ନୂଆଦିଲ୍ଲୀ,୨୩।୧୨: ସାରା ଦୁନିଆର ଦେଶଠାରୁ ମାନ୍ୟତା ନେବାର ଚେଷ୍ଟା କରୁଛନ୍ତି ଆଫଗାନିସ୍ତାନର ତାଲିବାନ ସରକାର। ଏବେ ତାଲିବାନ ପାଇଁ ଆସିଛି ଆଶ୍ବସ୍ତିଜନକ ଖବର। ସାଉଦି ଆରବ ସରକାର ତିନି ବର୍ଷ ପରେ କାବୁଲ ସହ ପୁଣିଥରେ ରାଜନୈତିକ ସମ୍ପର୍କ ବଢାଇବା ନେଇ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ବିଷୟରେ ରିୟାଦ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି।
ସାଉଦି ଆରବ ସରକାର ଏହି ନିଷ୍ପତ୍ତିକୁ ଅଫଗାନ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସ୍ବାଗତ କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜିୟା ଅହମ୍ମଦ କହିଛନ୍ତି, ଆମକୁ ଆଶା ରହିଛି ଦୁଇ ଦେଶ ଭିତରେ ଏହି ଗତିବିଧି ମାଧ୍ୟମରେ ସମ୍ପର୍କ ଆହୁରି ଭଲ ହେବ ଓ ଦୁଇ ଦେଶ ଭିତରେ ସହଯୋଗର ଭବାନା ମଜବୁତ ହେବ। ସେ କହିଛନ୍ତି, ରିୟାଦର ଏହି ପଦକ୍ଷେପ ଦ୍ବାରା ଆମେ ସାଉଦି ଆରବରେ ରହୁଥିବା ଅଫଗାନୀଙ୍କ ସମସ୍ୟାର ମଧ୍ୟ ଜବାବ୍ ଦେବାରେ ସକ୍ଷମ ହେବୁ।
ଏହା ପୂର୍ବରୁ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ ରିୟାଦ ସରକାର। ସୋସିଆଲ ମିଡିଆରେ ଲେଖିଥିଲେ ଭାଇଚାରା ଥିବା ଆମ ଅଫଗାନ ଲୋକଙ୍କ ପାଇଁ ସବୁ ସେବା ଦେବାର ଉଦେଶ୍ୟରେ ସାଉଦି ସରକାର ୨୨ ଡିସେମ୍ବରେ କାବୁଲରେ ନିଜର ଦୂତାବାସ ପୁଣିଥରେ ଆରମ୍ଭ କରିବେ। ୧୫ ଅଗଷ୍ଟ ୨୦୨୧ ରେ ଆଫଗାନିସ୍ତାନ ସରକାର ଗାଦିଚ୍ୟୁତ ହେବାପରେ ତାଲିବାନ କ୍ଷମତାରେ ଆସିଥିଲା। ଏହାପରେ ସାଉଦି ସମେତ ବହୁ ଦେଶର ସରକାର ଅଫଗାନିସ୍ତାନଠାରୁ ନିଜର କୁଟନୀତିଜ୍ଞଙ୍କୁ ଡକାଇ ଥିଲେ। ତାଲିବାନ ସେହି ସମସ୍ତ ଦେଶକୁ ଭରସା ଦେବାର ଚେଷ୍ଟା କରିଥିଲା ସେ ଆଉ ପୂର୍ବ ଭଳି ନାହିଁ, ବଂର ନୂଆ ତାଲିବାନ।