ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ହୁତି ବିଦ୍ରୋହୀଙ୍କ ହତିଆର ଡିପୋ ଉପରେ ଆମେରିକାର ଆକ୍ରମଣ, ମାଟି ତଳେ ଥିବା କଙ୍କ୍ରିଟ୍ ବଙ୍କରକୁ ଉଡାଇଲା ଶକ୍ତିଶାଳୀ ବମ୍

ନୂଆଦିଲ୍ଲୀ,୧୭।୧୦:  ୟେମେନରେ ହୁତି ବିଦ୍ରୋହୀଙ୍କ ହତିଆର ଡିପୋ ଉପରେ ବୋମାମାଡ଼ କରି ସମ୍ପୂର୍ଣ୍ଣ ଧ୍ବଂସ କରି ଦେଇଛି ଆମେରିକା। ଏହି ଡିପୋ ମାଟି ତଳେ କଙ୍କ୍ରିଟ୍‌ ବଙ୍କରରେ ଥିଲା। ସେଠାରେ ସହଜରେ ପହଁଞ୍ଚିବା ସମ୍ଭବ ନଥିଲା। ସେତେବେଳେ ଆମେରିକା ନିଜର ଦୁଇ   ଘାତକ ଅସ୍ତ୍ର ବାହାର କରିଥିଲା। ପ୍ରଥମଟି ହେଲା B-2 Nuclear Stealth Bomber ଓ ଏହାକୁ ଲୋଡ୍ କରିଥିଲା GBU-57 MOP ବମ୍‌ରେ।

GBU-57 Massive Ordnance Penetrator (GBU-57 MOP) ଏକ ପ୍ରୋସେଶନ୍ ଗାଇଡେଡ୍ ବମ୍। ଯାହାର ବ୍ୟବହାର ମାଟି ଭିତରେ ଥିବା ବଙ୍କରକୁ ଉଡାଇବା ପାଇଁ କରାଯାଇଥାଏ। ଏହାର ବ୍ୟବହାର ମାଟି ଭିତରେ ଥିବା ବଙ୍କରକୁ ଉଡାଇବା ପାଇଁ କରାଯାଇଥାଏ। ଏହାକୁ ବର୍ତ୍ତମାନ ବୋଇଂ କମ୍ପାନୀ ତିଆରି କରିଛି। ଏହି ବମ୍‌ର ଓଜନ ପ୍ରାୟ ୧୩୬୦୦ କିଲୋଗ୍ରାମ, ଯେଉଁଥିରେ ୨୪୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଭର୍ତ୍ତି କରାଯାଇଥାଏ।

ସାଢେ ୨୦ ଫୁଟ ଲମ୍ବା ଓ ପ୍ରାୟ ୩୦ ଇଞ୍ଚ ବ୍ୟାସ୍ ଥିବା ଏହି ବମ୍ ତିନୋଟି ଟେକ୍ନୋଲୋଜିରେ କାମ କରିଥାଏ। ପ୍ରଥମ ଟାର୍ଗେଟ ଅର୍ଥାତ ପ୍ରୋସେସନ୍ ଆଟାକ। ଯେଉଁଥିରେ ଲେଜର ଜରିଆରେ ଟାର୍ଗେଟ ଚିହ୍ନଟ କରାଯାଏ। ଲେଜର ଦେଖିବା ମାତ୍ରେ ବମ୍ ସେହି ଦିଗରେ ଆଗକୁ ବଢିଥାଏ। ଦ୍ବିତୀୟ ଗାଇଡେନ୍ସ ଏଥିରେ ବମ୍‌ର ଆଗାମୀ ଅଂଶ, ଯାହାକି ମଜବୁତ ଧାତୁରେ  ତିଆରି ହୋଇଥାଏ, ଯାହାକି ମାଟିକୁ ଧସାଇ ଦେଇଥାଏ। ତୃତୀୟ ପେନେଟ୍ରେସନ୍, ଏଥିରେ ବଙ୍କର ବଷ୍ଟର ବମ୍‌ ନିଜର ଓଜନ, ମଜବୁତୀ ଓ ସ୍ଲେଣ୍ଡର ବଡିଶେପ୍‌ ଅର୍ଥାତ ଛୁଞ୍ଚି ଭଳି ସେପ୍‌ କାରଣରୁ ମାଟି ଭିତରଟୁ ୨୦୦ ଫୁଟ୍ ତଳକୁ ଚାଲିଯାଇଥାଏ। ଚତୁର୍ଥରେ ଏହାପରେ ଡିଲେ ଫ୍ୟୁଚ୍ ଏତେ ଚାପରେ ଆସିବା ପରେ ବିସ୍ଫୋରକୁ ନଷ୍ଟ କରିଥାଏ। ଫଳରେ ଭୟଙ୍କର ବିସ୍ଫୋରଣ ହୁଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.