ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ସିରିଆରେ ଗମ୍ଭୀର ହେଉଛି ଆର୍ଥିକ ସଙ୍କଟ, କପେ କଫି ଲାଗି ଦେବାକୁ ପଡୁଛି ନୋଟ୍‌ ବଣ୍ଡଲ

Published By : Prameya | December 23, 2024 10:13 AM

ନୂଆଦିଲ୍ଲୀ ୨୩/୧୨: ଏକଦା ସଭ୍ୟତା ଓ ଇତିହାସର ପ୍ରତୀକ ଥିବା ସିରିଆ ଏବେ ଗମ୍ଭୀର ଆର୍ଥିକ ସଙ୍କଟର ସାମ୍ନା କରୁଛି । ନିକଟରେ ରାଷ୍ଟ୍ରପତି ଅସଦ ଦେଶ ଛାଡ଼ି ପଳାଇବା ଓ କ୍ଷମତା ପରିବର୍ତ୍ତନ ପରେ ଏହି ସଙ୍କଟ ଆହୁରି ଘନେଇଛି । ଗୃହଯୁଦ୍ଧ, ଅନ୍ତର୍ଜାତୀୟ କଟକଣା ଦେଶକୁ ଦରଦାମ୍‌ ବୃଦ୍ଧିର ଏମିତି ଜାଲରେ ଫସାଇ ଦେଇଛି ଯେ ସାଧାରଣ ନାଗରିକଙ୍କ ଲାଗି ଜୀବନ ବିତାଇବା କଷ୍ଟକର ହୋଇପଡ଼ିଛି । ନିକଟରେ ଜଣେ ଟ୍ରାଭେଲ ବ୍ଲଗର ଏଲୋନା କରଫିନ୍‌ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସିରିଆର ନାଗରିକଙ୍କର ଦୁଃଖଦ ଅବସ୍ଥାକୁ ବର୍ଣ୍ଣନା କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ, ଦେଶରେ ପରିସ୍ଥିତି ଏପରି ଖରାପ ହୋଇପଡି଼ଛି ଯେ ଲୋକେ ପର୍ସ ରଖିବା ଛାଡି଼ ଦେଇଛନ୍ତି । କାରଣ ଜିନିଷପତ୍ର କିଣିବାକୁ ସେମାନଙ୍କୁ ନୋଟ୍‌ର ବଣ୍ଡଲ ଦେବାକୁ ପଡୁଛି । ସେଠାକାର ରେସ୍ତୋରାଁଗୁଡି଼କର ମେନ୍ୟୁରେ ଦାମ୍‌ ଲେଖାଯାଉନାହିଁ । କାରଣ କୌଣସି ଦାମ୍‌ ସ୍ଥିର ରହୁନାହିଁ । 




ସେହିପରି ବିଦେଶୀ ବ୍ରାଣ୍ଡଗୁଡି଼କ ସିରିଆରୁ ନିଜର ଉତ୍ପାଦକୁ ହଟାଇ ନେଇଛନ୍ତି । ତେଣୁ ଲୋକେ ସ୍ଥାନୀୟ ଉତ୍ପାଦ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛନ୍ତି । ସିରିଆର ଏହି ଆର୍ଥିକ ସଙ୍କଟର ମୂଳରେ ରହିଛି ଦେଶର ମୁଦ୍ରା ସିରିଆନ୍‌ ପାଉଣ୍ଡର ମୂଲ୍ୟ କମିବା । ଏକଦା ଏକ ଆମେରିକୀୟ ଡଲାର ୫୦ ସିରିଆନ୍‌ ପାଉଣ୍ଡ ସହ ସମାନ ଥିଲା । କିନ୍ତୁ ବର୍ତ୍ତମାନ ଏକ ଆମେରିକୀୟ ଡଲାର ୧୫ ହଜାର ସିରିଆନ୍‌ ପାଉଣ୍ଡରେ ପହଞ୍ଚିସାରିଛି । ଏଭଳିସ୍ଥିତିରେ ଏକ କପ୍‌ କଫି ଲାଗି ୨୫ ହଜାର ସିରିଆନ୍‌ ପାଉଣ୍ଡ ଦେବାକୁ ପଡୁଛି । ତାଙ୍କର ଏହି ଭିଡିଓକୁ ୧୦ ନିୟୁତରୁ ଅଧିକ ଲୋକେ ଦେଖିସାରିଲେଣି । ଅନେକ ୟୁଜର ସିରିଆର ପୁନଃନିର୍ମାଣ ଲାଗି ସାରା ବିଶ୍ୱ ଅଧିକ ସହାୟତା ପ୍ରଦାନ କରିବା ଆବଶ୍ୟକ ବୋଲି ଲେଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.