ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଦୁର୍ଘଟଣାରେ ୟୁଟ୍ୟୁବରଙ୍କ ଭାଙ୍ଗିଲା ହାଡ଼, ତଥାପି ଚିକିତ୍ସା ନ କରି କଲେ ରିଲ୍

ନୂଆଦିଲ୍ଲୀ, ୧୭/୧୦ : ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ହୋଇଥାଏ । ତେବେ ଏବେ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଜନୈକ ଯୁବତୀ ଦୁର୍ଘଟଣାରେ ଶିକାର ହୋଇ ବି ନିଜର ଏବଂ ତାଙ୍କ ସମ୍ପର୍କୀୟଙ୍କର ଭିଡ଼ିଓ ପ୍ରସ୍ତୁତ କରିବାକୁ ଲାଗିଛନ୍ତି । ଯାହାକୁ ଦେଖି କିଛି ଲୋକ ରାଗି ଯାଉଛନ୍ତି ତ କିଛି ଖୁବ୍ କଥା ଶୁଣାଉଛନ୍ତି । ସେହିଭଳି ଆଉ କିଛି ଲୋକ ଏହା ଜାଣିବାକୁ ପ୍ରୟାସ କରୁଛନ୍ତି କି ଏଭଳି କ’ଣ ଇମରଜେନ୍ସି ଆସିଲା କି ଚିକିତ୍ସା ପୂର୍ବରୁ ରିଲ୍ କରିବାକୁ ପଡ଼ିଲା । ଭାଇରାଲ ହେଉଥିବା ଏହି ଭିଡ଼ିଓରେ ୟୁଟ୍ୟୁବର ସୀମା କନୋଜିୟା ରକ୍ତରେ ଜୁଡ଼ୁବୁଡ଼ୁ ନଜର ଆସୁଛନ୍ତି । ତାଙ୍କ ଚୁଟି ଏପଟସେପଟ ହୋଇଥିଲା ଏବଂ ତାଙ୍କ ମୁହଁରୁ ରକ୍ତ ବାହାରୁଛି । ତା’ପରେ ସେ ରିଲ୍ କରୁଥିବା ନଜର ଆସୁଛନ୍ତି ।

ୟୁଟ୍ୟୁବର ସୀମା କନୋଜିୟାଙ୍କ ବହୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିଥିବେ । ଯେଉଁଥିରେ କେବେ ସେ ରେଲଓ୍ବେ ଷ୍ଟେଶନ ଏବଂ ମଝି ରାସ୍ତାରେ ପଡ଼ି ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ସେହିଭଳି କେବେ ଅଜବଗଜବ କାର୍ଯ୍ୟ ଦେଖିବାକୁ ମିଳିଥାଏ । ନିକଟରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ସୀମା କନୋଜିୟା ସମ୍ପୂର୍ଣ୍ଣ ଭାବେ ଗୁରୁତର ହୋଇଥିବା ନଜର ଆସୁଛନ୍ତି ।କୁହାଯାଉଛି କି ସେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଯେଉଁ କାରଣରୁ ତାଙ୍କର ଏହି ଅବସ୍ଥା ହୋଇଛି । ଭିଡ଼ିଓରେ ଦେଖାଯାଉଛି କି ସେ ଏବଂ ତାଙ୍କ ସାଥି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସମୟରେ ହସ୍ପିଟାଲରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୟୁଟ୍ୟୁବର ଚିକିତ୍ସା କରିବା ଜାଗାରେ ଫ୍ୟାନଙ୍କୁ ଟିକିନିଖ ଅପଡେଟ୍ ଦେଉଥିବା ନଜର ଆସୁଛନ୍ତି । ଏହାକୁ ନେଇ ଲୋକ ଭିନ୍ନ ଭିନ୍ନ କଥା କହୁଛନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.