ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ପାଞ୍ଚଦିନିଆ ଆମେରିକା ଗସ୍ତରେ ଯିବେ ଏସ ଜୟଶଙ୍କର; ଦ୍ବିପାକ୍ଷିକ ସମ୍ପର୍କ ଉପରେ କରିବେ ଆଲୋଚନା...!

Published By : Bijay Swain | December 23, 2024 6:24 PM

Image Courtesy: lederbiography

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୯ ତାରିଖ ଯାଏ ସେ ଆମେରିକାରେ ଗସ୍ତ ରହିବା ସହିତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ବନ୍ଧକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକାରେ ଦ୍ୱିତୀୟ ଥର ଟ୍ରମ୍ପ ସରକାର ଆସିବା ପରେ ଭାରତ ପକ୍ଷରୁ ଏହା ପ୍ରଥମ ଉଚ୍ଚ-ସ୍ତରିୟ ବୈଠକ ହେବାକୁ ଯାଉଛି। 

ଏହି ଗସ୍ତରେ ଜୟଶଙ୍କର ଉଭୟଦେଶର ଦ୍ୱିପାକ୍ଷିକ ସମ୍ପର୍କ ସହ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟାକୁ ନେଇ ଆଲୋଚନା କରିବାକୁ ଯାଉଛନ୍ତି ବୋଲି ସୁଚନା ରହିଛି। ଏହି ଆଲୋଚନାରେ ଭାରତ ଓ ଆମେରିକା ସମ୍ପର୍କକୁ ମଜବୁତ କରିବା ସହ ଉଭୟ ଦେଶ କିପରି ପାରସ୍ପରକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିପାରିବେ ତା ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। 

ଏହି ଗସ୍ତ ଅବସରରେ ଜୟଶଙ୍କର ଆମେରିକାରେ ଭାରତର କନସୁଲ୍ ଜେନେରାଲ୍ସର ଏକ ସମ୍ମିଳନୀରେ ମଧ୍ୟ ଅଧ୍ୟକ୍ଷତା କରିବେ। ତେବେ ଆମେରିକାରେ ଟ୍ରମ୍ପ ସରକାର ଆସିବା ପରେ ସାରା ବିଶ୍ୱରେ ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏହି ସମୟରେ ଜୟଶଙ୍କର ଆମେରିକା ଗସ୍ତ କରୁଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.