ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଯକ୍ଷ୍ମା ବିରୋଧି ଲଢେଇରେ ଭାରତର ଗୁରୁତ୍ୱପୂର୍ଣ୍ଣ ସଫଳତା, ରୋଗ ଚିହ୍ନଟ କରିବ ସ୍ୱଦେଶୀ ଏକ୍ସ-ରେ ଡିଭାଇସ୍‌

ନୂଆଦିଲ୍ଲୀ ୧୮/୧୦: ଯକ୍ଷ୍ମା ରୋଗର ଯାଞ୍ଚ୍‌ ଲାଗି ଭାରତ ପ୍ରସ୍ତୁତ କରିଛି ହାତରେ ଧରାଯାଉଥିବା ଏକ ଏକ୍ସ-ରେ ଉପକରଣ । ଆଇସିଏମ୍‌ଆର୍‌ (ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ)ର ମହାନିର୍ଦ୍ଦେଶକ ଡା. ରାଜୀବ ବହଲ ଜନସ୍ୱାସ୍ଥ୍ୟ ପାଇଁ ଅନେକ ନୂଆ ପ୍ରୋଜେକ୍ଟ ଓ ଉପଲବ୍ଧି ବିଷୟରେ କହିବା ସମୟରେ ଯକ୍ଷ୍ମା ରୋଗ ଚିହ୍ନଟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଉପରେ ଆଲୋକପାତ କରିଛନ୍ତି । ଏହି ଉପକରଣ ପ୍ରାରମ୍ଭିକ ସ୍ତରରେ ରୋଗ ଚିହ୍ନଟ ଏବଂ ଚିକିତ୍ସା ପ୍ରୟାସକୁ ବୃଦ୍ଧି କରିବା ସହିତ ଜନସ୍ୱାସ୍ଥ୍ୟ ଫଳାଫଳରେ ସୁଧାର ଆଣିବ । 

ଗତ ବୁଧବାର ଇଣ୍ଟରନ୍ୟାସନାଲ୍‌ କନ୍‌ଫରେନ୍ସ ଅଫ୍‌ ଡ୍ରଗ୍‌ ରେଗୁଲେଟୋରୀ ଅଥରିଟିଜ୍‌ (ଆଇସିଡିଆର୍‌ଏ) ଇଣ୍ଡିଆ୨୦୨୪ରେ ଡା. ବହଲ୍‌ କହିଥିଲେ, ହାତରେ ଧରାଯାଉଥିବା ଏକ୍ସରେ ଡିଭାଇସ୍‌ର ମୂଲ୍ୟ ଅତ୍ୟନ୍ତ ମହଙ୍ଗା । ବର୍ତ୍ତମାନ ଆଇସିଏମ୍‌ଆର୍‌ର ସହଭାଗିତାରେ ଆଇଆଇଟି କାନପୁର ହାତରେ ଧରାଯାଉଥିବା ଏହି ସ୍ୱଦେଶୀ ଏକ୍ସ-ରେ ଡିଭାଇସ୍‌ ପ୍ରସ୍ତୁତ କରିଛି । ବାହାରୁ ଆସୁଥିବା ଏକ୍ସ-ରେ ଉପକରଣ ମୂଲ୍ୟର ଅଧାଠୁ ମଧ୍ୟ କମ୍‌ ମୂଲ୍ୟରେ ଏହା ଉପଲବ୍ଧ ହେବ । ଏହା ଜରିଆରେ ଘରୁ ରୋଗୀଙ୍କ ଯକ୍ଷ୍ମା ଯାଞ୍ଚ୍‌ କରାଯାଇ ପାରିବ । ଗରିବ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ସହାୟକ ହେବ ।

ଡା. ବହଲ୍‌ ଆହୁରି କହିଥିଲେ, ଭାରତ ଏମ୍‌ପକ୍ସ ପାଇଁ ମଧ୍ୟ ୩ଟି ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରିଛି । ୩ କମ୍ପାନି ଏହି କିଟ୍‌ ନିର୍ମାଣ କରୁଛନ୍ତି । ସେତିକି ନୁହେଁ, ସିକଲ୍‌ ସେଲ୍‌ ରକ୍ତହୀନତା ଚିହ୍ନଟ ଲାଗି ଭାରତ ୧୮ଟି ଶସ୍ତା ପରୀକ୍ଷା ପଦ୍ଧତି ବିକଶିତ କରିଛି, ଯାହା ଏକ ବଡ଼ ଉପଲବ୍ଧି । ପ୍ରତ୍ୟେକ ପରୀକ୍ଷାର ମୂଲ୍ୟ ୩୦ ଟଙ୍କା ହେବ, ଯାହା ପୂର୍ବରୁ ପ୍ରତି ପରୀକ୍ଷା ପିଛା ୪୦୦ ଟଙ୍କା ଥିଲା । ଡେଙ୍ଗୁ ଯୋଗୁ ଭାରତରେ ଅନେକ ଜୀବନ ଯାଉଛି । ଯଦି ତଥ୍ୟ ସଠିକ୍‌ ଓ ନିରାପତ୍ତା ପରୀକ୍ଷାରେ ପାସ୍‌ କରେ, ତେବେ ଖୁବ୍‌ଶୀଘ୍ର ଡେଙ୍ଗୁ ଟିକା ଲଞ୍ଚ୍‌ ହେବ ବୋଲି ବହଲ୍‌ କହିଥିଲେ । ଏବେ ଡେଙ୍ଗୁ ଟିକାର ୩ୟ ପର୍ଯ୍ୟାୟର ଚିକିତ୍ସକୀୟ ପରୀକ୍ଷଣ ଚାଲିଛି । ବର୍ଷକ ମଧ୍ୟରେ ଫଳ ଆସିବ ବୋଲି ସେ ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.