ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପ୍ରଭାସଙ୍କ ‘ସାଲାର’ ଟିଭି ପ୍ରିମିୟରରେ କଲା ରେକର୍ଡ଼, ଜାଣନ୍ତୁ କେତେ ଦର୍ଶକ ଦେଖିଛନ୍ତି

ମୁମ୍ବାଇ, ୧୭/୧୦ : ସାଉଥ ସୁପରଷ୍ଟାର ପ୍ରଭାସ ନାମ ହିଁ ଯଥେଷ୍ଟ । ବାହୁବଳୀ ଷ୍ଟାର୍ ଭାବେ ବେଶ ଲୋକପ୍ରିୟ । ଚଳିତ ବର୍ଷ ତାଙ୍କର ସିନେମା କଲ୍କି ବକ୍ସ ଅଫିସରେ ଧୁଆଁଧାର କଲେକ୍ସନ କରିଥିଲାବେଳେ ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ସାଲାର ବି ବେଶ କଲେକ୍ସନ କରିଥିଲା । ଏବେ ସାଲାର ପୁଣି ଏକ ରେକର୍ଡ଼ ବ୍ରେକ କରିଛି । ପ୍ରଥମେ ଥିଏଟର୍ସରେ ପରେ ଓଟିଟିରେ ଏବେ ଟିଭି ପ୍ରିମିୟରରେ ସାଲର ରେକର୍ଡ଼ କରିଛି ।

ନିକଟରେ ‘ସାଲାର’ର ଟେଲିଭିଜନ ପ୍ରିମିୟର ହୋଇଥିଲା । ଯାହା ଏକ ରେକର୍ଡ଼ କରିଛି । ପ୍ରକାଶ ଯେ, ପ୍ରଭାସଙ୍କ ଫିଲ୍ମକୁ ୩୦ମିଲିୟନ ଦର୍ଶକ ଦେଖିଛନ୍ତି। ବର୍ତ୍ତମାନ ଏହା ୨୦୨୪ର ଟପ୍ ୩ ଟେଲିଭିଜନ ପ୍ରିମିୟରରୁ ଗୋଟିଏ ହୋଇଯାଇଛି ।

ସାଲାର ଡିସେମ୍ବର ୨୦୨୩ରେ ରିଲିଜ ‌ହୋଇଥିଲା।  ଏହା ଓ୍ବାର୍ଲ୍ଡଓ୍ବାଇଡ ୭୦୦୦ସ୍କ୍ରିନରେ ରିଲିଜ ହୋଇଥିଲା । ଫିଲ୍ମ ହିଟ୍ ବି ଥିଲା । ଯାହାର ବଜେଟ ପ୍ରାୟ ୨୦୦କୋଟିର ଥିଲା । ଏକ ରିପୋର୍ଟ ମୁତାବକ ଏହାର ବକ୍ସ ଅଫିସ କଲେକ୍ସନ ଥିଲା ୪୮୭କୋଟି ଟଙ୍କା। ସେହିଭଳି ଓ୍ବାର୍ଲ୍ଡଓ୍ବାଇଡ ୬୧୭କୋଟି ଟଙ୍କା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.