ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ଜର୍ମାନୀ ପରେ ନାଇଜେରିଆରେ ଖ୍ରୀଷ୍ଟମାସ ସେଲିବ୍ରେସନ ସମୟରେ ବଡ଼ ଦୁର୍ଘଟଣା, ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି…

Published By : Prameya | December 22, 2024 6:39 PM

ନୂଆଦିଲ୍ଲୀ: ଜର୍ମାନୀ ପରେ ଏବେ ନାଇଜେରିଆରେ ଖ୍ରୀଷ୍ଟମାସ ସେଲିବ୍ରେସନ  ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ନାଇଜେରିଆରେ ଖ୍ରୀଷ୍ଟମାସ ସେଲିବ୍ରେସନର ଦୁଇଟି କାର୍ଯ୍ୟକ୍ରମରେ ଦାନ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ ସମୟରେ ଏକ ଦଳାଚକଟା ପରିସ୍ଥିତି ଆରମ୍ଭ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ଏବେ ୩୨ ରେ ପହଞ୍ଚିଛି। ରବିବାର ପୋଲିସ ଏହି ସୂଚନା ଦେଇଛି । ପୋଲିସର ସୂଚନା ଅନୁଯାୟୀ, ହଠାତ୍ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଏକ ବିରାଟ ଜନସମାଗମ ହୋଇଥିଲା ଏବଂ ଠେଲାପେଲା ହେତୁ ଅନେକ ଲୋକ ତଳେ ପଡ଼ିଯାଇଥିଲେ, ଯେଉଁଥିପାଇଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ମୁଖପାତ୍ର ତୋଚୁକୁ ଇକେଙ୍ଗା କହିଛନ୍ତି, ପ୍ରଥମ ଘଟଣା ଦକ୍ଷିଣ-ପୂର୍ବ ଅନମ୍ବ୍ରା ରାଜ୍ୟର ଓକିଜା ସହରରେ ଘଟିଛି, ଯେଉଁ ଠାରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି  । ଖ୍ରୀଷ୍ଟମାସ ଅବସରରେ ଓକିଜାରେ ଜଣେ ପରୋପକାରୀ ବ୍ୟକ୍ତି ଖାଦ୍ୟ ବିତରଣର ଆୟୋଜନ କରିଥିଲେ, ଯେଉଁଥିରେ ଲୋକଙ୍କ ମଧ୍ୟରେ ଏକ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥି ସହ ରାଜଧାନୀ ଆବୁଜାର ଏକ ଚର୍ଚ୍ଚ ଖାଦ୍ୟ ଏବଂ ପୋଷାକ ବଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ସମୟରେ ଦଳାଚକଟା ଯୋଗୁଁ ଘଟିଥିବା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି ।

ଏହାର ଗୋଟିଏ ଦିନ ପୂର୍ବରୁ, ଶନିବାର ଦିନ, ଖ୍ରୀଷ୍ଟମାସ ଉତ୍ସବ ସମୟରେ ଜର୍ମାନୀରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଭାରତୀୟଙ୍କ ସମେତ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.