ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଶେଖ୍ ହସିନାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି, ଭାରତ ଶରଣରେ ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଓ ରକ୍ତାକ୍ତ ସଂଘର୍ଷ ପରେ ଦେଶ ଛାଡି ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ଏବେ ସେ ଭାରତରେ ରହୁଛନ୍ତି। ହେଲେ ତାଙ୍କ ବିରୋଧରେ ଜାରି କରାଯାଇଛି ଗିରଫ ଓ୍ବାରେଣ୍ଟ। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବାଂଲାଦେଶର ଏକ କୋର୍ଟ ମାନବତା ବିରୋଧରେ ଅପରାଧ କରିଥିବା ନେଇ ଓ୍ବାରେଣ୍ଟ ଜାରି କରିଛି। ଶେଖ୍ ହସିନା ବାଂଲାଦେଶରୁ ହେଲିକପ୍ଟରରେ ଯାତ୍ରା କରି ଦେଶ ଛାଡିଥିଲେ ଓ ଦିଲ୍ଲୀ ସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଓହ୍ଲାଇଥିଲେ। ଏହାପରେ ସେ ଭାରତରେ ହିଁ ରହୁଛନ୍ତି, କିନ୍ତୁ ସେ ରହୁଥିବା ସ୍ଥାନ ବିଷୟରେ କେହି ଜାଣି ନାହାନ୍ତି। ତାଙ୍କୁ କୌଣସି ସୁରକ୍ଷିତ ସ୍ଥାନରେ ରଖାଯାଇଛି। 

ହସିନାଙ୍କ ବିରୋଧ କୋର୍ଟ ଅବମାନନା ମାମଲା ରୁଜୁ କରିଥିବା ଓକିଲ ମହମ୍ମଦ ତାଜୁଲ ଇସ୍ଲାମ କହିଛନ୍ତି, ଏହା ଖୁବ୍ ସ୍ମରଣୀୟ ଦିନ। ସେଭଳି ବାଂଲାଦେଶରେ ଆନ୍ଦୋଳନରେ ମୃତକଙ୍କ ପରିଜନ କହିଛନ୍ତି, ଏହା ଭଲ ଖବର। ଆମ ଆଶା କରୁଛୁ ଏବେ ଶେଖ ହସିନାଙ୍କ ବିରୋଧରେ ଟ୍ରାଏଲ ଆଗକୁ ବଢିବ ଓ ଆମକୁ ନ୍ୟାୟ ମିଳିବ। ଶେଖ ହସିନା ଗତ ୧୫ ବର୍ଷ ହେବ ବାଂଲାଦେଶର କ୍ଷମତାରେ ଥିଲେ। ତାଙ୍କ ଉପରେ ଅଭିଯୋଗ ରହିଛି ଯେ, ପିଏମ୍ ଥିବା ବେଳେ ତାଙ୍କ ଶାସନକାଳରେ ବଡ ପରିମାଣରେ ଲୋକଙ୍କୁ ଗିରଫ କରାଯାଇଥିଲା। ଏହାଛଡା ରାଜନୈତିକ ବିରୋଧିଙ୍କୁ ଖୋଜି ଖୋଜି ମାରିଥିଲେ।

ବାଂଲାଦେଶ ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବୁନାଲ ମୁଖ୍ୟ ଅଧିବକ୍ତା ତାଜୁଲ ଇସ୍ଲାମ କହିଛନ୍ତି, ଶେଖ୍ ହସିନାଙ୍କୁ ୧୮ ନଭେମ୍ବରରେ କୋର୍ଟରେ ହାଜର ହେବାର ନିର୍ଦେଶ ଦିଆଯାଇଥିଲା। ଇସ୍ଲାମ କହିଛନ୍ତି, ଶେଖ ହାସିନା ସେହି ଲୋକଙ୍କର  ନେତୃତ୍ବ ନେଉଥିଲେ ଯେଉଁମାନେ ଦେଶରେ ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ହିଂସା ସୃଷ୍ଟି କରାଯାଇଥିଲା, ସେଥିରେ ଶତାଧିକ ଲୋକ ନିହତ ହୋଇଥିଲେ।’ କୋର୍ଟ ଶେଖ ହସିନାଙ୍କ ବ୍ୟତୀତ ତାଙ୍କ ପାର୍ଟି ଆବାମୀ ଲିଗ୍‌ର ମହାସଚିବ କାୟଦୁଲ କାଦରଙକୁ ମଧ୍ୟ ଗିରଫ କରିବା କଥା କହିଛନ୍ତି।ଦୁଇ ନେତାଙ୍କ ବ୍ୟତୀତ ୪୪ ଅନ୍ୟଙ୍କ ପାଇଁ ମଧ୍ୟ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.