ବ୍ରାସିଲ,୨୨/୧୨: ବ୍ରାଜିଲରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା ବସ୍ । ଜୀବନ୍ତ ଜଳିଗଲେ ଯାତ୍ରୀ । ଭାରସାମ୍ୟ ହରାଇ ବସଟି ଟ୍ରକ ସହ ଧକ୍କା ହୋଇଥିଲା ଏହାପରେ ବସରେ ନିଆଁ ଲାଗି ଯାଇଥିଲା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ୧୩ ଜଣ ଗୁରୁତର ହୋଇଛନ୍ତି । ବ୍ରାଜିଲର ମିନାସ ଜିରାଇସରେ ଏହି ଭୀଷଣ ଦୁର୍ଘଟଣା ଘଟିଛି । ବସଟି ରାଜଧାନୀ ସାଓ ପାଉଲୋରୁ ଯାତ୍ରୀଙ୍କୁ ନେଇ ଯାଉଥିଲା । ବସରେ ୪୫ରୁ ଅଧିକ ଯାତ୍ରୀ ଥିଲେ । ସମସ୍ତ ୧୩ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଦକ୍ଷିଣ ପୂର୍ବ ବ୍ରାଜିଲ ମିନାସ ଜିରାଇସ ବିଆର-୧୧୬ ହାଇୱେରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ସମୟରେ ଏକ କାର ଆସି ବସରେ ପିିଟି ହୋଇଥିଲା । ଦୁର୍ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସରେ ନିଆଁ ଲାଗି ଯାଇଥିଲା । ହୁତୁ ହୁତୁ ହୋଇ ଜଳିଥିଲା ବସ୍ । ସବୁ କିଛି ଛିନ୍ ଛତର ହୋଇ ପଡିଥିଲା । ଟ୍ରକ ଚାଳକ ଫେରାର ଥିବା ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା କି ଟାୟାର ଫାଟିବା କାରଣକୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ଜଣାପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଟ୍ରକରେ ଥିବା ଗ୍ରାନାଇଟ ରାସ୍ତାରେ ପଡିଯାଇଥିଲା । ଫଳରେ ଦୁର୍ଘଟଣା ଘଟିଥିବା କହିଥିଲେ ପ୍ରତ୍ୟକ୍ଷଦର୍ଶୀ ।
ଶୋକ ପ୍ରକାଶ କଲେ ରାଷ୍ଟ୍ରପତି- ବ୍ରାଜିଲରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଲୁଇଜ ଲୁଲା । ସମସ୍ତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି।