ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କୋରିୟର ମ୍ୟାନେଜରଙ୍କୁ ହତ୍ୟା ଘଟଣାକୁ ୧୩ ବର୍ଷ ବିତିଲା: ଖିଅ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ, ଏବେ ବି ନ୍ୟାୟ ଅପେକ୍ଷାରେ ପରିବାର ଲୋକ

ଭୁବନେଶ୍ୱର,୧୮/୦୭: ୧୩ ବର୍ଷ ବିତିଗଲା । ଏଯାଏଁ ଖିଅ ମିଲିଲାନି । ବହୁଚର୍ଚ୍ଚିତ କୋରିୟର ମ୍ୟାନେଜର ଦେବାଶିଷ ମହାନ୍ତି ହତ୍ୟାକାଣ୍ଡର ରହସ୍ୟ ଭେଦିପାରୁନି କ୍ରାଇମବ୍ରାଞ୍ଚ । ସେଦିନ ରାତିରେ କିଏ ଫୋନ କରିଥିଲା? କେଉଁଠିକୁ ଡାକିଲା? କାହିଁକି ମାରିଲା? ସେସବୁ ଆଜି ବି ରହସ୍ୟଘେରରେ । ଥାନାରୁ ମାମଲା କ୍ରାଇମବ୍ରାଞ୍ଚକୁ ଗଲା, ତଥାପି ହାତ ଖାଲି । ଅପରାଧୀକୁ ଧରିବା ତ ଦୂର, ସନ୍ଦେହର ଗନ୍ଧ ବି ବାରି ହେଲାନି । ଏପଟେ ନ୍ୟାୟ ପାଇଁ ଦୀର୍ଘ ୧୩ ବର୍ଷ ଧରି ଅପେକ୍ଷା କରିଛନ୍ତି ଦେବାଶିଷଙ୍କ ପରିବାର । 

କମିଶନରେଟ ପୁଲିସ୍‌ ୫ ମାସ ତଦନ୍ତ କରିବା ପରେ ମାମଲା ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ । ସେବେଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି । ହେଲେ ଏପର୍ଯ୍ୟନ୍ତ କିଛି ଖିଅ ପାଉନି । ବରିଷ୍ଠ ପୁଲିସ୍‌ ଅଧିକାରୀ ବି ମୁହଁ ଫେରାଇ ସାରିଲେଣି । ତଦନ୍ତରେ ଅଧିକାରୀଙ୍କ ଆନ୍ତରିକତାର ଅଭାବ ରହିଛି ବୋଲି କହିଛନ୍ତି ଦେବାଶିଷଙ୍କ ପରିବାର ଲୋକ । କ୍ରାଇମ୍‌ବ୍ରାଞ୍ଚ ଉପରୁ ଭରସା ତୁଟାଇ ଦେଲେଣି ତାଙ୍କ  ପରିବାର ଲୋକ । ସେମାନେ ଜାଣି ସାରିଲେଣି କ୍ରାଇମବ୍ରାଞ୍ଚ ଏହି ମାମଲାରେ ଆଉ କିଛି କରିପାରିବ ନାହିଁ । ଆଉ କେଇଟା ଦିନ ଗଡ଼ିଲେ ମାମଲା ବନ୍ଦ କରିଦିଆଯିବ । ସେଥିପାଇଁ ସିବିଆଇ ତଦନ୍ତ ପାଇଁ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦେବାଶିଷଙ୍କ ପରିବାର ଲୋକ । ଏନେଇ  ଦେବାଶିଷଙ୍କ ବାପା ବହୁ ପୂର୍ବରୁ ଏ ସଂକ୍ରାନ୍ତରେ ହାଇକୋର୍ଟରେ ପିଟିସନ୍‌ ଦାଖଲ କରି ନ୍ୟାୟ ଅପେକ୍ଷାରେ ରହିଛନ୍ତି ।  

କେମିତି ଥିଲା ଘଟଣା: 

