ନୂଆଦିଲ୍ଲୀ,୧୭।୧୦: ବଲିଉଡ ଅଭିନେତା ସଲମାନ ଖାନ୍ଙ୍କ ହତ୍ୟା ଷଡଯନ୍ତ୍ର କରିବା ମାମଳାରେ ପୋଲିସ ଦାଖଲ କରିଛି ଚାର୍ଜସିଟ୍। ଗୁରୁବାର ପୋଲିସ କହିଛି ଯେ, ସଲମାନଙ୍କୁ ମହାରାଷ୍ଟ୍ରର ପନଭେଲରେ ଥିବା ତାଙ୍କ ଫାର୍ମ ହାଉସ୍ ନିକଟରେ ମାରିବାକୁ ଷଡଯନ୍ତ୍ର ହୋଇଥିଲା। ଏଥିପାଇଁ ୨୫ ଲକ୍ଷ ଟଙ୍କାରେ ମଧ୍ୟ କନଟ୍ରାକ୍ଟ ହୋଇଥିଲା। ଏହି ସୁପାରି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଦେଇଥିଲା। ଏହି କେସ୍ ପୋଲିସ ୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି। ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଘଟଣା ଘଟାଇବା ପାଇଁ ଏକେ-୪୭, ଏକେ-୯୨ ଓ ଏମ୍-୧୬ ଭଳି ବିପଦଜନକ ହତିଆର ପାକିସ୍ତାନରୁ ଆଣିବାର ପ୍ରସ୍ତୁତିରେ ଥିଲା।
ଏହାଛଡା ତୁର୍କୀ ମେଡ୍ ଜିଗନା ପିସ୍ତଲ ମଧ୍ୟ ଏହି ଲୋକଙ୍କ ପାଖରେ ଥିଲା। ଯାହାର ବ୍ୟବହାର ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାରେ ବ୍ୟବହାର କରାଯାଇଥିଲା। ପୋଲିସର କହିବା ଅନୁସାରେ, ଏହି ମାମଲାରେ ୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ପୁନେ, ରାୟଗଡ, ନଭି ମୁମ୍ବାଇ, ଥାନେ ଓ ଗୁଜରାଟରେ ଲୁଚିଛନ୍ତି। ପୋଲିସ କହିଛି, ସଲମାନଙ୍କ ଉପରେ ୬୦ ରୁ ୭୦ ଲୋକ ନଜର ରଖୁଥିଲେ। ବାନ୍ଦ୍ରା ହାଉସ, ପନଭଲ ଫାର୍ମ ହାଉସରୁ ନେଇ ଗୋରେଗାଓଁ ଫିଲ୍ମ ସିଟି ପର୍ଯ୍ୟନ୍ତ ତାଙ୍କ ମୁଭମେଣ୍ଟ ଉପରେ ନଜର ରଖାଯାଉଥିଲା। ଚାର୍ଜସିଟ୍ ଅନୁସାରେ, ସଲମାନଙ୍କ ହତ୍ୟା ଷଡଯନ୍ତ୍ର ଅଗଷ୍ଟ ୨୦୨୩ରୁ ଏପ୍ରିଲ ୨୦୨୪ ମଧ୍ୟରେ ହୋଇଥିଲା।
ଏହି ମାମଲରେ ଗୁରୁବାର ପୋଲିସ ସୁଖାକୁ ପାନିପତ୍ରୁ ଗିରଫ କରିଛି, ଯିଏକି ବିଷ୍ଣୋ ଗ୍ୟାଙଗର ସୁଟର ବୋଲି କୁହାଯାଉଛି। ସେ ହିଁ ସୁଟର ଅଜୟ କଶ୍ୟପ ଓରଫ୍ ଏକେ ଓ ୪ ଅନ୍ୟ ଲୋକଙ୍କୁ ସଲମାନ ଖାନ୍ଙ୍କୁ ମାରିବାର ସୁପାରି ଦେଇଥିଲା। ଏହାପରେ କଶ୍ୟପ ଓ ତାର ଟିମ୍ ସଲମାନ ଖାନ୍ଙ୍କ ଉପରେ ନଜର ରଖିଥିଲା। ସେମାନେ ପ୍ଲାନିଂ କରିଥିଲେ ସଲମାନ ଖାନ୍ଙ୍କ ସୁରକ୍ଷା ଟାଇଟ୍ ରହିଥାଏ। ବୁଲେଟ୍ ପ୍ରୁଫ୍ ବାହନ ମଧ୍ୟ ତାଙ୍କ ସହ ରହିଥାଏ। ଏଭଳି ସ୍ଥିତିରେ ତାଙ୍କ ହତ୍ୟା ପାଇଁ ଆକ୍ରମଣ କ୍ଷମତା ଥିବା ହତିଆର ଦରକାର ହେବ। ଏହି କାରଣରୁ ଏହି ଲୋକ ହାଇ ରେଞ୍ଜ ଥିବା ବନ୍ଧୁକ ଖୋଜିବାରେ ଲାଗିଥିଲେ।
ପୋଲିସର କହିବା ଅନୁସାରେ, ଏହି ହତିଆରର ସନ୍ଧାନରେ ସୁଖା ପାକିସ୍ତାନର ହତିଆର ତସ୍କର ଡୋଗର ସହ ଯୋଗାଯୋଗରେ ଥିଲା। ସେ ଭିଡିଓ କଲ୍ କରି କଥା ହୋଇଥିଲା। ଏହି ସମୟରେ ପାକିସ୍ତାନର ତସ୍କର ଏକେ-୪୭ ସହିତ ବହୁ ହତିଆର ଦେଖାଇଥିଲେ ଓ ଡିଲ କରି କଥା ହୋଇଥିଲେ। ଡୋଗର ହତିଆର ସପ୍ଲାଇ ଉପରେ ସହମତି ଦେଖାଇଥିଲେ। ଏଥିପାଇଁ ସୁଖା 5୦% ଆଡଭାନ୍ସ ଦେବା କଥା କହିଥିଲା। ଏହାଛଡା ବାକି ପେମେଣ୍ଟ ହତିଆର ଭାରତରେ ଡେଲିଭରି ହେବାପରେ ଦେବା କଥା କହିଥିଲା। ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଆଗକୁ ଆକ୍ସନ ପାଇଁ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ଓ ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇଠାରୁ ଅର୍ଡରର ଅପେକ୍ଷାରେ ଥିଲା।