ଭୁବନେଶ୍ଵର, ୨୩/୧୨ : ରାଜଧାନୀରେ କିଡନାପିଂ ଡ୍ରାମା। ଏକ୍ସ ବୟଫ୍ରେଣ୍ଡ୍ ରଚିଥିଲା ନାଟକ। ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଫିଲ୍ମ ଷ୍ଟାଇଲ୍ରେ ପୂର୍ବତନ ପ୍ରେମିକାଙ୍କୁ କରିଥିଲେ ଅପହରଣ। ମାଗିଥିଲେ ଟଙ୍କା। ଅପହୃତା ଯୁବତୀ ଘରକୁ ଫେରିବା ପରେ ସାମ୍ନାକୁ ଆସିଲା ସତ। ତ୍ରିକୋଣୀୟ ଲଭ୍ଷ୍ଟୋରୀରୁ ହୋଇଥିଲା ଅପହରଣ। ଏବେ ଅପହରଣକାରୀକୁ ଖୋଜୁଛି ପୋଲିସ।
ସୂଚନା ଥାଉକି, ରବିବାର ରାତି ପ୍ରାୟ ସାଢେ ୧ଟା। ଭୁବନେଶ୍ଵର ଲୁମ୍ବିନୀ ବିହାରରୁ ଫିଲ୍ମ ଷ୍ଟାଇଲ୍ରେ ଜଣେ ଯୁବତୀଙ୍କୁ କରାଯାଇଥିଲା ଅପହରଣ। ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଯୁବତୀଙ୍କୁ କାର୍ରେ ଉଠାଇ ନେଇଥିଲେ ୪ ଯୁବକ। ଏହାକୁ ବାରଣ କରିବାରୁ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ କରିଥିଲେ ଆକ୍ରମଣ। ଗୋଡାଇ ଗୋଡାଇ ହାଣିଥିଲେ ୪ ଦୁର୍ବୃତ୍ତ। ରାତି ଅଧରେ ଦୌଡି ଦୌଡି ଯାଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ ପୁରୁଷ ବନ୍ଧୁ। ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ମୈତ୍ରୀ ବିହାର ଥାନା ପୋଲିସ। ତେବେ ଅପହୃତା ଯୁବତୀଙ୍କୁ ଏବେ ଉଦ୍ଧାର କରାଯାଇଛି। ଘରକୁ ଫେରିବା ପରେ ଯୁବତୀଙ୍କୁ ଏକ ନିବୃତ୍ତ ସ୍ଥାନରେ ପଚରାଉଚରା କରାଯାଉଛି। ଯାହା ଜଣାପଡିଛି ତ୍ରିକୋଣୀୟ ପ୍ରେମ ପାଇଁ ଅପହରଣ ନାଟକ ରଚିଥିଲେ ପୂର୍ବତନ ପୁରୁଷ ବନ୍ଧୁ । ଏବେ ଅପହରଣକାରୀକୁ ଖୋଜିବା ସହ ଅପହରଣର ପ୍ରକୃତ କାରଣ ଖୋଜୁଛି ପୋଲିସ ।