ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପାୱାରଫୁଲ୍ ହେଉଛି ହିଜବୁଲ୍ଲା ! ଏହି ଆତଙ୍କୀ ସଙ୍ଗଠନର ନୌସେନା ଶକ୍ତି ଦେଖି ଇସ୍ରାଏଲ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଇସ୍ରାଏଲ ଏମିତି ତ କହିବାରୁ ଗଲେ ଅନେକ ମୋର୍ଚ୍ଚାରେ ଯୁଦ୍ଧ ଲଢୁଛି। କିନ୍ତୁ ଗାଜା ଓ ଲେବାନନରେ ତାର ସୈନିକ ଗ୍ରାଉଣ୍ଡ ଅପରେସନ ସହ ହମଲାକୁ ଜୋରଦାର କରିଛନ୍ତି। ଅନ୍ୟପଟେ ଲେବାନନର ହିଜବୁଲ୍ଲା ଆତଙ୍କୀ ସଙ୍ଗଠନ ମଧ୍ୟ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରୁଛି। ଲେବାନନରେ ହିଜବୁଲ୍ଲାର ଠିକଣା ଉପରେ ଇସ୍ରାଏଲୀୟ ହମଲାକୁ ପାଖାପାଖି ମାସେ ପୂରିବାକୁ ଯାଉଛି , କିନ୍ତୁ ହିଜବୁଲ୍ଲା ପଛକୁ ହଟିବାର ନଜର ଆସୁନାହିଁ । ଏହା ପଛର କାରଣ ତାକୁ ଇରାନ ଠାରୁ ମିଳୁଥିବା ଦୃଢ ସମର୍ଥନ। ଇରାନ ଦୀର୍ଘ ଦିନରୁ ହିଜବୁଲ୍ଲା ଯୋଦ୍ଧାଙ୍କୁ ଧନ , ଅସ୍ତ୍ର ଓ ପ୍ରଶିକ୍ଷଣ ଦେଇ ଚାଲିଛି। ଏବେ ଇସ୍ରାଏଲୀୟ ନୌସେନାର ଅଧିକାରୀମାନେ ଯେଉଁ ସୂଚନା ଦେଇଛନ୍ତି, ଏଥିରେ ଇସ୍ରାଏଲର ହୋସ୍ ଉଡ଼ି ଯାଇଛି। 

ଇସ୍ରାଏଲର ନୌସେନାର ଅଧିକାରୀଙ୍କ କହିବାନୁସାରେ, ହିଜବୁଲ୍ଲା ପାଖରେ ଏବେ ବି ଏକ ସକ୍ରିୟ ନୌସେନା ଶାଖା ରହିଛି, ଯାହା ଜାହାଜ ପ୍ରତିରୋଧି ମିସାଇଲ ଓ ସମ୍ଭାବିତ ଭାବେ ନୌସେନା ବାଲିଷ୍ଟିକ ମିସାଇଲ ଗୁଡ଼ିକ ମଧ୍ୟ ଅଛି। ହିଜବୁଲ୍ଲାର ଏହି ଶକ୍ତିର ଭୟ ଇସ୍ରାଏଲ ପାଇଁ ଚିନ୍ତାଜନକ ପାଲଟିଛି।ଗତ ଏକ ଦଶକରେ ଇସ୍ରାଏଲୀୟ ସୁରକ୍ଷା ଫୋର୍ସ (ଆଇଡିଏଫ) ହିଜବୁଲ୍ଲାର ନୌସେନା କ୍ଷମତା ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିଛି। ଜେରୁସଲମ ପୋଷ୍ଟ ମୁତାବିକ , ଆଇଡିଏଫ୍‌ର ରିପୋର୍ଟରେ କୁହାଯାଇଛି କି, ହିଜବୁଲ୍ଲା ପାଖରେ ରୁଷ୍‌ ନିର୍ମିତ ସୁପରସୋନିକ୍‌ ୟାଖୋଣ୍ଟ ମିସାଇଲ ମଧ୍ୟ ଅଛି , ଯାହାକୁ ପଶ୍ଚିମୀ ଫ୍ଲିଟ୍‌ର ଦୁଃସ୍ୱପ୍ନ କୁହାଯାଏ । ପ୍ରତିରକ୍ଷା ଆକଳନ ଅନୁସାରେ , ଏହି ମିସାଇଲ ରୁଷ୍‌ରୁ ସିରିଆକୁ ବିକ୍ରି କରାଯାଇ ଥିଲା ଏବଂ ପୁଣି ହିଜବୁଲ୍ଲାକୁ ହସ୍ତାନ୍ତର କରାଯାଇଛି। 

