ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଫ୍ୟାନ୍ସଙ୍କ ପାଇଁ ଗୁଡ୍ ନ୍ୟୁଜ, ଖୁବଶୀଘ୍ର ମାଆା ହେବାକୁ ଯାଉଛନ୍ତି ରାଧିକା ଆପଟେ

ମୁମ୍ବାଇ,୧୭/୧୦:   ବଲିଉଡର ଜଣାଶୁଣା ଅଭିନେତ୍ରୀ ରାଧିକା ଆପଟେ । ଫ୍ୟାନ୍ସକୁ ଦେଇଛନ୍ତି ଖୁସି ଖବର । ଅଭିନେତ୍ରୀ ଖୁବଶୀଘ୍ର  ହେବାକୁ ଯାଉଛନ୍ତି ମାଆ। ନିକଟରେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କର ବେବି ବମ୍ପ ଦେଖାଇଥିବା ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସମାନେ ଅଭିନନ୍ଦନ ଜଣାଇଛନ୍ତି । 

ସୂଚନା ଅନୁସାରେ, ନିକଟରେ ରାଧିକା ତାଙ୍କ ଫିଲ୍ମ ସିଷ୍ଟର ମିଡନାଇଟ ପ୍ରିମିୟରରେ ନଜର ଆସିଥିଲେ । ଏହି ସମୟରେ ସେ ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ । ଆଉ ସେଥିରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଅଭିନେତ୍ରୀଙ୍କ ବେବି ବମ୍ପ । ଅଭିନେତ୍ରୀଙ୍କ ଲୁକ୍ ଦେଖି ତାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ଏଥିସହ ସେଲିବ୍ରିଟିଠୁ ନେଇ ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଅଭିନନ୍ଦନ ଜଣାଇଥିଲେ ।  ତେବେ ରାଧିକା ନିଜେ ଇନଷ୍ଟାଗ୍ରାମରେ ଏହି ଇଭେଣ୍ଟର ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀ ସେୟାର କରିଥିବା ପୋଷ୍ଟର କ୍ୟାପସନରେ ଏହା ଲେଖାଯାଇଛି ଯେ 'ସିଷ୍ଟର ମିଡନାଇଟ୍ ପ୍ରିମିୟର୍' । ତେବେ ରାଧିକାଙ୍କ ଏହି ପୋଷ୍ଟରେ ୟୁଜର୍ସ ଖୁବ୍‌ କମେଣ୍ଟ କରୁଛନ୍ତି। 

ଏନେଇ ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ । ଅନ୍ୟ ଜଣେ ଲେଖିଛନ୍ତି ଯେ ଅନେକ ଶୁଭେଚ୍ଛା । ସେହିପରି ତୃତୀୟ ଜଣକ କହିଛନ୍ତି, ଅନେକ ଅଭିନନ୍ଦନ, ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି । ପ୍ରକାଶ ଥାଉକି, ରାଧିକା ବ୍ରିଟିଶ ମ୍ୟୁଜିକ କମ୍ପୋଜର ବେନେଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି। ବିବାହର ୧୨ ବର୍ଷ ପରେ ଅଭିନେତ୍ରୀ ମା ହେବାକୁ ଯାଉଛନ୍ତି । ରାଧିକା ତାଙ୍କ ବିବାହ ବିଷୟରେ କାହାକୁ ଜଣାଇ ନଥିଲେ । ସେ ସିକ୍ରେଟଲି ବିବାହ କରିଥିଲେ। ବଲିଉଡରେ ବହୁତ କମ୍ ଲୋକ ଜାଣିଥିଲେ ଯେ ଅଭିନେତ୍ରୀ ବିବାହିତ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ନିଜେ ତାଙ୍କ ଫଟୋକୁ ସେୟାର କରିଛନ୍ତି । 








  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.