୍ଟ୍ରପତି, ଦ୍ରୌପଦୀ ମୂର୍ମୁ, ମାନବ ଅଧିକାର ସୁରକ୍ଷା ଆଇନ ୧୯୯୩ର ଧାରା ୪ ର ଉପଧାରା (୧) ଦ୍ବାରା ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ବିଚାରପତି ବି.ରାମାସୁବ୍ରମଣ୍ୟନ୍‌ (ଅବସରପ୍ରାପ୍ତ)ଙ୍କୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରୁଛି, ଏହି ନିଯୁକ୍ତି ତାଙ୍କ ପଦ ଗ୍ରହଣ କରିବା ଦିନଠାରୁ ଲାଗୁ ହେବ।'

ଜଷ୍ଟିସ୍‌ ରମାସୁବ୍ରମଣ୍ୟନ୍ କିଏ?

ଜଷ୍ଟିସ୍ ବି ରାମାସୁବ୍ରମଣ୍ୟନ୍ ୩୦ ଜୁନ୍ ୧୯୫୮ ରେ ଜନ୍ମଗ୍ରହଣ କରିଥିଲେ। ସେ ଚେନ୍ନାଇର ରାମକୃଷ୍ଣ ମିଶନ ବିବେକାନନ୍ଦ କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ ଏବଂ ମାଡ୍ରାସ ଆଇନ କଲେଜରୁ ଆଇନ ଅଧ୍ୟୟନ ସମାପ୍ତ କରିଥିଲେ। ସେ ୧୬ ଫେବୃଆରୀ ୧୯୮୩ ରେ ବାର୍‌ର ସଦସ୍ୟ ହୋଇଥିଲେ ଏବଂ ପ୍ରାୟ ୨୩ ବର୍ଷ ପର୍ଯ୍ୟନ୍ତ ମାଡ୍ରାସ ହାଇକୋର୍ଟରେ ଓକିଲାତି କରିଥିଲେ। ୩୧ ଜୁଲାଇ ୨୦୦୬ ରେ, ସେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୯ ନଭେମ୍ବର ୨୦୦୯ ରେ ସ୍ଥାୟୀ ବିଚାରପତି ହୋଇଥିଲେ। ଏହା ପରେ, ୨୭ ଏପ୍ରିଲ ୨୦୧୬ ରେ ତାଙ୍କୁ ହାଇଦ୍ରାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ସେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ବିଚାରପତି ଥିଲେ। ୧ ଜାନୁଆରୀ ୨୦୧୯ ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଗଠନ ପରେ ସେ ତେଲେଙ୍ଗାନା ହାଇକୋର୍ଟର ବିଚାରପତି ରହିଲେ।

୨୨ ଜୁନ୍ ୨୦୧୯ ରେ, ସେ ହିମାଚଳ ପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହି ବର୍ଷ ୨୩ ସେପ୍ଟେମ୍ବର ୨୦୧୯ ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ସୁପ୍ରିମକୋର୍ଟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ୧୦୨ ଟି ବିଚାର କରିଥିଲେ ଏବଂ ୨୯ ଜୁନ୍ ୨୦୨୩ ରେ ଅବସର ନେଇଥିଲେ। ଅବସର ପରେ ଏବେ ଜଷ୍ଟିସ ରାମାସୁବ୍ରମଣ୍ୟନ୍‌ଙ୍କୁ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.