ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ଅଭିଶାପ ସାଜିଛି ପ୍ରଥମ ଋତୁସ୍ରାବ, ଚଟାଣରେ ବିତୁଛି ଚାରି ଦିନ...

Published By : Prameya | December 23, 2024 2:14 PM

ପୁରୀ,୨୩/୧୨(ରାଜଶ୍ରୀ ସାହୁ): ପେଣ୍ଠକଟାର ଏସ୍‌ ମାଳତୀ । ବୟସ ୧୧ । ଗତ ସପ୍ତାହରେ ସ୍କୁଲରେ ଥିବା ବେଳେ ପ୍ରଥମ ଥର ପାଇଁ ସେ ଋତୁସ୍ରାବର ଅନୁଭୂତି ପାଇଥିଲେ । ଘରକୁ ଆସି କହିବା ମାତ୍ରେ ତାଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ଅର୍ସ୍ପୁଶ୍ୟ ପ୍ରାୟ ରଖାଗଲା । ପୌଷ ମାସର ଶୀତରେ ବି ଚଟାଣରେ ଏକ ପ୍ଲାଷ୍ଟିକ ମଶିଣାରେ ଶୋଇବାକୁ ବାଧ୍ୟ କରାଗଲା । ସେ ବ୍ୟବହାର କରିଥିବା ସମସ୍ତ ଜିନିଷ ୭ ଦିନ ପରେ ଫିଙ୍ଗି ଦିଆଯିବ । ଏଣୁ ପୁରୁଣା ଚଦର ଓ ଖଣ୍ଡିଏ ଛିଡ଼ା ବେଡ୍‌ ସିଟ୍‌ରେ ସେ ୪ ଦିନ ବିତାଇଲେ । କେବଳ ସେତିକି ନୁହେଁ ଯେଉଁ ସ୍କୁଲ ଡ୍ରେସରେ ତାଙ୍କର ପ୍ରଥମ ଋତୁସ୍ରାବ ହୋଇଥିଲା ସେଇ ଖଣ୍ଡିଏ ଡ୍ରେସ ପିନ୍ଧି ସେ ୪ ଦିନ ରହିଲେ । 

କେବଳ ମାଳତୀ ନୁହେଁ ଜୀବନରେ ଥରେ ଏଭଳି ନର୍କ ତୂଲ୍ୟ ପରିସ୍ଥିତି ଦେଇ ଗତି କରନ୍ତି ପୁରୀ ପେଣ୍ଠକଟାରେ ରହୁଥିବା ୮୦ ଭାଗ ଝିଅ । ପ୍ରଥମ ଋତୁସ୍ରାବ ସମୟରେ ସେମାନଙ୍କ ପାଇଁ ୪ ଦିନ ମୁଣ୍ଡ କୁଣ୍ଡେଇବା ମନା । ବେଶ ହେବା ବାରଣ । ପୁରୁଷଙ୍କ ମୁହଁ ଚାହିଁବା ପାପ । ହଳେ ପୋଷାକ ପିନ୍ଧି ୪ ଦିନ ଯାଏଁ ନ ଗାଧୋଇ ରହିବାକୁ ସେମାନେ ବାଧ୍ୟ । ଯେଉଁ ସାମଗ୍ରୀକୁ ଛୁଇଁଦେବ ତାହା ପାଲଟେ ଅପବିତ୍ର । କୋମଳ ବୟସରେ ଅସ୍ପୁର୍ଶ୍ୟତାର ଏକ ଅଜଣା ଭୟ ଦେଇ ସେମାନଙ୍କୁ ଗତି କରିବାକୁ ପଡ଼େ । ଋତୁସ୍ରାବ ସତେ ସେମାନଙ୍କ ପାଇଁ ଏକ ଅଭିଶାପ ପାଲଟେ । ଋତୁସ୍ରାବ ଜନିତ ଏଭଳି କିଛି କୁପ୍ରଥା କବଳରେ ଆଜି ବି କଲବଲ ହେଉଛନ୍ତି ଅନେକ କୋମଳମତି । ପେଣ୍ଠକଟା ସମେତ ବାଲିନୋଳିଆ ସାହି ଓ ଗୌଡ଼ବାଡ଼ ସାହିର କିଛି ଅଂଶରେ ମଧ୍ୟ ପ୍ରଥମ ଋତୁସ୍ରାବ ସମୟରେ ଏଭଳି କଠୋର ନିୟମ ପ୍ରଚଳିତ । 

