ନୂଆଦିଲ୍ଲୀ: ବାଂଲାଦେଶରେ ଶାସନ ଏବଂ ଦୁର୍ନୀତି ମଧ୍ୟରେ ଆଉ ଏକ ବଡ ବିବାଦ ସାମ୍ନାକୁ ଆସିଛି । ଦୁର୍ନୀତି ନିବାରଣ ଆୟୋଗ ବା ଆଣ୍ଟି କରପସନ୍ କମିଶନ (ଏସିସି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କ ପୁଅ ସାଜିବ ୱାଜେଦ ଜୟଙ୍କ ବିରୋଧରେ ଆମେରିକାରେ ତିନି ଲକ୍ଷ କୋଟି ଟଙ୍କା ମୂଲ୍ୟର ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ।
ଏହି ପଦକ୍ଷେପ ବାଂଲାଦେଶର ରାଜନୈତିକ ସର୍କଲରେ ହଲଚଲ୍ ସୃଷ୍ଟି କରିପାରେ। ଏହି ମାମଲାରେ ଅଭିଯୋଗ ହୋଇଛି ଯେ, ହସିନା ଏବଂ ଜୟ ବେଆଇନ ଭାବେ ବିଦେଶକୁ ବିପୁଳ ପରିମାଣର ଟଙ୍କା ଟ୍ରାନ୍ସଫର କରିଛନ୍ତି ।
ଏହା ପୂର୍ବରୁ ଏସିସି (ACC) ଶେଖ ହସିନା, ତାଙ୍କ ପୁଅ ଜୟ, ହସିନାଙ୍କ ଭଉଣୀ ଶେଖ ରେହାନା ଏବଂ ବ୍ରିଟିଶ ସାଂସଦ ଥିବା ରେହାନାଙ୍କ ଝିଅ ତୁଳସୀ ସିଦ୍ଦିକଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ସେମାନେ ୯ ଟି ପ୍ରକଳ୍ପ ମାଧ୍ୟମରେ ୮୦ ହଜାର କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏହି ଅନୁସନ୍ଧାନ ୧୭ ଡିସେମ୍ବରରୁ ଆରମ୍ଭ ହୋଇଥିଲା ।
ବାଂଲାଦେଶ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଅନେକ ଅଭିଯୋଗ ଆସି ସାରିଛି । ଏହା ପୂର୍ବରୁ ସରକାର ଶେଖ ହସିନାଙ୍କ ଉପରେ ଘୃଣା ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା । ସରକାର କହିଥିଲେ ଯେ ଶେଖ ହସିନାଙ୍କ ବିବୃତ୍ତି ଦେଶ ପାଇଁ କ୍ଷତିକାରକ ହୋଇପାରେ । ଏଥି ସହିତ ବାଂଲାଦେଶର ଏକ କମିଶନ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଏକ ରିପୋର୍ଟ ଦେଇଛନ୍ତି, ଯେଉଁଥିରେ ଦେଶ ଛାଡି ପଳାଇଥିବା କିଛି ଲୋକଙ୍କ ପଛରେ ଶେଖ ହସିନାଙ୍କ ହାତ ଥିବା ଜଣାପଡିଛି ।