ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ଶେଖ୍‌ ହସିନାଙ୍କୁ ବାଂଲାଦେଶ ପଠାଅ! ପ୍ରତ୍ୟର୍ପଣ ପାଇଁ ଭାରତ ସରକାରଙ୍କୁ ଚିଠି ଲେଖିଲେ ମହମ୍ମଦ ୟୁନୁସ୍‌

Published By : Prameya | December 23, 2024 6:33 PM

ନୂଆଦିଲ୍ଲୀ,୨୩/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶ ଭାରତକୁ ଏକ ଚିଠି ଲେଖିଛି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତାହିଦ୍ ହୁସେନ୍ କହିଛନ୍ତି ଯେ 'ଆମେ ଭାରତ ସରକାରଙ୍କୁ କହିଛୁ ଯେ ନ୍ୟାୟିକ ପ୍ରକ୍ରିୟା ପାଇଁ ଶେଖ ହସିନାକୁ ବାଂଲାଦେଶକୁ ଫଠାଇଦିଅନ୍ତୁ।' ସୋମବାର ଗୃହ ବ୍ୟାପାର ପରାମର୍ଶଦାତା ଜାହାଙ୍ଗୀର ଆଲାମ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ପଳାୟନ କରିଥିବା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତରୁ ଫେରାଇ ଆଣିବାକୁ ଦାବି କରିଛି।

୨୦୧୩ ରେ ଭାରତ ଏବଂ ବାଂଲାଦେଶ ସରକାରଙ୍କ ମଧ୍ୟରେ ପ୍ରତ୍ୟର୍ପଣ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ୨୦୧୩ ପରଠାରୁ ଭାରତ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା ଯେ ଅଭିଯୁକ୍ତ କିମ୍ବା ପଳାତକଏବଂ ବନ୍ଦୀମାନଙ୍କୁ ପରସ୍ପରକୁ 'ପ୍ରତ୍ୟର୍ପଣ ଅପରାଧ ମାମଲା'ରେ ହସ୍ତାନ୍ତର କରାଯିବ। ବାଂଲାଦେଶ ସରକାର କହିଛନ୍ତି ଯେ ଏହି ଚୁକ୍ତିନାମା ଅନୁଯାୟୀ ବାଂଲାଦେଶ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି। ଅବଶ୍ୟ ଏହି ପ୍ରତ୍ୟର୍ପଣ ଚୁକ୍ତିନାମାର ଏକ ଧାରାରେ କୁହାଯାଇଛି ଯେ ଯଦି ପ୍ରତ୍ୟର୍ପଣ କରାଯିବାକୁ ଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ରାଜନୈତିକ ପ୍ରକୃତିର ଅଟେ, ତେବେ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ରାଜନୈତିକ ମାମଲା ବ୍ୟତୀତ ଅପରାଧରେ ଜଡ଼ିତ ବ୍ୟକ୍ତିବିଶେଷଙ୍କ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥାଏ। ଏହି ଅପରାଧରେ ଆତଙ୍କବାଦ, ବୋମା ବିସ୍ଫୋରଣ, ହତ୍ୟା ଏବଂ ନିଖୋଜ ଭଳି ଅପରାଧ ସାମିଲ ଥିଲା। ତେବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ବହୁ ହତ୍ୟା, ଲୁଟ୍ ଓ ଜାଲିଆତି ଅଭିଯୋଗ ଆସିଛି। ଏହା ବ୍ୟତୀତ ବାଂଲାଦେଶର ଏକ କମିଶନ ମଧ୍ୟ ଏହାର ଅନୁସନ୍ଧାନ ରିପୋର୍ଟରେ କିଛି ମୁଖ୍ୟ ଲୋକଙ୍କୁ ଲୁଚେଇଥିବା କିମ୍ବା ବାହାରକୁ ଲୁଚାଇଦେଇଥିବା ଅଭିଯୋଗ କରିଛନ୍ତି। 'ଅନ୍‌ଫୋଲ୍ଡିଂ ଦ ଟ୍ରୁଥ୍' ନାମକ ଏହି ରିପୋର୍ଟରେ ଶେଖ ହସିନା ବାଂଲାଦେଶର କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କୁ ଗାଏବ କରିଥିବାର ଅଭିଯୋଗ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.