ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମହିଳା ଡାକ କର୍ମଚାରୀଙ୍କ ଆତ୍ମହତ୍ୟା, ନିର୍ବନ୍ଧ ଶାଢ଼ି, ଚୁଡ଼ି ପିନ୍ଧି ଝୁଲି ପଡ଼ିଲେ

ବାଲିପଦର,୧୮/୦୭:ସ୍ଥାନୀୟ ଡାକ ଘରେ କାର୍ଯ୍ୟରତ ମହିଳା କର୍ମଚାରୀ ରଶ୍ମିତା  ବେହେରା (୨୫)ଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ବୁଗୁଡ଼ା ଅରବିନ୍ଦନଗର ୨ୟ  ଗଳିରେ ଥିବା ଭଡ଼ା ଘରୁ ପୁଲିସ ଉଦ୍ଧାର କରିଛି । ଆତ୍ମହତ୍ୟାର କାରଣ ଜଣା ପଡିନଥିବା  ବେଳେ ପୁଲିସ ରଶ୍ମିତାଙ୍କ ଏକ ହାତଲେଖା ଡାଏରୀ ଜବତ କରିଛି । ମଙ୍ଗଳବାର ରାତି ୯ଟାରେ ସେ ମୋବାଇଲ୍‌ରେ ଶେଷ ଥର ପାଇଁ  କଲ୍‌ ରିସିଭ୍‌ କରିଲେ । କେଉଁ ସମୟରେ ସେ  ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି ।  

ପଡ଼ୋଶୀଙ୍କ ସୂଚନା ଅନୁସାରେ ରଶ୍ମିତା ଗତ  ରାତିରେ ଖାଇପିଇ ଶୋଇଥିଲେ । ବୁଧବାର ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ତାଙ୍କ ଘର କବାଟ ଖୋଲା ନହେବାରୁ ପଡୋଶୀ ଡାକିଥିଲେ । ଏପରିକି ମୋବାଇଲ୍‌ କଲ୍‌ କରିଥିଲେ ହେଁ  କୌଣସି ଉତ୍ତର ନ ମିଳିବାରୁ ସନ୍ଦେହ ଜାତ ହେବାରୁ ଘର ମାଲିକଙ୍କୁ ଡାକି ପୁଲିସକୁ  ଖବର ଦିଆ ଯାଇଥିଲା । ପୁଲିସ କବାଟ ଭାଙ୍ଗି ଭିତରେ ପଶିବା ପରେ ରଶ୍ମିତାଙ୍କ ମୃତ  ଦେହ ଦ୍ୱିତୀୟ ବଖରାର ଛାତ ହୁକରୁ ଝୁଲୁଥିବା ଦେଖିବାକୁ ମିଳିଥିଲା । 

ନିଜ ନିର୍ବନ୍ଧରେ  ଭାବି ସ୍ୱାମୀଙ୍କ ଘରଲୋକଙ୍କ ତରଫରୁ ମିଳିଥିବା ନୂଆ ଶାଢ଼ୀ ଓ ଚୁଡ଼ି ପିନ୍ଧି ଏକ ନୂଆ  ପ୍ଲାଷ୍ଟିକ୍‌ ରଶି ବାନ୍ଧି ଝୁଲି ପଡ଼ିଥିଲେ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ  କୁହୁଡ଼ି ନିକଟସ୍ଥ ସାରଣ ଗ୍ରାମ । ଦୁଇ ମାସ ତଳେ କୁହୁଡ଼ି ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କ ନିର୍ବନ୍ଧ ସରିଥିବା ବେଳେ ଗତ ୧୨ ତାରିଖରେ ବିବାହ ତିଥି ଧାର୍ଯ୍ୟ ହୋଇଥିଲା ।  କୌଣସି କାରଣବଶତଃ ବାହାଘର ସ୍ଥଗିତ ରହିଥିଲା । ପୁଲିସ ଅପମୃତ୍ୟୁ ମାମଲା ରୁଜୁ  କରିଛି । ରଶ୍ମିତାଙ୍କ ପିତା ଗଙ୍ଗାଧର ବେହେରା ସନ୍ଧ୍ୟାରେ ଏଠାରେ ପହଞ୍ଚିବା ପରେ  ପୁଲିସ ତାଙ୍କ ସହାୟତାରେ ତଦନ୍ତ ତ୍ୱରାନ୍ୱିତ କରିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.