ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଲା ଅଷ୍ଟ୍ରେଲିଆ, ଋଷ ବିରୋଧରେ ଯୁଦ୍ଧ ଲଢିବାକୁ ଦେବ ୪୯ ଘାତକ ଟ୍ୟାଙ୍କର...

ନୂଆଦିଲ୍ଲୀ: ଋଷ ବିରୋଧରେ ଦୀର୍ଘ ଅଢେଇ ବର୍ଷ ହେବ ଯୁଦ୍ଧ ଜାରି ରଖିଥିବା ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଅଷ୍ଟ୍ରେଲିଆ । ଏହା ପୂର୍ବରୁ ଆମେରିକା ଏବଂ ବ୍ରିଟେନ ମଧ୍ୟ ୟୁକ୍ରେନର ସବୁଠାରୁ ବଡ ସାହାଯ୍ୟକାରୀଙ୍କ ମଧ୍ୟରେ ରହିଆସିଛନ୍ତି। କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆ ୟୁକ୍ରେନକୁ ଏହାର ବିପଜ୍ଜନକ ଆବ୍ରାମସ୍ ଟ୍ୟାଙ୍କ ଦେବାକୁ ଯାଉଛି । ଏନେଇ ଅଷ୍ଟ୍ରେଲିଆ କହିଛି ଯେ, ଏହାର ୪୯ ଟି ପୁରୁଣା M1A1 ଆବ୍ରାମସ୍ ଟ୍ୟାଙ୍କ ୟୁକ୍ରେନକୁ ଦାନ କରିବ । ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ଗୁରୁବାର ଏହି ସୂଚନା ଦେଇଛନ୍ତି । ୟୁକ୍ରେନ ଏହି ଟ୍ୟାଙ୍କକୁ କିଛି ମାସ ପୂର୍ବରୁ ଦେବାକୁ ଅଷ୍ଟ୍ରେଲିଆକୁ ଅନୁରୋଧ କରିଥିଲା ।

ମାର୍ଲେସ କହିଛନ୍ତି ଯେ, ଅଷ୍ଟ୍ରେଲିଆ ସରକାର ୟୁକ୍ରେନକୁ ଏହାର ଅଧିକାଂଶ ଆମେରିକୀୟ ନିର୍ମିତ M1A1 ଟ୍ୟାଙ୍କ ଦେଉଛନ୍ତି, ଯାହାର ମୂଲ୍ୟ ୨୪ କୋଟି ୫୦ ଲକ୍ଷ  ଅଷ୍ଟ୍ରେଲିୟ ଡଲାର । ଯଦିଓ ମାର୍ଲେସ୍ ଫେବୃଆରୀରେ କହିଥିଲେ ଯେ, ୟୁକ୍ରେନକୁ ପୁରୁଣା ଟ୍ୟାଙ୍କ ଦେବା ତାଙ୍କ ସରକାରଙ୍କ କାର୍ଯ୍ୟସୂଚୀରେ ନାହିଁ, କିନ୍ତୁ ଗୁରୁବାର ଦିନ ସେ କହିଛନ୍ତି ଯେ ସେ ଏହି ସହାୟତାକୁ ତାଙ୍କ ସରକାରଙ୍କ ପୂର୍ବ ଆଭିମୁଖ୍ୟରୁ ପ୍ରତ୍ୟାହାର ଭାବରେ ଦେଖୁ ନାହାଁନ୍ତି। ଅଷ୍ଟ୍ରେଲୀୟ ବ୍ରଡକାଷ୍ଟିଂ କର୍ପୋରେସନକୁ ମାର୍ଲେସ କହିଛନ୍ତି ଯେ ଆମେ ୟୁକ୍ରେନ ସରକାରଙ୍କ ସହ କଥାବାର୍ତ୍ତା ଜାରି ରଖିଛୁ।

ଅଷ୍ଟ୍ରେଲିଆର ଆବ୍ରାମସ୍ ଟ୍ୟାଙ୍କର ପୁରୁଣା ହୋଇପାରେ, କିନ୍ତୁ ସେଗୁଡିକୁ ବିପଦପୂର୍ଣ୍ଣ ବର୍ଗରେ ସେନା ରଖିଥାଏ । ସେ କହିଛନ୍ତି, "ଆମ ପାଖରେ ଥିବା ସାମଗ୍ରୀକୁ ପ୍ରଥମେ ସମୀକ୍ଷା କରୁ,ଏହାର କାର୍ଯ୍ୟକାରିତା, ସ୍ଥିତିକୁ ଦେଖୁ ଏବଂ ଏହା ପରିବର୍ତ୍ତନ ଆଣିବ କି ନାହିଁ, ଏହା ସ୍ଥିର ହୋଇପାରିବ କି ନାହିଁ ଏବଂ ଏହାକୁ ଯୁଦ୍ଧରେ ବ୍ୟବହାର କରାଯାଇପାରିବ କି ନାହିଁ ସମୀକ୍ଷା କରୁ । ଆଉ ଏହି ସମସ୍ତ ମାନଦଣ୍ଡ ଗୁଡିକ ଏହି ଟ୍ୟାଙ୍କ ଗୁଡିକ ପୂରଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.