ଏହାଛଡ଼ା ପୁରୀର ସେବାୟତ ସଂପ୍ରଦାୟ ଏବଂ ନିର୍ଦ୍ଦିଷ୍ଟ କେତେକ ଜାତିରେ ଏବେ ବି ଏହି ପ୍ରଥା ଚଳିଆସୁଛି । ଏହି ନିୟମକୁ ଏତେ ଗୁରୁତର ସହ ନିଆଯାଉଛି ଯେ ଅନେକ ଝିଅଙ୍କୁ ଏଥିପାଇଁ ନିଜର ପାଠ ପଢା ଅଧାରୁ ଛାଡ଼ିବାକୁ ପଡୁଛି । ଏସ୍‌ ମାଳତୀଙ୍କ ମା’ ଲକ୍ଷ୍ମୀରାଣୀ କହିଛନ୍ତି, ତାଙ୍କର ୩ ଝିଅ ଓ ୧ ପୁଅ ଅଛନ୍ତି । ମାଳତୀ ତାଙ୍କର ସବା ସାନ ଝିଅ । ମାଳତୀଙ୍କ ଉପରେ ତାଙ୍କର ୨ ଜମଜ ଝିଅ ଅଛନ୍ତି । ତାଙ୍କ ଘରେ ସମସ୍ତେ ଏହି ନିୟମ ମାନି ଆସିଥିବାରୁ ସେ ମଧ୍ୟ ଏହି ନିୟମକୁ ମାନି ଆସୁଛନ୍ତି ବୋଲି ସେ କହିଛନ୍ତି । ଏପରିକି ତାଙ୍କର ଜଣେ ସଂପର୍କୀୟ ଝିଆରୀକୁ ଏଥିପାଇଁ ପାଠ ପଢ଼ା ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା ବୋଲି ସେ ସ୍ୱୀକାର କରିଛନ୍ତି । ମାଟ୍ରିକ ପରୀକ୍ଷା ଚାଲୁଥିବା ସମୟରେ ତାଙ୍କ ଝିଆରୀର ପ୍ରଥମ ଋତୁସ୍ରାବ ହୋଇଥିବାରୁ ସେ ପରୀକ୍ଷା ଦେବାକୁ ଯାଇ ପାରିନଥିଲା । ପରବର୍ତ୍ତୀ ସମୟରେ ତା’ ପାଠ ପଢ଼ାରେ ଡୋରି ଲାଗିଥିଲା । କିଛିଦିନ ପରେ ବାହାଘର କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି । 

ତାଙ୍କ କହିବା ମୁତାବକ, ପ୍ରଥମ ଋତୁସ୍ରାବରେ କଟକଣା କଠୋର ହୋଇଥିବା ବେଳେ ପରବର୍ତ୍ତୀ ମାସରେ କଟକଣା କୋହଳ ହୁଏ । ପ୍ରତ୍ୟେକ ମାସରେ ଋତୁସ୍ରାବର ପ୍ରଥମ ୪ ଦିନ ଝିଅମାନଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଏ । ତେବେ ପୋଷାକ ନ ପାଲଟିବା ସ୍ନାନ ନ କରିବା ଭଳି କଟକଣା ଅନ୍ୟ ମାସରେ କାର୍ଯ୍ୟକାରୀ ହୁଏନି । ଘରର ପ୍ରତ୍ୟେକ ମହିଳା ସଦସ୍ୟଙ୍କୁ ଏହି ନିୟମ ମାନିବାକୁ ହୁଏ । ଏହି ଅଞ୍ଚଳର ଅନେକ ମହିଳା ମାଛ ବିକ୍ରି କରିବା ସହ ଦିନ ମଜୁରି କରି ଗୁଜୁରାଣ ମେଣ୍ଟାଇଥାନ୍ତି । ମାସକର ଏହି ଚାରି ଦିନ ସେମାନେ କର୍ମ କ୍ଷେତ୍ରକୁ ମଧ୍ୟ ଯାଇନଥାନ୍ତି ବୋଲି କହିଛନ୍ତି । ପ୍ରଥମ ଋତୁସ୍ରାବ ସମୟରେ ଆହୁରି ପୂର୍ବରୁ ଅନେକ ନିୟମ ପାଳନ କରାଯାଉଥିଲା । ତେବେ ଧୀରେ ଧୀରେ ଏସବୁର ମାତ୍ରା ହ୍ରାସ ପାଇଛି । ଯେମିତିକି ୪ ଦିନ ଯାଏଁ ଲୁଣ କିମ୍ବା ଆମିଷ ଖାଦ୍ୟ ଖାଇବନି । ଅଧିକରୁ ଅଧିକ ମିଠା ଖାଦ୍ୟ ଖାଇବ । ପଞ୍ଚମ ଦିନ ସୂର୍ଯ୍ୟଉଦୟ ପୂର୍ବରୁ ଗାଧୋଇବା ପରେ ଏହି ସବୁ ନିୟମରୁ ବିରତି ମିଳିଥାଏ । ସେବାୟତ ସମ୍ପ୍ରଦାୟରେ ସମୟାନୁକ୍ରମେ ଏହି ନିୟମରେ ଅନେକ ପରିବର୍ତ୍ତନ ଆସିଛି । 

