ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବହରାଇଚ ହିଂସାକାଣ୍ଡରେ ବଡ଼ କାର୍ଯ୍ୟାନୁଷ୍ଠାନ : ଅଭିଯୁକ୍ତ ସରଫରାଜ ଓ ତାଲିବକୁ ପୁଲିସର ଏନକାଉଣ୍ଟର, ଦୁହେଁ ହସ୍ପିଟାଲରେ ଭର୍ତ୍ତି

ବହରାଇଚ୍ – ବହରାଇଚ ହିଂସାକାଣ୍ଡରେ ଉତ୍ତର ପ୍ରଦେଶ ଏସଟିଏଫ୍‌ ଓ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ପୁଲିସ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରଫରାଜ ଓ ତାଲିବକୁ ଏନକାଉଣ୍ଟର କରି ଗିରଫ କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ଉଭୟଙ୍କ ପାଦରେ ଗୁଳି ବାଜିଛି। ପୁଲିସ ଉଭୟଙ୍କୁ ପ୍ରଥମେ ନାନପାରା  ସିଏଚସି ନେଇଛି ,ଏଠାରୁ ଜିଲ୍ଲା ହସ୍ପିଟଲାରରେ ଭର୍ତ୍ତି କରାଯାଇଛ। ଯେଉଁଥିରେ  ସରଫରାଜର ସ୍ଥିତି ଗୁରୁତର ଥିବାର କୁହାଯାଉଛି। 

ସୂଚନା ଆଧାରରେ , ଗୁରୁବାର ନାନପାରା କୋତବାଲୀର ନାନପାରା ବାଇପାସ ହାଡା ବସେହରି  ନିକଟ ବହରାଇଚ ହିଂସାକାଣ୍ଡ ମାମଲାରେ, ଦୁଇ ଅଭିଯୁକ୍ତ ସରଫରାଜ ଓ ତାଲିବ ସହ ପୁଲିସ ଓ ଏସଟିଏଫର ମୁହାଁମୁହିଁ ହୋଇଥିଲା। ପୁଲିସକୁ ଦେଖିବା କ୍ଷଣି ଦୁଇ ଅଭିଯୁକ୍ତ ଫାୟାରିଂ ଆରମ୍ଭ  କରି ଦେଇ ଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ପୁଲିସ ଓ ଏସଟିଏଫ୍‌ ମଧ୍ୟ ଫାୟାରିଂ ଆରମ୍ଭ କରି ଥିଲେ। ଏହି ସମୟରେ ପୁଲିସ ଉଭୟଙ୍କର ପାଦକୁ ଗୁଳି କରିଥିଲା। ଦୁହେଁ ଗୁଳି ମାଡ଼ରେ ତଳେ ଆହତ ହୋଇ ଖସି ପଡ଼ି ଥିଲେ। ଏହାପରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। 

ଆହତ ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ ପ୍ରଥମେ ନାନପାରା ସିଏଚସି ପରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଅଭିଯୁକ୍ତଙ୍କୁ ଭର୍ତ୍ତି କରାଇବା ପରେ ଏଠାରେ ଖୁବ୍‌ ପୁଲିସ ଫୋର୍ସ ମତୟନ କରାଯାଇଛି। ସିଏଚସି ଓ ଜିଲ୍ଲା ହସ୍ପିଟାଲରେ କାହାକୁ ବି ପ୍ରବେଶ କରିବାକୁ ବାରଣା କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.