ଭୁବନେଶ୍ବର,୨୬/୦୪: ୧୦ ଲକ୍ଷ କୋଟି ଟଙ୍କାର ନେଟୱର୍ଥ ସହିତ ଦେଶର ପ୍ରଥମ କମ୍ପାନୀ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟିଜ। ୨୦୨୪-୨୦୨୫ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ବ ରେକର୍ଡ ୧୦, ୭୧,୧୭୪ କୋଟି ଟଙ୍କା ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨.୯ ପ୍ରତିଶତ ବୃଦ୍ଧି ସହ ୮୧,୩୦୯ କୋଟି ଟଙ୍କା ହୋଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ମୋଟ ରାଜସ୍ବ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୮.୮ ପ୍ରତିଶତ ବଢି ୨୮,୮,୧୩୮ କୋଟି ଟଙ୍କା। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ନେଟ ଲାଭ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୬.୪ ପ୍ରତିଶତ ବଢି ୨୨,୬୧୧ କୋଟି ଟଙ୍କା ହୋଇଛି।
ରିଲାଏନ୍ସ ରିଟେଲ୍ର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ମୋଟ ରାଜସ୍ବ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୫.୭ ପ୍ରତିଶତ ବଢି ୮୮,୬୨୦ କୋଟି ଟଙ୍କା ହୋଇଛି। ରିଲାଏନ୍ସ ରିଟେଲ ଏହି ତ୍ରୈମାସିକରେ ଖୋଲିଛି ୧୦୮୯ ନୂଆ ଷ୍ଟୋର। ମାର୍ଚ୍ଚ ଶେଷ ସୁଦ୍ଧା ରିଲାଏନ୍ସ ରିଟେଲ୍ର ଦେଶରେ ମୋଟ ଷ୍ଟୋର ସଂଖ୍ୟା ୧୯,୩୪୦ କୁ ବୃଦ୍ଧି ପାଇଛି। ତୈଳ ଓ ରସାୟନ କ୍ଷେତ୍ରର ରାଜସ୍ବ ଗତ ବର୍ଷ ସମାନ ସମୟ ତୁଳନାରେ ୧୫.୪ ପ୍ରତିଶତ ବଢି ମାର୍ଚ୍ଚ ତ୍ରୈମାସିକରେ ୧୬,୪,୬୧୩ କୋଟି ଟଙ୍କା ହୋଇଛି।