ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

କେବେ ନିଜର ଓଜନ ପାଇଁ ହେଉଥିଲେ ରିଜେକ୍ଟ, ରାତାରାତି ବନିଗଲେ ବଲିଉଡ୍‌ର ଡ୍ରିମ୍‌ ଗର୍ଲ

ମୁମ୍ବାଇ ୧୬/୧୦: ବଲିଉଡର ଡ୍ରିମ୍‌ ଗର୍ଲ। କୋଟି କୋଟି ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଥିବା ହେମା ମାଳିନୀ ଆଜି ତାଙ୍କର ୭୬ ତମ ଜନ୍ମଦିନ ପାଳନ କରୁଛନ୍ତି। ହିନ୍ଦୀ ସିନେମାର ଏହି ଫେମସ୍‌ ଅଭିନେତ୍ରୀ ନିଜର ପରିଶ୍ରମ ଏବଂ ପ୍ରତିଭା ଆଧାରରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଅକ୍ଟୋବର ୧୬, ୧୯୪୮ ରେ ତାମିଲନାଡୁର ଆମ୍ମାନକୁଡିରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ପ୍ରକୃତ ନାମ ହେମା ମାଳିନୀ ଚକ୍ରବର୍ତ୍ତୀ । ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେ ତାଙ୍କ ନାମରୁ ଚକ୍ରବର୍ତ୍ତୀ ଉପନାମକୁ ହଟାଇ ଦେଇଥିଲେ। କିନ୍ତୁ, ତାଙ୍କର ଏହି ସଫଳତାର ଯାତ୍ରା ଏତେ ସହଜ ନଥିଲା । ପିଲାଦିନେ ସେ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖି ନଥିଲେ, ତାଙ୍କ ମା’ ଜୟଲକ୍ଷ୍ମୀଙ୍କ କଥାରେ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ। 

କ୍ୟାରିୟର ଆରମ୍ଭରେ ଅନେକ ଥର ରିଜେକ୍ସନର ସମ୍ମୁଖୀନ ହୋଇଥିଲେ ହେମା। ସେତେବେଳେ ସେ ବହୁତ ପତଳା ଥିଲେ । ଯେତେବେଳେ ବି ସେ ଫିଲ୍ମ ଅଡିସନ୍ ପାଇଁ ଯାଉଥିଲେ, ତାଙ୍କୁ ରିଜେକ୍ଟ କରାଯାଉଥିଲା । ଏପରି କି ସେ ଏକ ତାମିଲ ଫିଲ୍ମ ପାଇଁ ସାଇନ୍ କରିଥିଲେ, କିନ୍ତୁ ଚାରି ଦିନର ସୁଟିଂ ପରେ ତାଙ୍କୁ ଫିଲ୍ମରୁ ବାହାର କରି ଦିଆଗଲା।

ତଥାପି ହାର ମାନିନଥିଲେ ହେମା। ନିଜକୁ ଫିଲ୍ମ ପାଇଁ ପ୍ରସ୍ତୁତ କରିଥିଲେ। ସେ ଶାସ୍ତ୍ରୀୟ ନୃତ୍ୟ ଶିଖିବା ଆରମ୍ଭ କଲେ ଏବଂ ତାଙ୍କ ଲୁକ୍ ଉପରେ ଧ୍ୟାନ ଦେଲେ। ଏହା ପରେ ସେ ରାଜ କପୁରଙ୍କ ସହ ଫିଲ୍ମ “ସପନୋ କେ ସୌଦାଗର” ରେ କାମ କରିବାର ସୁଯୋଗ ପାଇଲେ। ଏହି ଫିଲ୍ମ ତାଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲା। ଦର୍ଶକ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଥିଲେ ଏବଂ ଏହା ପରେ ସେ ଅନେକ ଫିଲ୍ମରୁ ଅଫର୍‌ ପାଇଲେ।

ହେମା ତାଙ୍କ କ୍ୟାରିୟରରେ ୧୦୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।  ଯାହାର ଅଧାରୁ ଅଧିକ ହିଟ୍ ହୋଇଛି । ଧର୍ମେନ୍ଦ୍ରଙ୍କ ସହ ତାଙ୍କର ୪୦ ଟି ଫିଲ୍ମ ହିଟ୍ ହୋଇଛି। ତାଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭା ତାଙ୍କୁ ବଲିଉଡର ଡ୍ରିମ୍‌ ଗର୍ଲ କରାଇଛି। ଆଜି ବି ହେମା ଅଭିନୟ ଏବଂ ରାଜନୀତିରେ ସକ୍ରିୟ ଅଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.