ଭୁବନେଶ୍ୱର,୨୩/୧୨: ସିଆର୍ପିଏଫ୍ ଓଡିଶା ସେକ୍ଟର ପାଇଁ ୪୦୦ ଜଣ ଯବାନଙ୍କୁ ଚୟନ କରାଯାଇଛି । ସୋମବାର ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସେମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ସୋମବାର ଆଚାର୍ଯ୍ୟବିହାରସ୍ଥିତ କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍ଆଇଆର୍) ଅଡିଟୋରିୟମରେ ସିଆର୍ପିଏଫ୍ର ‘ରୋଜଗାର ମେଳା’ ଆୟୋଜିତ ହେବ । ଏହି ମେଳାରେ ନୂଆ କରି ଯୋଗ ଦେବାକୁ ଥିବା ଯବାନମାନଙ୍କୁ ନିଯୁକ୍ତିପତ୍ର ଦିଆଯିବ । ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଭରତ ଭୂଷଣ ସେଠୀ ଓ ପୁଖରାଜ ଜୟପାଲଙ୍କ ସମେତ ଡେପୁଟି କମାଣ୍ଡାଣ୍ଟ ନଗେଶ କୁମାର ମେଳାରେ ଉପସ୍ଥିତ ରହିବେ ।
‘ଚାର୍ଜସିଟ୍’ ଦେଖାଇ ମୋତେ ଟାର୍ଗେଟ କରୁଛି ବିଜେପି,...