କିଛି ବର୍ଷ ପୂର୍ବେ ସେବାୟତ ସମ୍ପ୍ରଦାୟରେ ନବବଧୂର ଋତୁସ୍ରାବ ହେବା ମାତ୍ରେ ତା’ ବାପଘରକୁ ଖବର ଯାଉଥିଲା । ବାପଘରୁ କୌଣସି ମହିଳା ରିକ୍ସା କିମ୍ବା ଅଟୋ ନେଇ ତା’ ଶାଶୁଘରକୁ ଯାଇ ସେଠାରୁ ତାଙ୍କୁ ଆଣି ଆସୁଥିଲେ । ନବବଧୂ ଆସିବା ପାଇଁ ରିକ୍ସାକୁ କପଡ଼ାରେ ଆବଧ କରାଯାଉଥିଲା । ବାପଘରେ ପହଞ୍ଚିବା ପରେ ସେଠାରେ ନବବଧୂ ଗାଧୋଇବା ସହ ତାକୁ ଆଣିବାକୁ ଯାଇଥିବା ମହିଳା ମଧ୍ୟ ଗାଧୋଉଥିଲେ । ବାହାଘର ପରର ୧ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁଥିଲା । ହେଲେ ଏବେ କାଁ ଭାଁ କେତୋଟି ସ୍ଥାନକୁ ଛାଡ଼ିଦେଲେ ଏହା ଦେଖିବାକୁ ମିଳୁନି । ପେଣ୍ଠକଟା ଓ ବାଲିନୋଳିଆ ସାହି ଆଦି ଅଞ୍ଚଳରେ ଋତୁସ୍ରାବ ସଚେତନତା କାର୍ଯ୍ୟକ୍ରମ କରୁଥିବା ସୁଶ୍ରୀ ନାରୀ ଶକ୍ତି ଫାଉଣ୍ଡେସନର ନିର୍ଦ୍ଦେଶିକା ଅରୁଣିମା ନନ୍ଦ କହିଛନ୍ତି, ଏହି ଅଞ୍ଚଳର ମହିଳାମାନେ ଋତୁସ୍ରାବ ଜନିତ ସଚେତନତାଠାରୁ ବହୂ ଦୂରରେ । ପୁରୁଣା ନିୟମକୁ ଏମାନେ କଡ଼ାକଡ଼ି ଭାବେ ପାଳନ କରନ୍ତି । ଅଧିକାଂଶ ମହିଳା ଆଜି ବି ଅସ୍ୱଚ୍ଛ କପଡ଼ା ବ୍ୟବହାର କରୁଛନ୍ତି । ଏକକ ବ୍ୟବହାରୀକାରୀ ସାନିଟାରୀ ନାପ୍‌କିନ୍‌କୁ ମହିଳାମାନେ ଧୋଇ ଶୁଖେଇ ବାରମ୍ବାର ବ୍ୟବହାର କରୁଥିବାର ମଧ୍ୟ ଏଠାରେ ଦେଖିବାକୁ ମିଳେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.