ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ଚାଇନାଠୁ ପଞ୍ଚମ ପିଢ଼ିର ଫାଇଟର ଜେଟ୍ କିଣୁଛି ପାକିସ୍ତାନ; ସତର୍କ ଭାରତ

Published By : Bijay Swain | December 22, 2024 10:41 PM

Image courtesy: Xinhua News Agency

ନୂଆଦିଲ୍ଲୀ: ଧୀରେ ଧୀରେ ବଳ ଗୋଟାଉଛି ପାକିସ୍ତାନ। ମଝଭୁତ କରୁଛି ସେନା। କେବେ ମିସାଇଲ ଟେଷ୍ଟ ତ ଆଉ କେତେବେଳେ କିଣୁଛି ଫାଇଟର ଜେଟ୍। ଏବେ ଚୀନ ଠାରୁ ଅତ୍ୟାଧୁନିକ ଆଡ୍ଭାନ୍ସ ଫାଇଟର ଜେଟ୍ କିଣିବାକୁ ଯାଉଛି ପାକିସ୍ତାନ। ଚୀନ ପାକିସ୍ତାନକୁ ଏହାର ପଞ୍ଚମ ପିଢ଼ିର ଫାଇଟର ଜେଟ୍ ଜେ-୩୫ ଦେବ। ଏନେଇ ଚୁକ୍ତି ସରିଛି। ପାକିସ୍ତାନ ସରକାର ଫାଇଟର ଜେଟ୍ କିଣିବା ନେଇ ଘୋଷଣା କରିଛନ୍ତି।

ବିଶ୍ୱର ପ୍ରଥମ ଦେଶ ଭାବେ ପାକିସ୍ତାନ ଚାଇନାଠୁ ଏହି ଫାଇଟର ଜେଟ୍ କିଣିବାକୁ ଯାଉଛି। ଚୀନଠୁ ଏହି ଫାଇଟର ଜେଟ୍ ପାଇବା ପରେ ପାକିସ୍ତାନର ବାୟୁ ସେନା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳି ହୋଇଯିବ। ଯାହା ଭାରତ ପାଇଁ ଚିନ୍ତାର କାରଣ। 

ପାକିସ୍ତାନର ବାୟୁସେନା(ପିଏଏଫ)ରେ ଥିବା ଏଫ-୧୬ ଓ ଫ୍ରାନ୍ସ ନିର୍ମିତ ମିରାଜ ଜାହାଜ ବହୁ ପୁରୁଣା ହୋଇଗଲାଣି। ଏଣୁ ପିଏଏଫ ଚିନଠୁ ୪୦ଟି ଜେ-୩୫ ଫାଇଟର ଜେଟ୍ କିଣିବ। ଏନେଇ ପାକିସ୍ତାନର ବିଭିନ୍ନ ଗମମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଫାଇଟର ଜେଟ୍ଗୁଡ଼ିକୁ ଚାଇନା ଦୁଇମାସ ମଧ୍ୟରେ ପାକିସ୍ତାନକୁ ଯୋଗାଇଦେବ ବୋଲି ଘୋଷଣା କରିଛି। 

ଏହା ପୂର୍ବରୁ ପାକିସ୍ତାନୀ ପାଇଲଟମାନେ ଚୀନର ଜେ-୩୧ ବିମାନ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ନେଉଥିଲେ। ଏନେଇ ଚଳିତ ବର୍ଷ ଜୁଲାଇ ମାସରେ ପାକିସ୍ତାନ ମିଡିଆରେ ଖବର ପ୍ରକାଶ ପାଇଥିଲା। ଚାଇନାରେ ଜେ-୩୫କୁ ଜେ-୩୧ କୁହାଯାଇଥାଏ। ଚଳିତ ବର୍ଷ ଜାନୁୟାରି ମାସରେ ପାକିସ୍ତାନର ଏୟାର ଚିପ ମାର୍ଶଲ ଜାହିର ଅହମ୍ମଦ ବାବର ଜେ-୩୧ କିଣିବା ନେଇ ପ୍ରଥମେ ଘୋଷଣା କରିଥିଲେ। 

ଦୁଇବର୍ଷ ପୁର୍ବେ ଚୀନ ନିର୍ମିତ ଜେ-୧୦ସିଇ ମଲ୍ଟିରୋଲ ଫାଇଟର ଜେଟ୍କୁ ପାକିସ୍ତାନ ନିଜ ବାୟୁସେନାରେ ସାମିଲ କରିଥିଲା। ପାକିସ୍ତାନ ଚାଇନା ସହ ହାତ ମିଶାଇ ଭାରତ ବିରୁଦ୍ଧରେ ନିଜ ବାୟୁସେନାକୁ ଶକ୍ତିଶାଳି କରୁଛି। ତେବେ ଏହି ଫାଇଟର ଜେଟ୍ ବିଷୟରେ ଚାଇନା ବିଶେଷ ଭାବେ କିଛି ଘୋଷଣା କରିନଥିବାରୁ ପ୍ରଥମରୁ ଏହାର ବିଶ୍ୱାସନିୟତା ଉପରେ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ ଚୀନ ଯୋଗାଇ ଥିବା ଏମିତି ଅନେକ ଜାହାଜ ବାରମ୍ବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେଣୁ ଏହା କେତେ ଉନ୍ନତମାନର ପାକିସ୍ତାନ କିଣିଲା ପରେ ଜାଣିପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.