ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଫେମିନା ମିସ୍‌ ଇଣ୍ଡିଆ ୱର୍ଲଡ୍‌ ଟାଇଟଲ ଜିତିଲେ ନିକିତା ପୋଡ଼ୱାଲ, ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଦେଶକୁ କରିବେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ ୧୮/୧୦: ଫେମିନା ମିସ୍‌ ଇଣ୍ଡିଆ ୱର୍ଲଡ୍‌-୨୦୨୪ ଟାଇଟଲ ଜିତିଛନ୍ତି ମଧ୍ୟପ୍ରଦେଶର ନିକିତା ପୋଡ଼ୱାଲ । ପରବର୍ତ୍ତୀ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସେ ଦେଶକୁ ପ୍ରତିନିଧିତ୍ୱ କରିବେ । ଦାଦ୍ରା ଓ ନଗର ହାବେଲୀର ରେଖା ପାଣ୍ଡେ ଫାର୍ଷ୍ଟ ରନର୍‌-ଅପ୍‌ ହୋଇଥିବା ବେଳେ ଗୁଜରାଟର ଆୟୁଷି ଢୋଲକିଆ ୨ୟ ସ୍ଥାନ ହାସଲ କରିଛନ୍ତି । ଗତ ବୁଧବାର ରାତିରେ, ମୁମ୍ବାଇର ୱର୍ଲି ସ୍ଥିତ ଫେମସ୍‌ ଷ୍ଟୁଡିଓଜ୍‌ରେ ଭାରତର ସବୁଠୁ ଲୋକପ୍ରିୟ ୬୦ତମ ଫେମିନା ମିସ୍‌ ଇଣ୍ଡିଆ-୨୦୨୪ ଫିନାଲେ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ୨୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ୩୦ ପ୍ରତିଯୋଗୀ ଭାଗ ନେଇଥିଲେ ।

ଉଜ୍ଜୟିନୀ ବାସିନ୍ଦା ନିକିତା କାରମେଲ କନ୍‌ଭେଣ୍ଟ ସିନିଅର ସେକେଣ୍ଡାରୀ ସ୍କୁଲରେ ଅଧ୍ୟୟନ କରିଥିଲେ । ବର୍ତ୍ତମାନ ବଡୋଦ୍ରା ସ୍ଥିତ ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟରେ ସେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି । ଥିଏଟରରେ ୬୦ରୁ ଅଧିକ ନାଟକରେ ଅଭିନୟ କରି କଳା ପ୍ରତି ସେ ନିଜ ଭଲପାଇବାର ପ୍ରମାଣ ଦେଇଛନ୍ତି । ‘କୃଷ୍ଣ ଲୀଲା’ ଶୀର୍ଷକ ୨୫୦ ପୃଷ୍ଠାର ଏକ ନାଟକ ମଧ୍ୟ ସେ ନିଜେ ରଚନା କରିଛନ୍ତି । ମଞ୍ଚ ଅଭିନୟ ଯଦିଓ ତାଙ୍କର ପ୍ରଥମ ପ୍ରେମ, ସିନେମାଟୋଗ୍ରାଫିରେ ନିଜ କୌଶଳର ପ୍ରସାର ଲାଗି ସେ ଅତ୍ୟନ୍ତ ଇଚ୍ଛୁକ । ଏକ ଫିଚର୍‌ ଫିଲ୍ମରେ ସେ ଅଭିନୟ କରିଛନ୍ତି, ଯାହା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି । ଏହା ଥିଏଟରରୁ ସିନେ ଦୁନିଆକୁ ଆସିବାର ତାଙ୍କ ଯାତ୍ରା ଉପରେ ଆଲୋକପାତ କରିଛି । ସଞ୍ଜୟ ଲୀଲା ଭଂସାଲିଙ୍କ ଭଳି ନିର୍ଦ୍ଦେଶକଙ୍କ ସହ ବଡ଼ ପ୍ରୋଜେକ୍ଟରେ କାମ କରିବାକୁ ନିକିତା ଇଚ୍ଛୁକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.