ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଦିନେ ରାସ୍ତା କଡରେ ବିକ୍ରି କରୁଥିଲେ ଆମ୍ବ: ଫିଲ୍ମ 'ରଙ୍ଗ ଦେ ବସନ୍ତୀ' ଦେଇଥିଲା ପରିଚୟ, ଜାଣନ୍ତୁ ଏବେ କ'ଣ କରୁଛନ୍ତି ଏହି ଅଭିନେତା

ମୁମ୍ବାଇ ୧୮/୧୦: ବଲିଉଡ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖନ୍ତି ଅନେକ । କିନ୍ତୁ ସଫଳତା କେବଳ ଅଳ୍ପ କେତେଜଣଙ୍କ ପାଦ ଚୁମିଥାଏ । ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତାଙ୍କ ବିଷୟରେ କହିବୁ, ଯିଏକି ଦିନେ ବିକ୍ରି କରୁଥିଲେ ଆମ୍ବ, କିନ୍ତୁ ତାଙ୍କ ଭାଗ୍ୟରେ ଲେଖା ଥିଲା ଆଉ କିଛି। ସେ ବଲିଉଡକୁ ଆସିଲେ ଆଉ ତାଙ୍କ ଉତ୍କୃଷ୍ଟ ଅଭିନୟ ସହିତ ଇଣ୍ଡଷ୍ଟ୍ରିରେ ଛାଇଗଲେ। କିନ୍ତୁ ତା’ପରେ ହଠାତ୍ ଏହି ଅଭିନେତା ଫିଲ୍ମ ଦୁନିଆନରୁ ହୋଇଗଲେ ଗାଏବ ।  ଆଜି ଜଣେ ସେ ବଡ ବ୍ୟବସାୟୀ ହେବା ବ୍ୟତୀତ ଅମିତାଭ ବଚ୍ଚନଙ୍କ ଜ୍ୱାଇଁ। ଏହି ଅଭିନେତା ହେଉଛି କୁନାଲ କପୁର। ଯିଏ ଆଜି ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି। 

୨୦୦୪ ମସିହାରେ କୁନାଲ କପୁର 'ମୀନାକ୍ଷୀ: ଏକ ଟେଲ ଅଫ୍ ଥ୍ରୀ ସିଟିଜ୍‌' ଫିଲ୍ମରୁ ବଲିଉଡ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ତବୁଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ପରେ ୨୦୦୬ ରେ ତାଙ୍କୁ ସୁପରହିଟ୍ 'ରଙ୍ଗ ଦେ ବସନ୍ତୀ'ରେ ଦେଖିବାକୁ ମିଳିଥିଲା, ଯାହା ତାଙ୍କୁ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ଦେଇଥିଲା। ଏହା ପରେ କୁନାଲଙ୍କୁ 'ଲଗା ଚୁନରି ମେଁ ଦାଗ୍', 'ଆଜା ନଚଲେ', 'ବଚ୍ଚନା ଏ-ହସିନୋ' ଭଳି ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ ସେ ଅଧିକ ସଫଳତା ହାସଲ କରିନଥିଲେ ତେଣୁ ଅଭିନେତା ଧୀରେ ଧୀରେ ସିନେମାଠାରୁ ଦୂରେଇ ଗଲେ। ଏହା ପରେ ସେ ବ୍ୟବସାୟରେ ଭାଗ୍ୟ ପରୀକ୍ଷା କଲେ। ଆଜି କୁନାଲ ଟପ୍‌ କ୍ରାଉଡ୍‌-ଫଣ୍ଡିଂ ପ୍ଲାଟଫର୍ମ କେଟ୍ଟୋର ସହ-ପ୍ରତିଷ୍ଠାତା, ଯାହା ସେ ୨୦୧୨ ରେ ପ୍ରତିଷ୍ଠା କରିଥିଲେ।

ଖୁବ୍ କମ୍ ଲୋକ ଜାଣନ୍ତି ଯେ କୁନାଲ ୨୦୧୫ ମସିହାରେ ଅମିତାଭ ବଚ୍ଚନଙ୍କ ସାନଭାଇ ଅଜିତାଭ ବଚ୍ଚନଙ୍କ ଝିଅ ନୈନା ବଚ୍ଚନଙ୍କୁ ବିବାହ କରିଥିଲେ। ତାଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ଅଭିନେତାଙ୍କୁ ଶେଷ ଥର ପାଇଁ ୨୦୨୧ ଫିଲ୍ମ ‘ଅନକହୀ କାହାନିଆ’ରେ ଦେଖିବାକୁ ମିଳିଥିଲା, ଯାହା ନେଟଫ୍ଲିକ୍ସରେ ରିଲିଜ୍‌ କରିଥିଲା । ଏହା ବ୍ୟତୀତ ତାଙ୍କୁ ୨୦୨୧ ଫିଲ୍ମ ‘କୋଇ ଜାନେ ନା’ ରେ ମଧ୍ୟ ଦେଖିବାକୁ ମିଳିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୁନାଲଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ। କିନ୍ତୁ ବର୍ତ୍ତମାନ ଆଲୋଚନା ହେଉଛି ଯେ ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ରାମାୟଣରେ ଅଭିନେତା ରଣବୀର କପୁରଙ୍କ ସହ କୁନାଲ ନଜର ଆସିବେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.