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି , ଇରାନ ସାହାଯ୍ୟରେ ହିଜବୁଲ୍ଲା ଏକ ଗୁପ୍ତ ନୌସୈନିକ ୟୁନିଟ୍‌ ମଧ୍ୟ ପ୍ରସ୍ତୁତ କରି ରଖିଛି। ହେଲେ ଆଇଡିଏଫ୍‌ ନିକଟବର୍ତ୍ତା ବର୍ଷ ଗୁଡିକରେ ଏହାର କିଛି କ୍ଷମତାକୁ ସଫଳତାପୂର୍ବର ହ୍ରାସ କରିଛି ଏବଂ ଏବେ ବି ହିଜବୁଲ୍ଲାର ନୌସେନା ୟୁନିଟ୍‌ କୋଷ୍ଟାଲରେଡ୍‌ ଓ ଯୁଦ୍ଧ ଜାହାଜ ଉପରେ ହମଲା କରିବାର କ୍ଷମତା ରଖିଛି। ତା ପାଖରେ ଉନ୍ନତ ମିସାଇଲ ଓ ରାଡାର ମଧ୍ୟ ଅଛି। ଏଥିରୁ କିଛି ରାଡାର ଓ ମିସାଇଲ ୟମନର ହୁତି ବିଦ୍ରୋହିଙ୍କ ସହ ସମାନ। ଏହି କଥାରେ ଇସ୍ରାଏଲର ଚିନ୍ତା ଆହୁରି ବଢି ଯାଇଛି ଯେ , ଏହାର ଦୁଇ ପ୍ରାନ୍ତରେ ବସି ଥିବା ଦୁଇ ଶତ୍ରୁଙ୍କ ପାଖରେ ଘାତକ ଅସ୍ତ୍ର ରହିଛି।

ହେଲେ, ଇସ୍ରାଏଲର ନୌସେନାର ଅଧିକାରୀଙ୍କ ଅନୁସାରେ, ଆଇଡିଏଫ୍‌ର ସତର୍କତା କାରଣରୁ ଲେବାନାନୀ ଜଳକ୍ଷେତ୍ର ନିକଟରେ ହିଜବୁଲ୍ଲା ହଠାତ୍‌ ନୌସୈନିକ ହମଲା କରିପାରିବ ନାହିଁ। କହି ରଖୁଛୁ କି ୨୦୦୬ରେ ଦ୍ୱିତୀୟ ଲେବାନନ ଯୁଦ୍ଧ ବେଳେ ହିଜବୁଲ୍ଲା ଆଇଏନଏସ ହନିତ ଉପରେ ସି-୮୦୨ ମିସିଆଲରୁ ହମଲା କରିଥିଲା ଏବଂ ସେବେଠାରୁ ହିଜବୁଲ୍ଲା ନିଜର ଅସ୍ତ୍ରଗାରାକୁ ଆହୁରି ଉନ୍ନତ କରି ନେଇଛି। ଆଇଡିଏଫ୍‌କୁ ଏହି କଥାର ମଧ୍ୟ ଚିନ୍ତା କି ନିକଟବର୍ତ୍ତି କିଛି ମାସରେ ଇରାନ ହିଜବୁଲ୍ଲାକୁ ବଡ଼ ସ୍ତରରେ ମିସାଇଲ ଓ ଡ୍ରୋନ ସପ୍ଲାଇ କରିଛି। ଏହା ବ୍ୟତୀତ ହୁତିଙ୍କ ହମଲାର ପାଟର୍ଣ୍ଣ ଓ ଏଥିରେ ବ୍ଯବହୃତ ମିସାଇଲ ମଧ୍ୟ ଇସ୍ରାଏଲ ସମେତ ପଶ୍ଚିମୀ ଦେଶ ଗୁଡ଼ିକ ଧ୍ୟାନ ଆକର୍ଷଣ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.