୨୦୧୧ ଜାନୁଆରୀ ୨୪ ତାରିଖ ଭୋର ସମୟରେ ୧୬ ନଂ. ଜାତୀୟ ରାଜପଥ ଯାଁଳା ଫାଣ୍ଡିଠାରୁ ଅଳ୍ପ ଦୂରରେ ସ୍ୱିଫ୍ଟ କାରରୁ ଦେବାଶିଷଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କୁ ଅତି ଚତୁରତାର ସହ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ପାରିପାଶ୍ୱିର୍କ ପରିସ୍ଥିତିରୁ ଜଣାପଡିଥିଲା । ଏନେଇ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଆରମ୍ଭ କରିଥିଲା ତଦନ୍ତ । ସେତେବେଳେ ଦେବାଶିଷଙ୍କ ପତ୍ନୀ କହିଥିଲେ, ୨୩ ତାରିଖ ରାତିରେ ସେମାନେ ଏକ ବିବାହ ଉତ୍ସବକୁ ଯୋଗ ଦେବା ଲାଗି ମେଫେୟାର ହୋଟେଲକୁ ଯାଇଥିଲେ । ରାତି ସାଢ଼େ ୯ଟା ସମୟରେ ତାଙ୍କ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କଲ୍‌ ପାଇବା ପରେ ସେ ତଳକୁ ଆସି କୁଆଡେ ଚାଲି ଯାଇଥିଲେ । ଦେବାଶିଷଙ୍କ ଆସିବା ବିଳମ୍ବ ହେବାରୁ ପତ୍ନୀ ତାଙ୍କୁ ରାତି ୧୧ଟାରେ ଫୋନ୍‌ କରିଥିଲେ । ହେଲେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନୂଆପଲ୍ଲୀ ଥାନାରେ ପ୍ରଥମେ ନିଖୋଜ ଅଭିଯୋଗ କରିଥିଲେ । ହେଲେ ୨୪  ତାରିଖ ସକାଳୁ ତାଙ୍କ ମୃତଦେହ ମିଳିଥିଲା । ଏହା ପରେ ତଦନ୍ତ ଆରମ୍ଭ କରିଥିଲା କମିଶନରେଟ ପୁଲିସ୍‌ । ୫ ମାସ ବିତିଗଲେ ମଧ୍ୟ ଫଳ କିଛି ମିଳି ନ ଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦେବାଶିଷଙ୍କ ପରିବାର ଲୋକଙ୍କ ପକ୍ଷରୁ ଦାବି କରାଗଲା । ୨୦୧୧ ଜୁନ୍‌ରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତଭାର ନେଇଥିଲା । ହେଲେ କିଛି ଟେର ପାଇନଥିଲା । ୨୦୧୫ ଫେବ୍ରୁଆରୀରେ ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦିଅ । ସେଥିରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଫେଲ୍‌ ମାରିଥିଲା । 

କ୍ରାଇମବ୍ରାଞ୍ଚର ଜଣେ ପୂର୍ବତନ ଇନ୍ସପେକ୍ଟର ତାଙ୍କ ନାମ ଗୋପନ ରଖି କହିଛନ୍ତି, ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ କେତେ ଜଣ ପ୍ରଭାବଶାଳୀଙ୍କ ଇଙ୍ଗିତରେ ତଦନ୍ତକୁ ଅଟକା ଯାଇଥିଲା । ଭୁବନେଶ୍ୱର ଛାଡ଼ିଥିବା କମିଶନରେଟ ପୁଲିସ୍‌ର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି, ମୋବାଇଲ ଟ୍ରାକିଂ ଏବଂ କଲ୍‌ ଡିଟେଲ୍ସ ରେକର୍ଡରୁ ହିଁ ହତ୍ୟାକାରୀଙ୍କୁ ଧରା ଯାଇପାରିଥାନ୍ତା । ଦେବାଶିଷଙ୍କ ନିକଟକୁ ଘଟଣା ଦିନ ଆସିଥିବା କଲ୍‌  ଯାଞ୍ଚ କରା ଯାଇଥିଲେ ସୁରାକ୍‌ ମିଳିଥାନ୍ତା । ତଦନ୍ତରେ ସହାୟକ ହୋଇଥାନ୍ତା । କିନ୍ତୁ ସେଭଳି କିଛି କରାଯାଇ ନଥିବା ଅନୁମାନ କରାଯାଉଛି । କେବଳ ଏହି ଘଟଣା ନୁହେଁ । ଅନେକ ଘଟଣାରେ କ୍ରାଇମ୍‌ବ୍ରଞ୍ଚ ଫେଲ୍‌ ମାରିଛି । ଏଥିପାଇଁ ସାଧାରଣ ଲୋକଙ୍କ କ୍ରାଇମ୍‌ବ୍ରାଞ୍ଚ ଉପରେ ଭରସା ତୁଟିଗଲାଣି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.