ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସଲମାନ ଖାନଙ୍କ ଘର ଉପରେ ନଜର ରଖୁଥିବା ସୁଟର ଗିରଫ

ମୁମ୍ବାଇ,୧୭/୧୦:  ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚା। ଗୋଟିଏ ପଟେ ବାବାଙ୍କୁ କିଏ ମାରିଲା, ଅନ୍ୟପଟେ ସଲମାନ ଖାନଙ୍କ ସୁରକ୍ଷା । ବାବା ସିଦ୍ଦିକିଙ୍କୁ ଗୁଳି ଚଳାଇବା ନେଇ ନିଜକୁ ଦାୟୀ କରିଛି ଲରେନ୍ସ  ବିଷ୍ଣୋୟୀ  ଗ୍ୟାଙ୍ଗ । ଏଥିସହ ସଲମାନ ଖାନଙ୍କୁ ନେଇ ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା । ତେବେ ଏହାରି ମଧ୍ୟରେ ଲରେନ୍ସ  ବିଷ୍ଣୋୟୀ  ଗ୍ୟାଙ୍ଗର ଏକ ସୁଟରକୁ ଗିରଫ କରାଯାଇଛି ।

ତେବେ ଚଳିତ ବର୍ଷ ଏପ୍ରିଲ ମାସରେ ସଲମାନ ଖାନଙ୍କ ଘର ଉପରେ ଗୁଳିଚାଳନା କରାଯାଇଥିଲା । ଏହି ଫାୟରିଂର ଦାୟିତ୍ୱ ଲରେନ୍ସ  ବିଷ୍ଣୋୟୀ  ଗ୍ୟାଙ୍ଗ ନେଇଥିଲେ । ପୋଲିସ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ମାମଲାର ଯାଞ୍ଚ ଏପର୍ଯ୍ୟନ୍ତ ଚାଲିଛି । ଏହାରି ମଧ୍ୟରେ ବର୍ତ୍ତମାନ ହରିୟାଣା ଏବଂ ମୁମ୍ବାଇ ପୋଲିସର ମିଳିତ ଅପରେସନଦ୍ବାରା ପାନିପଥରୁ ସକଖା କାଲୁୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି  ବିଷ୍ଣୋୟୀ  ଗ୍ୟାଙ୍ଗର ବୋଲି କୁହାଯାଉଛି । ସୂଚନା ରହିଛି ଯେ, ଏହି ସୁଟର ସଲମାନ ଖାନଙ୍କୁ ମାରିବା ପାଇଂ ସୁପାରୀ ନେଇଥିଲା ଏବଂ ଏହା  ବିଷ୍ଣୋୟୀ  ଗ୍ୟାଙ୍ଗର ଶାର୍ପ ସୁଟର ଅଟନ୍ତି । ସେ ସଲମାନ ଖାନଙ୍କ ଘର ଉପରେ ନଜର ରଖିଥିଲା ଏବଂ ବର୍ତ୍ତମାନ  ମୁମ୍ବାଇର ପନବେଲ ସିଟି ପୋଲିସ ଏବଂ ହରିୟାଣା ପୋଲିସ ଅପରେସନ ଚଳାଇ ତାକୁ ଗିରଫ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.