ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ପରିବହନ ପ୍ରାଧିକରଣ ଏବଂ ଆଇଆଟି ମାଡ୍ରାସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

Published By : Harapriya Sethi | December 23, 2024 3:24 PM

ଭୁବନେଶ୍ୱର, ୨୩/୧୨: ସୋମବାର ପୂର୍ବାହ୍ନରେ ପରିବହନ ପ୍ରାଧିକରଣ ଏବଂ ଆଇଆଟି ମାଡ୍ରାସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗ ଦେଇଥିଲେ । ସଡ଼କ ସୁରକ୍ଷା ଏବଂ ଦୁର୍ଘଟଣା ହ୍ରାସ ଦିଗରେ ସରକାର ପ୍ରତିବଦ୍ଧ ଥିବା ବେଳେ ସବୁ ପ୍ରକାର ପ୍ରତିରୋଧୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ, ଅସ୍ପାତ ଏବଂ ଖଣି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଡକ ସୁକ୍ଷାକୁ ଦୃଢ କରିବା ସହିତ ଯାନ ଚାଳନ ସତର୍କତା ଏବଂ ସଚେତନତା ଅଭିଯାନକୁ ଏପରି ସାହାଯ୍ୟ କରିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନଙ୍କ ସମେତ ଆଇଆଇଟି ମାଡ୍ରାସର ଏନ୍ୟତମ ପ୍ରତିନିଧି ଅତୁଲ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଖାରବେଳ ଭବନ ସ୍ଥିତ ବାଣିଜ୍ୟ ଏବଂ ପରିବହନ ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମ ଆରମ୍ଭରେ ପରିବହନ କମିଶନର ଅମିତାଭ ଠାକୁର ପ୍ରାରମ୍ଭିକ ସୂଚନା ଦେବା ସହିତ ବୁଝାମଣାପତ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ବୁଝାମଣା ପତ୍ର ସ୍ୱାକ୍ଷର ବଳରେ ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସଶକ୍ତ କରାଯାଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଆଇଆଇଟି ମାଡ୍ରାସର ପ୍ରଫେସର ଭେଙ୍କଟେଶ ବାଳସୁବ୍ରମଣ୍ୟମ୍‌ ୩ ବର୍ଷ ନିମନ୍ତେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ଏଥିରେ ରାଜ୍ୟବ୍ୟାପି ଶିକ୍ଷଣ ବ୍ୟବସ୍ଥା, କର୍ମଶାଳା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଅଭିଯାନ ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ଯେ, ଏହି ବୁଝାମଣାପତ୍ର ବଳରେ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ସମଚାର ଅଭିଯାନକୁ ପ୍ରଭାବୀ କରାଯିବ । ବିକଶିତ ଓଡ଼ିଶା ନିମନ୍ତେ ଚାରୋଟି ମଡେଲ ଯଥା - ଇଂଜିନିୟରିଂ, ତଦାରଖ ଓ କାର୍ଯ୍ୟାନୁଷ୍ଠାନ, ଜରୁରୀକାଳୀନ ପ୍ରଯତ୍ନ ଓ ମାନବିକ ଦିଗକୁ ପ୍ରାଧାନ୍ୟ ଦିଆଯିବ । ସଡକ ସୁରକ୍ଷା କ୍ଷେତ୍ରରେ ଗାଡ଼ି ଚାଳନାର ନିୟନ୍ତ୍ରଣ ଓ ତଦାରଖ, ଚାଳକମାନଙ୍କ ବ୍ୟବହାର ପରିବର୍ତ୍ତନ ସାଙ୍ଗକୁ ଦୁର୍ଘଟଣା ହ୍ରାସ ଦିଗରେ ଏହି ପ୍ରୟାସ ଫଳପ୍ରଦ ହେବ ବୋଲି ସେ କହିଛନ୍ତି । ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଏକ ପରିସଂଖ୍ୟାନ ଦେଇ ସେ ଦିଗରେ ସବୁ ମହଲର ସହଯୋଗ ଲୋଡ଼ିଛନ୍ତି । ତୃଣମୂଳ ସ୍ତରରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । 



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.