ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ବୁନ୍ଦାଏ ପାଣି ପାଇଁ ବ୍ୟାକୁଳ ହେବ ପାକିସ୍ତାନ, ଜଳଶକ୍ତି ମନ୍ତ୍ରୀଙ୍କ ସହ ବୈଠକ କଲେ ଅମିତ ଶାହ

Published By : Tapas Panda | April 25, 2025 9:00 PM

Image Courtesy: indiatv

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ ନିର୍ଦ୍ଦୋଷ ଲୋକଙ୍କ ନିର୍ମମ ହତ୍ୟା ପାକିସ୍ତାନକୁ ବହୁତ ମହଙ୍ଗା ପଡ଼ିଛି । ଭାରତ ସରକାର ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଦ କରିଛି । ପାକିସ୍ତାନକୁ ପ୍ରତିଟି ବୁନ୍ଦା ପାଣି ପାଇଁ ବ୍ୟାକୁଳ କରିବା ପାଇଁ ବାଧ୍ୟ କରିଛି ଭାରତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଏହି ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ସହ ଏକ ବୈଠକ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । 

ଅମିତ ଶାହ ଏବଂ ସି.ଆର. ପାଟିଲଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପାଣି ବନ୍ଦ କରିବା ପାଇଁ ପ୍ରତ୍ୟେକ ପଦ୍ଧତି ଉପରେ ତୁରନ୍ତ କାମ ଆରମ୍ଭ କରାଯିବ । ଦୁଇ ନେତାଙ୍କ ମଧ୍ୟରେ କ୍ଷଣସ୍ଥାୟୀ ଏବଂ ଦୀର୍ଘକାଳୀନ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଛି । ସିନ୍ଧୁ ନଦୀ ଉପରେ ଶାହଙ୍କ ବୈଠକରେ କେବଳ ପାଟିଲ ଉପସ୍ଥିତ ଥିଲେ । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ହେବା ପରେ ଏବେ ଭାରତ ନିଶ୍ଚିତ କରିବ ଯେମିତି ଗୋଟିଏ ବି ବୁନ୍ଦା ପାଣି ପାକିସ୍ତାନକୁ ନଯାଏ ।

ଗୃହମନ୍ତ୍ରୀ ଅମିତ ଶାହ ଏବଂ ସି.ଆର. ପାଟିଲଙ୍କ ମଧ୍ୟରେ ହୋଇଥିବା ବୈଠକରେ ସିନ୍ଧୁ ନଦୀର ଜଳ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି । ସିନ୍ଧୁ ନଦୀର ପଙ୍କ ଉଦ୍ଧାର ଏବଂ ଖନନ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ । ପାଣିକୁ ଅନ୍ୟତ୍ର ପଠାଇବାର ରଣନୀତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହି ପାଣିକୁ ଜଳ ଅଭାବର ସମ୍ମୁଖୀନ ହେଉଥିବା ନଦୀଗୁଡ଼ିକୁ ପଠା ଯାଇପାରେ । ସିନ୍ଧୁ ନଦୀର ଜଳକୁ ଜଳସେଚନ  ଲାଗି କିଭଳି ବ୍ୟବହାର କରାଯାଇ ପାରିବ ଏବଂ ବନ୍ଧ ନିର୍ମାଣ ବିଷୟରେ ବୈଠକରେ ଆଲୋଚନା ହୋଇଛି ।

ଭାରତ ସରକାର ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମାକୁ ତତ୍କାଳ ପ୍ରଭାବରେ ରଦ୍ଦ ଘୋଷଣା କରିଛନ୍ତି। ଭାରତ ଗୁରୁବାର ପାକିସ୍ତାନକୁ ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଚିଠି ମଧ୍ୟ ଜାରି କରିଛି । ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଭାରତ ସରକାର ସମ୍ପୂର୍ଣ୍ଣ ବିଚାର ବିମର୍ଶ ପରେ ଚୁକ୍ତିନାମାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୧୯୬୦ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ପାକିସ୍ତାନକୁ ସିନ୍ଧୁ, ଝେଲମ୍ ଏବଂ ଚେନାବର ଜଳ ଅଧୀକାର ମିଳିଥିଲା ଏବଂ ଭାରତକୁ ରବି, ବ୍ୟାସ୍ ଏବଂ ସତଲେଜର ଜଳ ଅଧୀକାର ମିଳିଥିଲା । ପାକିସ୍ତାନର ପ୍ରାୟ ୮୦% କୃଷି ସିନ୍ଧୁ ନଦୀର ଜଳ ପ୍ରଣାଳୀ ଉପରେ ନିର୍ଭର କରେ । ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଭାରତର ପ୍ରତିବନ୍ଧକ ପାକିସ୍ତାନରେ ଜଳ ସଙ୍କଟ ସୃଷ୍ଟି କରିବ ଏବଂ କୃଷି ଉପରେ ପ୍ରଭାବ ପକାଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.