ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଗାଜାରେ ଯୁଦ୍ଧର ଛାତିଥରା ଦୃଶ୍ୟ, ମୃତ ବ୍ୟକ୍ତିଙ୍କ ଶବକୁ ରାସ୍ତାରେ ଝୁଣି ଖାଉଛନ୍ତି ବୁଲା କୁକୁର

ନୂଆଦିଲ୍ଲୀ,୧୭।୧୦:  ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ୧ ବର୍ଷରୁ ଅଧିକ ସମୟ ବିତିସାରିଛି। ଗତ ୭ ଅକ୍ଟୋବରରେ ହମାସ ପକ୍ଷରୁ ଇସ୍ରାଏଲ ଛପରେ ଆକ୍ରମଣ ପରେ ଗାଜାରେ ସଂଘର୍ଷ ଜାରି ରହିଛି। ଏବେ ଯୁଦ୍ଧଗ୍ରସ୍ତ ଗାଜାରୁ ଆସିଛି ଛାତିଥରା ଦୃଶ୍ୟ। ଏହି ଫଟୋରେ ବୁଲା କୁକୁର ମୃତଦେହ ଗୁଡିକୁ ଖାଉଥିବାର ନଜର ଆସୁଛନ୍ତି। ଗାଜାର ଜରୁରୀକାଳୀନ ସେବାର ମୁଖ୍ୟ ଫୋରେସନ୍ ଅଫାନା କହିଛନ୍ତି, ତାଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ଉତ୍ତର ଗାଜାରେ ମୃତ ପାଲେଷ୍ଟେନୀୟଙ୍କ ମୃତଦେହ ମିଳିଛି। ଯାହାଙ୍କ ଭିତରୁ ବହୁ ଲୋକ ଶବକୁ ବୁଲା କୁକୁର ଝୁଣି ଖାଇଥିବାର ଚିହ୍ନ ରହିଛି।

ଫାରେସ୍ ଅଫାନା ସିଏନ୍‌ଏନ୍‌କୁ କହିଛନ୍ତି, ଭୋକିଲା ବୁଲା କୁକୁର ରାସ୍ତାରେ ପଡିଥିବା ଏହି ଶବକୁ ଝୁଣି ଖାଉଛନ୍ତି। ଫଳରେ ଆମେ ମୃତଦେହକୁ ଚିହ୍ନଟ କରିବା ସମ୍ଭବ ହେଉ ନାହିଁ। ସେ ଉତ୍ତର ଗାଜା ଓ ଜବାଲିୟାରେ ଇସ୍ରାଏଲର ଏୟାର ଏବଂ ଗ୍ରାଉଣ୍ଡ ଅପରେସନ୍‌  ଯୋଗୁଁ ମୃତଦେହର ଅନ୍ତିମ ସଂସ୍କାର ହୋଇନପାରୁଥିବା କଥା କହିଛନ୍ତି। ସେଭଳି ଇସ୍ରାଏଲ ସାବି କରିଛି ହମାସ ଆତଙ୍କୀ ଏହି ଅଞ୍ଚଳରେ ପୁଣିଥରେ ଏକାଠି ହେଉଛନ୍ତି।

ଉଲ୍ଲେଖନୀୟ ଯେ, ଗତ ବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସ ପ୍ରଥମେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧,୨୦୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଅଧିକାଂଶ ସାଧାରଣ ଲୋକ ଥିଲେ। ସେବେଠାରୁ ଇସ୍ରାଏଲର ଆକ୍ରମଣରେ ଗାଜାରେ ୪୨,୪୦୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସେଭଳି ୯୯,୧୫୩ରୁ ଅଧିକ ଲୋକ ଆହତ ହୋଇସାରିଲେଣି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.