ନୂଆଦିଲ୍ଲୀ : ତୁର୍କୀର ଦକ୍ଷିଣ-ପଶ୍ଚିମୀ କ୍ଷେତ୍ରରେ ରବିବାର ଏକ ହେଲିକପ୍ଟର ହସ୍ପିଟାଲର ୪ର୍ଥ ମହଲାରେ ଧକ୍କା ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମ୍ରେ ୪ଜଣ ଲୋକଙ୍କ ଜୀବନ ଯାଇଛି। ମୁଗଲା ପ୍ରାନ୍ତର ଗଭର୍ଣ୍ଣର ଇଦରିସ ଅକବିୟିକ୍ଙ୍କ ଅନୁସାରେ , ହେଲିକପ୍ଟର ଉଡ଼ାଣ ଭରିବା ବେଳେ ହସ୍ପିଟାଲର ୪ର୍ଥ ମହାଲରେ ଧକ୍କା ହୋଇ ଥିଲା ଏବଂ ଏହା ପରେ ତଳେ ଖସି ପଡ଼ିଥିଲା। ଦୁର୍ଘଟଣାରେ ହେଲିକପ୍ଟରର ଦୁଇ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଗଭର୍ଣ୍ଣର ଅକବିୟିକ କହିଛନ୍ତି, ଘନ କୁହୁଡ଼ି ଥିଲା, ଏଥିପାଇଁ ଦୁର୍ଘଟଣା ହୋଇଛି।
ରିପୋର୍ଟ ଅନୁସାରେ, ହେଲିକପ୍ଟର ଖରାପ ଭିଜିବିଲିଟି କାରଣରୁ ମୁଗଲାର ହସ୍ପିଟାଲରର ଛାତରୁ ଉଡ଼ାଣ ଭରିବା ପରେ ଏଣ୍ଟାଲ୍ୟା ସହର ଆଡ଼କୁ ଯାଉଥିଲା। ଏନଟିଭି ଟେଲିଭିଜନ ନେଟୱର୍କ ଦ୍ୱାରା ଜାରି କରାଯାଇ ଥିବା ଫଟୋରେ ହେଲିକପ୍ଟରକୁ ଉଡ଼ାଣ ଭରିବା ପରେ ଅନେକ ଥର କୁହୁଡ଼ିରେ ନିୟନ୍ତ୍ରଣ ହରାଇବାର ଦେଖା ପାରିବେ। ଏହାପରେ ଏହା ହସ୍ପିଟାଲ ପାଖର ଏକ ଖାଲି ଅଞ୍ଚଳରେ ଖସି ପଡ଼ି ଥିଲା।
ସପ୍ତାହ ପୂର୍ବେ ୯ ଡିସେମ୍ୱରରେ ତୁର୍କୀର ଦକ୍ଷିଣ-ପଶ୍ଚିମୀ ଅଞ୍ଚଳରେ ଦୁଇଟି ସେନା ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା, ଯେଉଁଥିରେ ୬ଜଣ ସେନା କର୍ମୀଙ୍କର ମୃତ୍ୟୁ ହୋଇ ଥିଲା। ଏହି ଦୁର୍ଘଟଣାରେ ୫ ଜଣ ସୈନିକଙ୍କର ଘଟଣାସ୍ଥଳରେ ହିଁ ଜୀବନ ଯାଇ ଥିଲା।ଆଉ ଜଣେ ସୈନିକଙ୍କର ହସ୍ପିଟାଲରେ ଚିକିତ୍ସା ବେଳେ ମୃତ୍ୟୁର ଶିକାର ହୋଇ ଥିଲେ।
ସୂଚନା ଅନୁସାରେ, ଏହି ଦୁର୍ଘଟଣା ଇସ୍ପାର୍ଟା ପ୍ରାନ୍ତରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ବେଳେ ହୋଇଥିଲା। କ୍ଷେତ୍ରର ଗଭର୍ଣ୍ଣର ଅବଦୁଲ୍ଲା ଏରିନ କହିଛନ୍ତି କି, ଦୁର୍ଘଟଣାରେ ମିଲିଟାରୀ ଆଭିଏସନ ସ୍କୁଲର ବ୍ରିଗେଡିୟର ଜେନେରାଲଙ୍କ ମୃତ୍ୟୁ ହୋଇଥିଲା। ଏହା ଏବେସୁଦ୍ଧା ସ୍ପଷ୍ଟ ହୋଇ ନାହିଁ କି ଉଭୟ ହେଲିକପ୍ଟରର ଧକ୍କା କେଉଁ କାରଣରୁ ହୋଇଛି। ଏରିନ କହିଛନ୍ତି କି ମାମଲାର ଯାଞ୍ଚ କରାଯାଉଛି।