ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

PoKକୁ ଭାରତ କରୁ କବଜା , ପାକ୍ ନାଗରିକ କଲେ ଦାବି : ଶହବାଜଙ୍କୁ ଘେରିଲେ ନିଜ ଦେଶରେ ଲୋକେ

Published By : Prameya | April 25, 2025 10:58 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲାରେ କେବଳ ଭାରତୀୟ ଲୋକେ ଉତକ୍ଷିପ୍ତ ହୋଇ ନାହାନ୍ତି , ଏହାସହ ପାକିସ୍ତାନରେ ମଧ୍ୟ ଉତ୍ତେଜିତ ମାହୋଲ ସୃଷ୍ଟି ହୋଇଛି। ଭାରତକୁ ଦାବି କରୁଛନ୍ତି କି, ସେ ପାକ୍ ଅଧିକୃତ କାଶ୍ମୀର ଅର୍ଥାତ୍‌ ପିଓକେ ଉପରେ କବଜା କରୁ ଏବଂ ସେଠାରେ ଆଡ୍ଡା ଜମେଇଥିବା ଆତଙ୍କର ନିପାତ କରୁ। ଏହି ମଧ୍ୟରେ ଭାରତ ପଡୋଶୀ ଦେଶ ପାକିସ୍ତାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରି ଦେଇଛି , ଯେଉଁଥିରେ ପାକିସ୍ତାନର ଶାସକ ବିଳି ବିଳେଇଛନ୍ତି। ଭାରତ ଏବଂ ପାକିସ୍ତାନରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ପାକିସ୍ତାନୀ ସଂସଦର ଉପର ସଦନ ସିନେଟ୍‌ ଶୁକ୍ରବାର ଏକ ପ୍ରସ୍ତାବ ପାରିତ କରି ଭାରତର ଅଭିଯୋଗକୁ ଖାରଜ କରି ଦେଇଛି , କିନ୍ତୁ ସେଠାର ଲୋକେ ଏବେ ଶହବାଜ ସରକାରକୁ ଟାର୍ଗେଟ୍‌ କରିଛନ୍ତି। 

ପିଓକେର ରାଜନୀତିକ କାର୍ଯ୍ୟକର୍ତ୍ତା ଅମଜଦ ଆୟୁବ ମିର୍ଜା କହିଛନ୍ତି ପର୍ଯ୍ୟଟକଙ୍କ ଉପରେ ହମଲ କରି ପାକିସ୍ତାନୀ ଆତଙ୍କୀମାନେ କାଶ୍ମୀରର ଅର୍ଥବ୍ୟବସ୍ଥା ଉପରେ ହମଲା କରିଛନ୍ତି। ସେ ଅଭିଯୋଗ କରିଛି ଯେ ,କାଶ୍ମୀରର ପ୍ରଗତି ଦେଖି ପାକିସ୍ତାନୀ ଶାସକ ଚିନ୍ତିତ ହୋଇ ଯାଇ ଥିଲେ। ସେହି କାଶ୍ମୀରର ଅନ୍ୟ ପାର୍ଶ୍ୱରେ ଶାନ୍ତିକୁ ଦେଖି ତାଙ୍କୁ ଭଲ ଲାଗୁ ନଥିଲା। ସେଠାରେ ସଡ଼କ ସବୁ ତିଆରି ହେଉଛି , ବ୍ରିଜ୍‌ ନିର୍ମାଣ ହେଉଛି। ସେଠାର ଅର୍ଥବ୍ୟବସ୍ଥା ଦୃଢ ହେଉଛି। ଲଦ୍ଦାଖରେ ମଧ୍ୟ ବିକଶିତ ହେଉଛି। ଏହା ଦେଖି ତାର ସହ୍ୟ ହୋଇ ପାରୁ ନଥିଲା।

ମିର୍ଜା କହିଛନ୍ତି କାଶ୍ମୀର ଆଗକୁ ବଢୁଛି , କିନ୍ତୁ ପିଓକେ ଭିତରେ ଦାରିଦ୍ର୍ୟ ହୋଇ ରହିଛି। ସେଠାରେ ଲୋକଙ୍କୁ ୧୪-୧୪ ମାସରୁ ବେତନ ମିଳୁ ନାହିଁ, ଏଥିପାଇଁ ଏଠାରେ ଖୁବ୍‌ ଅସନ୍ତୁଷ୍ଟ ରହିଛି ଏବଂ ଲୋକେ ନିଜ ପିଲାଙ୍କ ସହ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି। ସେ କହିଛନ୍ତି ଯେ , ପାକିସ୍ତାନୀ ଲିଡରମାନେ ଏଥିପାଇଁ କାଶ୍ମୀରର ଅର୍ଥବ୍ୟବସ୍ଥା ଉପରେ ଏହି ହମଲା କରାଯାଇଛନ୍ତି। 

ମିର୍ଜା କହିଛନ୍ତି , ଏବେ ସମୟ ଆସିଛି ଯେ, ଭାରତୀୟ ପିଓକେ ଓ ପିଓଜେକେ ଉଭୟକୁ ନିଜ ହାତକୁ ନେଇ, ଏହା ଉପରେ କବଜା କରୁ । ଏହା ହିଁ ଏହି ରୋଗରେ ସ୍ଥାୟୀ ଚିକିତ୍ସା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.