ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ ଉପରେ ବକେୟା ରହିଛି ତ୍ରିପୁରାର ୨୦୦ କୋଟି ଟଙ୍କାର ବିଜୁଳି। ରାଜ୍ୟର ମୁଖ୍ୟମନ୍ତ୍ରୀ ମାଣିକ ସାହା ସୋମବାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଡୋଶୀ ଦେଶକୁ ବିଜୁଳି ଦେବା ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏନ୍ଟିପିସି ବିଦ୍ୟୁତ ବ୍ୟାପାର ନିଗମ ଲିମିଟେଡ୍ ମାଧ୍ୟମରେ ତ୍ରିପୁରା ରାଜ୍ୟ ବିଦ୍ୟୁତ ନିଗମ ଲିମିଟେଡ୍ (ଏନ୍ଟିପିସି) ପଡୋଶୀ ଦେଶକୁ ୬୦-୭୦ ମେଗାଓ୍ବାଟ ବିଜୁଳି ଯୋଗାଣ କରୁଛି। ଏଥିପାଇଁ ବାଂଲାଦେଶ ପାଓ୍ବାର ଡେଭଲପମେଣ୍ଟ ବୋର୍ଡ ସହ ଏକ ଚୁକ୍ତି କରାଯାଇଛି।
ସାହା କହିଛନ୍ତି, ବାଂଲାଦେଶ ଆକୁ ବିଜୁଳି ଯୋଗାଣ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଦିଆଯାଇ ନାହିଁ। ବକେୟା ରାଶି ପ୍ରତିଦିନ ବଢିବାରେ ଲାଗିଛି। ଆମକୁ ଆଶା ରହିଛି ସେମାନେ ନିଜର ବକେୟା ପରିଶୋଧ କରିନେବେ, ଫଳରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବନି।’ ଏହା ପଚରା ଯିବା ପରେ ଯଦି ଢାକା ବକେୟା ଟଙ୍କା ଦେବାରେ ବିଫଳ ରୁହେଁ, ତେବେ କ’ଣ ତ୍ରିପୁରା ସରକାର ବିଜୁଳି ଯୋଗାଣକୁ ରୋକି ଦେବ, ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
ସେ କହିଛନ୍ତି, ତ୍ରିପୁରାରେ ବିଜୁଳି ଉତ୍ପାଦନ ୟୁନିଟର ସ୍ଥାପନା ପାଇଁ ବହୁ ମେସିନାରୀ ବାଂଲାଦେଶର ଚଟଗାଓଁ ବନ୍ଦର ମାଧ୍ୟମରେ ଅଣାଯାଇଥିଲା। ତେଣୁ କୃତଜ୍ଞତା କାରଣରୁ ତ୍ରିପୁରା ସରକାର ଏକ ଚୁପ୍ତି ପରେ ଦେଶକୁ ବିଜୁଳି ଯୋଗାଣ ଆରମ୍ଭ କରିଥିଲେ। କିନ୍ତୁ ମୋତେ ଜଣାନାହିଁ ସେମାନେ ବକେୟା ରାଶି ନଦେଲେ ଆମେ ବାଂଲାଦେଶକୁ କେତେ ଦିନ ପର୍ଯ୍ୟନ୍ତ ବିଦ୍ୟାତ ଯୋଗାଣ ଜାରି ରଖିପାରିବୁ।’ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୨୦୧୬ ରେ ବାଂଲାଦେଶକୁ ବିଜୁଳି ଯୋଗାଣ ଆରମ୍ଭ କରିଥିଲା ତ୍ରିପୁରା।